ETV Bharat / sports

ସୁଟିଂ ବିଶ୍ବକପ୍‌ ଫାଇନାଲରେ ଭାରତକୁ ବ୍ରୋଞ୍ଜ, ଅନିଶ ରଚିଲେ ଇତିହାସ

author img

By ETV Bharat Odisha Team

Published : Nov 25, 2023, 6:53 PM IST

ସୁଟିଂ ବିଶ୍ବକପ୍‌ ଫାଇନାଲରେ ଭାରତକୁ ବ୍ରୋଞ୍ଜ
ସୁଟିଂ ବିଶ୍ବକପ୍‌ ଫାଇନାଲରେ ଭାରତକୁ ବ୍ରୋଞ୍ଜ

ଦୋହାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ୨୦୨୩ରେ ଫାଇନାଲରେ ଇତିହାସ । ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ଇଭେଣ୍ଟରେ ବ୍ରୋଞ୍ଜ ଜିତି ଭାରତକୁ ପ୍ରଥମ ପଦକ ଦେଲେ ଭାରତୀୟ ସୁଟର ଅନିଶ ଭାନୱାଲା । ଅଧିକ ପଢ଼ନ୍ତୁ

ଦୋହା: କତାର ରାଜଧାନୀ ଦୋହାରେ ଅନୁଷ୍ଠିତ ISSF ବିଶ୍ବକପ୍‌ ୨୦୨୩ରେ ଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ସୁଟର ଅନିଶ ଭାନୱାଲା। ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ଅନିଶ । ISSF ବିଶ୍ବକପ୍‌ ଇତିହାସରେ ଏହି ଫାଇନାଲ୍‌ ଏହା ଭାରତ ପାଇଁ ପ୍ରଥମ ପଦକ । ପୂର୍ବତନ କମନୱେଲଥ୍‌ ଗେମ୍ସ ଚମ୍ପିଆନ୍‌ ଅନିଶ ଭାନୱାଲା ଫାଇନାଲରେ ୨୭ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଦେଶକୁ ଭେଟି ଦେଇଛନ୍ତି କାଂସ୍ୟ ପଦକ । ଏଥିରେ ଜର୍ମାନୀର ପିଟର ଫ୍ଲୋରିଆନ୍ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ବିଶ୍ବ ଚମ୍ପିଆନ ଚୀନ୍‌ର ଲି ୟୁହୁଙ୍ଗ ରୌପ୍ୟ ପଦକ ହାସଲ କରିଛନ୍ତି ।

୨୧ ବର୍ଷୀୟ ସୁଟର ଅନିଶ ଭାନୱାଲାଙ୍କ ପାଇଁ ୨୦୨୩ ଏକ ସ୍ମରଣୀୟ ବର୍ଷ ହୋଇପାରିଛି। ଏହି ବର୍ଷ ଶୁଟିଂ କ୍ରୀଡ଼ା ସିଜିନର ଅନ୍ତିମ ପ୍ରତିଯୋଗିତାରେ ପଦକ ହାସଲ କରିଛନ୍ତି ଅନିଶ । ISSF ବିଶ୍ବକପ୍‌ ପର୍ଯ୍ୟାୟରେ ସେ ହାସଲ କରିଥିବା ବ୍ରୋଞ୍ଜ ମେଡଲ ତାଙ୍କର ପ୍ରଥମ ବରିଷ୍ଠ ବ୍ୟକ୍ତିଗତ ପଦକ। ନିକଟ ଅତୀତରେ ସେ ଏସୀୟ ଚମ୍ପିଆନ୍‌ସିପ୍‌ରେ ପ୍ରଥମ ସିନିୟର ପଦକ ହାସଲ କରିଥିଲେ । ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟରେ ସେ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରିଥିଲେ । ତେବେ ଏହି ପ୍ରତିଯୋଗିତାରେ ୱାର୍ଲ୍ଡ ଚମ୍ପିଆନ୍‌ସିପ୍‌ ବ୍ରୋଞ୍ଜ ପଦକ ବିଜେତା ଜର୍ମାନୀର ପିଟର ଫ୍ଲୋରିଆନ୍ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ବିଶ୍ବ ଚମ୍ପିଆନ ତଥା ଦୁଇଥର ଅଲିମ୍ପିକ୍‌ ପଦକ ବିଜେତା ଚୀନ୍‌ର ଲି ୟୁହୁଙ୍ଗ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅକ୍ତିଆର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Shooting World Championship 2023 : ପଞ୍ଚମ ଭାରତୀୟ ଭାବେ ଅଖିଳଙ୍କକୁ ପ୍ୟାରିସ ଅଲମ୍ପିକ୍ସ ଟିକେଟ୍

ଚଳିତ ବର୍ଷ ଅନ୍ତର୍ଜାତୀୟ ସୁଟିଂ କ୍ରୀଡ଼ା ସଙ୍ଘ (ISSF) ବିଶ୍ବକପ୍‌ ଫାଇନାଲରେ ଅନିଶ ଭାନୱାଲା ହାସଲ କରିଥିବା ବ୍ରୋଞ୍ଜ ପଦକ ହେଉଛି ଭାରତ ପାଇଁ ପ୍ରଥମ ତଥା ଶେଷ ବ୍ୟକ୍ତିଗତ ପଦକ । ଏହା ପୂର୍ବରୁ ୪ ବର୍ଷ ପୂର୍ବେ ଚୀନରେ ଆୟୋଜିତ ହୋଇଥିବା ISSF ବିଶ୍ବକପ୍‌ ଫାଇନାଲର ଶେଷ ସଂସ୍କରଣରେ ଭାରତୀୟ ସୁଟର ମନୁ ଭାକର, ଦିବ୍ୟଶ୍‌ ସିଂହ ପାନୱାର ଏବଂ ଏଲ୍‌ଭେନିଲ୍‌ ଭାଲାରିଭାନ୍‌ ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ISSF World Cup: ହୃଦୟ ଓ ନାନ୍‌ସିଙ୍କୁ ପ୍ରଥମ ବିଶ୍ବକପ୍‌ ପଦକ, ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ରିଦିମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.