ବିଶ୍ୱ ଟାଇକୋଣ୍ଡ ପ୍ରତିଯୋଗିତାରେ ନଜର ଆସିବେ ଓଡିଶାର 2 ଖେଳାଳି

author img

By

Published : Sep 24, 2021, 12:47 PM IST

Updated : Sep 24, 2021, 12:58 PM IST

ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର 2 ଖୋଳାଳିବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର 2 ଖୋଳାଳି

ବିଶ୍ୱ ଟାଇକୋଣ୍ଡରେ ପ୍ରତିନିଧିତ୍ୱ କରିବେ ସୁବର୍ଣ୍ଣପୁର ଜିଲ୍ଲାର 2 ଖେଳାଳି । ଆଲବେନିଆରେ ଆୟୋଜିତ ପ୍ରତିଯୋଗିତାରେ ଯୋଗଦେବେ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ବିଶ୍ୱ ଟାଇକୋଣ୍ଡରେ ପ୍ରତିନିଧିତ୍ୱ କରିବେ ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ଜଣ ଖେଳାଳି । ୟୁରୋପ ମହାଦେଶର ଆଲବେନିଆ ଠାରେ ଆସନ୍ତା ଅକ୍ଟୋବର ୧ ତରିଖରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଟାଇକୋଣ୍ଡ ଚମ୍ପିଆନସିପରେ ଏହି ଦୁଇ ଖେଳାଳି ଯୋଗଦେବେ ।

ବିଶ୍ୱ ଟାଇକୋଣ୍ଡ ପ୍ରତିଯୋଗିତାରେ ନଜର ଆସିବେ ଓଡିଶାର 2 ଖେଳାଳି

ଭାରତୀୟ ଦଳରେ ମୋଟ ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଜି-୧ ର‌୍ୟାଙ୍କ ପାଇଁ ଏହେସାସ ହୋତା ଓ ଇ-୧ ର‌୍ୟାଙ୍କ ପ୍ରତିଯୋଗିତାରେ ଅନୁଷ୍କା ଦାସ ସାମିଲ ହୋଇଛନ୍ତି । ଏହେସାସ ଜଣେ ଉଚ୍ଚକୋଟିର ଟାଇକୋଣ୍ଡ ଖେଳାଳି ଓ କୋଚ ହୋଇଥିବାବେଳେ ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପଦକ ଜିତିଛନ୍ତି । ଏବେ ପୁଣି ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି ।

ଏନେଇ ଜିଲ୍ଲା ଟାଇକୋଣ୍ଡ ଆସୋସିଏସନ ପକ୍ଷରୁ ହୋଟେଲ କସ୍ତୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶ୍ୱ ଦରବାରରେ ରାଜ୍ୟ ତଥା ଜିଲ୍ଲାର ନାଁ ରଖିବା ପାଇଁ ସେ ଆଶାବାଦୀ ଥିବା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated :Sep 24, 2021, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.