ETV Bharat / sports

Odisha Open 2022: ଜାନୁଆରୀ ୨୫ରୁ ଓଡିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ

author img

By

Published : Jan 20, 2022, 6:54 PM IST

ଓଡିଶା ଓପନ ୨୦୨୨ ଟୁର୍ନାମେଣ୍ଟ ଆରମ୍ଭକୁ ଆଉମାତ୍ର ୫ଦିନ ବାକିରହିଛି । ଏହି ପ୍ରତିଯୋଗିତାରେ ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ । ଅଧିକ ପଢନ୍ତୁ

Odisha gears up to host BWF Odisha Open 2022
ଜାନୁଆରୀ ୨୫ରୁ ଓଡିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ ୨୦୨୨

ଭୁବନେଶ୍ବର: ଓଡିଶା ଓପନ ୨୦୨୨ ଟୁର୍ନାମେଣ୍ଟ ଆରମ୍ଭକୁ ଆଉମାତ୍ର ୫ଦିନ ବାକିରହିଛି । ଫଳରେ ରାଜ୍ୟ ସରକାର ଏହି ମେଗା ଇଭେଣ୍ଟର ସଫଳ ଆୟୋଜନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ରାଜ୍ୟ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣ ପ୍ରଥମ ଥର ଆୟୋଜନ କରୁଥିବାରୁ ଉତ୍କଣ୍ଠା ବଢିବାରେ ଲାଗିଛି । ଏହି ପ୍ରତିଯୋଗିତାରେ ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ ।

ଓଡିଶା ଓପନ ୨୦୨୨ ଏକ BWF ସୁପର ୧୦୦ ଟୁର୍ନାମେଣ୍ଟ, ଯାହାକି କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଜାନୁଆରୀ ୨୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଏହି ମେଗା ଟୁର୍ନାମେଣ୍ଟ ରାଜ୍ୟ ସରକାର ଓ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ(BWF)ଙ୍କ ଦ୍ବାରା ଜାରି କୋଭିଡ ଗାଇଡଲାଇନ୍‌ ଓ କଡା କଟକଣା ମଧ୍ୟରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ପ୍ରସ୍ତୁତି ନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, "ଓଡିଶା ପ୍ରଥମ ଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରୁଛି । ଆହ୍ବାନପୂର୍ଣ୍ଣ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଓ ନିରାପଦ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟ ରହିଛି ।"

କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ବ୍ୟାଡ୍‌ମିଣ୍ଟନ ଆସୋସିଏସନ ଓ ଭାରତୀୟ ବ୍ୟାଡ୍‌ମିଣ୍ଟନ ଆସୋସିଏସନର ଅଧିକାରୀଙ୍କ ସହିତ କାର୍ଯ୍ୟ କରୁଛନ୍ତି । BWF ସ୍ତରର ପରିବେଶରେ ଖେଳାଳିଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାସହିତ ଟୁର୍ନାମେଣ୍ଟର ସୁପରିଚାଳନା ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କ୍ରୀଡାମନ୍ତ୍ରୀ କହିଛନ୍ତି ।

ଓଡିଶା ସରକାର ଓ ବ୍ୟାଡ୍‌ମିଣ୍ଟନ ବିଶ୍ବ ମହାସଂଘ(BWF) ପକ୍ଷରୁ ଜାରି ନିୟମ ଅନୁଯାୟୀ, ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଆସିବାକୁ ଥିବା ସମସ୍ତ ଖେଳାଳି ଓ ଅଧିକାରୀଙ୍କ RT-PCR ଟେଷ୍ଟ ବାଧ୍ୟତାମୂଳକ । ଜାନୁଆରୀ ୨୩ ପୂର୍ବରୁ ଅଂଶଗ୍ରହଣକାରୀ ଖେଳାଳି ଓଡିଶାରେ ପହଞ୍ଚିବାର ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.