ETV Bharat / sports

ନୀରଜ ଚୋପ୍ରାଙ୍କ ପଦକ ପ୍ରସ୍ତୁତି, ତୁର୍କୀରେ କରିବେ ୪୪ ଦିନ ଅଭ୍ୟାସ

author img

By

Published : Mar 23, 2022, 5:15 PM IST

ନୀରଜ ଚୋପ୍ରାଙ୍କ ପଦକ ପ୍ରସ୍ତୁତି, ତୁର୍କୀରେ କରିବେ ୪୪ ଦିନ ଅଭ୍ୟାସ
ନୀରଜ ଚୋପ୍ରାଙ୍କ ପଦକ ପ୍ରସ୍ତୁତି, ତୁର୍କୀରେ କରିବେ ୪୪ ଦିନ ଅଭ୍ୟାସ

୨୦୨୨ ସିଜିନରେ ହେବା ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଏହାପୂର୍ବରୁ ଅଭ୍ୟାସ ପାଇଁ ୪୪ ଦିନିଆ ତୁର୍କୀ ଗସ୍ତରେ ରହିବେ ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ବିଶ୍ବ ଚମ୍ପିଆନସିପ୍‌ ପୂର୍ବରୁ ଅଭ୍ୟାସ ପାଇଁ ତୁର୍କୀ ଗସ୍ତ କରିବେ ଟୋକିଓ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ବର୍ତ୍ତମାନ ସେ ଜାତୀୟ କ୍ରିଡ଼ା ପ୍ରାଧୀକରଣର ସ୍ପୋର୍ଟ୍ସ ଫାସିଲିଟି(sports facility)କ୍ୟାମ୍ପରେ ଅଭ୍ୟାସ କରୁଛନ୍ତି । ତୁର୍କୀରେ ସେ ୪୪ଦିନ ଧରି ଅଭ୍ୟାସ କରିବେ ।

ନୀରଜ ଚୋପ୍ରାଙ୍କ ସହ ତାଙ୍କ କୋଚ୍‌ ଡକ୍ଟର କ୍ଲାଉସ୍‌ ବାର୍ଟୋନିଜ୍‌ ଓ ଫିଜିଓ ଈଶାନ ମରୱାହା ମଧ୍ୟ ତୁର୍କୀ ଗସ୍ତ କରିବେ । ସେଠାରେ ନିରଜ ଚଳିତ ବର୍ଷ ହେବାକୁ ଥିବା ବିଶ୍ବ ଚମ୍ପିଆନସିପ୍‌ ପାଇଁ ଅଭ୍ୟାସ କରିବେ । ତୁର୍କୀର ଆଣ୍ଟାଲ୍ୟାରେ ଥିବା ଗ୍ଲୋରିଆ ସ୍ପୋର୍ଟସ୍ ଏରେନାରେ ଅଭ୍ୟାସ କରିବେ । ମାର୍ଚ୍ଚ ୨୮ ତାରିଖରୁ ମେ ମାସ ୧୧ ତାରିଖ ପର୍ଯ୍ୟନ୍ତ ନିରଜ ତୁର୍କୀରେ ରହିବେ ।

ଚଳିତ ମାସ ଶେଷ ଆଡ଼କୁ ତୁର୍କୀ ଯିବେ ନୀରଜ ଚୋପ୍ରା । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଆମେରିକାର ଓରେଗୋନରୁ ଅଭ୍ୟାସ ସାରି ଫେରିଥିଲେ । କେବଳ ବିଶ୍ବ ଚମ୍ପିଆନସିପ ନୁହେଁ ଚଳିତ ବର୍ଷ ବର୍ମିଂହାମରେ କମନୱେଲ୍‌ଥ ଗେମ୍ସ ମଧ୍ୟ ଖେଳାଯିବାକୁ ଅଛି । ଏଥିପାଇଁ ନିରଜ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ନୀରଜଙ୍କ ନାମର ସେହି ୨୫ରୁ ୩୦ ଜଣ ଆଥଲେଟଙ୍କ ମଧ୍ୟରେ ବି ସାମିଲ ରହିଛି ଯେଉଁମାନେ ଜୁନମାସରେ USAର ଓରେଗନ ଚୁଲା ଭିସ୍ତାରେ ଅଭ୍ୟାସ କରିବେ ।

ତୁର୍କୀରୁ ଫେରିବା ପରେ ଜୁନ୍‌ ୧୮ ତାରିଖରୁ ଜୁଲାଇ ୧୩ ତାରିଖ ଯାଏଁ ଓରେଗନରେ ନୀରଜଙ୍କ କ୍ୟାମ୍ପ ଲାଗିବ । ଚଳିତ ବର୍ଷ ଲଗାତାର ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହି ତାଲିକାର ପ୍ରଥମ ନମ୍ବରରେ ରହିଛି ଓରେଗନରେ ହେବାକୁ ଥିବା ବିଶ୍ବ ଚମ୍ପିଆନ୍‌ସିପ । ଏହାପରେ ବର୍ମିଂହାମରେ କମନୱେଲ୍‌ଥ ଗେମ୍ସ ୨୦୨୨ ଖେଳାଯିବାକୁ ଥିବା ବେଳେ ହଙ୍ଗଜାଉରେ ଏସିଆନ ଗେମ୍ସ ୨୦୨୨ ଖେଳାଯିବ ।

୨୦୨୨ରେ ଫୁଲ୍‌ ପ୍ୟାକ୍‌ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ତୁର୍କୀର ଆଣ୍ଟାଲ୍ୟା କ୍ୟାମ୍ପ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ମତ ଦେଇଛନ୍ତି ନୀରଜ । ଏହାକୁ ନେଇ ନୀରଜ କହିଛନ୍ତି ଯେ, "USAରେ ଶୀତକାଳିନ ଟ୍ରେନିଂ ଶେଷ ହେବାପରେ ତୁର୍କୀ କ୍ୟାମ୍ପ ଅଭ୍ୟାସରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ୨୦୨୨ର ସିଜିନ ମୋ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି । ଏଥିପାଇଁ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ଫିଟ୍‌ ଓ ପ୍ରସ୍ତୁତ ରହିବାକୁ ଚାହୁଁଛି । ପ୍ରତ୍ୟେକ ପ୍ରତିଯୋଗିତାରେ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ।"

ନୀରଜଙ୍କ ପ୍ରସ୍ତୁତି ପାଇଁ ସରକାରଙ୍କ ପକ୍ଷରୁ ମୋଟ ୨୨ ଲକ୍ଷ ୩୮ ହଜାର ୩୯୪ ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିରେ ଟ୍ରେନିଂ ଫ୍ୟାସିଲିଟି, ବିମାନ ଟିକେଟ, ହୋଟେଲ ବ୍ୟବସ୍ଥା ଓ ଅନ୍ୟାନ ବ୍ୟବସ୍ଥା ସାମିଲ ରହିଛି । ପକେଟ ଖର୍ଚ୍ଚ ବାବଦକୁ ନିରଜଙ୍କୁ ୫୦ ଡଲାର ଯୋଗାଇ ଦିଆଯିବ । ଏହି ଟଙ୍କା ସିଧା ସଳଖ ଭାବରେ ଆଥଲେଟଙ୍କ ଆକାଉଣ୍ଟକୁ ଯିବ । ଖାଲି ସେତିକି ନୁହେଁ ଆଥଲେଟଙ୍କ କୋଚ୍‌ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ ଖର୍ଚ୍ଚ ମଧ୍ୟ ସରକାର ଉଠାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.