ETV Bharat / sports

ସୁନା ପୁଅକୁ ଡାକ ବିଭାଗର ସମ୍ମାନ, ଗାଁରେ ସ୍ଥାପନ ହେଲା ଗୋଲ୍ଡେନ ଚିଠି ବାକ୍ସ

author img

By

Published : Jan 10, 2022, 2:41 PM IST

ସୁନା ପୁଅଙ୍କୁ ଡାକ ବିଭାଗର ସମ୍ମାନ
ସୁନା ପୁଅଙ୍କୁ ଡାକ ବିଭାଗର ସମ୍ମାନ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶର ସୁନା ପୁଅ ପାଲିଟିଛନ୍ତି ନୀରଜ ଚୋପ୍ରା । ଏହି ସଫଳତା ପାଇଁ ଆଜି ସାରା ଦେଶ ଗର୍ବିତ । ଏନେଇ ନୀରଜ ସାଉଁଟିଛନ୍ତି ପ୍ରଶଂସା ଆଉ ସମ୍ମାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶର ସୁନା ପୁଅ ପାଲିଟିଛନ୍ତି ନୀରଜ ଚୋପ୍ରା । ଏହି ସଫଳତା ପାଇଁ ଆଜି ସାରା ଦେଶ ଗର୍ବିତ । ଏନେଇ ନୀରଜ ସାଉଁଟିଛନ୍ତି ପ୍ରଶଂସା ଆଉ ସମ୍ମାନ । ତାଙ୍କର ଏହି ସଫଳତାକୁ ସମ୍ମାନ ଜଣାଇଛି ଭାରତୀୟ ଡାକ ବିଭାଗ (Indian Post Office Honours Neeraj Chopra)। ନୀରଜ ଚୋପ୍ରା ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ପ୍ରତିଷ୍ଠା କରିଛି ଡାକ (Golden Letter Box in neeraj's Village) ।

ଚିଠି ବାକ୍ସରେ ନୀରଜଙ୍କ ନାମ ଲେଖାଯାଇଛି । ଏହି ପୋଷ୍ଟ ବକ୍ସର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଅଧିକାରୀ ଏବଂ ପ୍ରଶଂସକ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି । ନୀରଜ ଚୋପ୍ରାଙ୍କ ହରିୟାଣାର ଖଣ୍ଡାରା ଗ୍ରାମରେ ପ୍ରତିଷ୍ଠା ହୋଇଥିଲା ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ନୀରଜ କୁମାର ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ବିଜେତା, ଏହା ଆପଣଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ ।

ନୀରଜ ଚୋପ୍ରା ନିଜେ ବର୍ତ୍ତମାନ ଆମେରିକାରେ ଅଛନ୍ତି । ଯେଉଁଠାରେ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ନୀରଜ ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଥିଲେ । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୮୫ ମିଟର ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ । ବ୍ୟକ୍ତିଗତ ସ୍ତରର କ୍ରୀଡ଼ାରେ ଭାରତ ପାଇଁ ଅଲିମ୍ପିକ୍ ସ୍ବର୍ଣ୍ଣ ଜିତିବାରେ ଦ୍ବିତୀୟ ଖେଳାଳି ହୋଇଥିଲେ ନୀରଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.