India Open 2022: ଫାଇନାଲରେ ଲକ୍ଷ ସେନ୍‌

author img

By

Published : Jan 15, 2022, 7:57 PM IST

India Open 2022: Lakshya Sen to meet World champ Loh Kean in final

ଚଳିତ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ସର୍ଟଲର ଲକ୍ଷ ସେନ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ମାଲେସିଆର ଏନଜି ତେଜ୍‌ ୟଙ୍ଗ୍‌କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ସେନ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ସର୍ଟଲର ଲକ୍ଷ ସେନ୍‌ଙ୍କ ଦମଦାର ପ୍ରଦର୍ଶନ ଜାରି । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ମାଲେସିଆର ଏନଜି ତେଜ୍‌ ୟଙ୍ଗ୍‌କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ସେନ୍‌ । ଏହା BWF ୱାର୍ଲ୍ଡ ଟୁର୍‌ ସୁପର ୫୦୦ ଇଭେଣ୍ଟରେ ସେନ୍‌ଙ୍କ ପ୍ରଥମ ଫାଇନାଲ ପ୍ରବେଶ ।

ଏହାମଧ୍ୟ ପଢନ୍ତୁ: India Open: ଇଣ୍ଡିଆ ଓପନରେ ପଶିଲା କୋରୋନା, ଓହରିଲେ ଦୁଇ ସର୍ଟଲର

କଡା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାର ପ୍ରଥମ ସେଟ୍‌ରେ ୧୯-୨୧ରେ ପରାସ୍ତ ହୋଇଥିଲେ ସେନ୍‌ । ତେବେ ଏହାପରେ ପରବର୍ତ୍ତୀ ଦୁଇଟି ସେଟ୍‌କୁ ୨୧-୧୬, ୨୧-୧୨ ରେ ଜିତିବା ସହ ଫାଇନାଲ ଟିକେଟ ହାତେଇଥିଲେ । କେଡି ଯାଦବ ଇନଡୋର୍‌ ହଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ ପ୍ରାୟ ଏକଘଣ୍ଟାରୁ ଅଧିକ ସମୟ ଧରି ଖେଳାଯାଇଥିଲା ।

ଫାଇନାଲରେ ସିଙ୍ଗାପୁର୍‌ର ବିଶ୍ବ ଚାମ୍ପିଅନ ଲୋହ କିନ ୟିଉଙ୍କୁ ଭେଟିବେ ଲକ୍ଷ ସେନ୍‌ । ଅସୁସ୍ଥତା ଦର୍ଶାଇ ସେମିଫାଇନାଲ ମୁକାବିଲାରୁ କିନଙ୍କ କାନାଡା ପ୍ରତିନ୍ଦ୍ବନ୍ଦ୍ବୀ ଓହରି ଯିବାପରେ ଫାଇନାଲରେ ପହଞ୍ଚିଛନ୍ତି । ୟଙ୍ଗ୍‌ଙ୍କ COVID-19 ରିପୋର୍ଟ, ନେଗେଟିଭ ରହିଛି, ମାତ୍ର ସେ ଇଭେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.