India Open: ଇଣ୍ଡିଆ ଓପନରେ ପଶିଲା କୋରୋନା, ଓହରିଲେ ଦୁଇ ସର୍ଟଲର

author img

By

Published : Jan 15, 2022, 5:22 PM IST

Two more players withdraw from India Open

ସେମିଫାଇନାଲ ମୁକାବିଲା ପୂର୍ବରୁ ଋଷିଆନ ମିକ୍ସଡ ଡବଲ୍ସ ଖେଳାଳି ରୋଡିଅନ ଅଲିମୋଭ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସେ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି । ଏହାପରେ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ମିକ୍ସଡ ଡବଲ୍ସ ପାର୍ଟନର ଏଲିନା ଡାଭଲଟୋଭା ମଧ୍ୟ ଟୁର୍ନାମେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ୨୦୨୨ରୁ ଓହରିଲେ ଆଉ ଦୁଇ ଖେଳାଳି । ଏନେଇ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ(BWF) ଶନିବାର ସ୍ପଷ୍ଟ କରିଛି । ସେମିଫାଇନାଲ ମୁକାବିଲା ପୂର୍ବରୁ ଋଷିଆନ ମିକ୍ସଡ ଡବଲ୍ସ ଖେଳାଳି ରୋଡିଅନ ଅଲିମୋଭ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସେ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି । ଏହାପରେ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ମିକ୍ସଡ ଡବଲ୍ସ ପାର୍ଟନର ଏଲିନା ଡାଭଲଟୋଭା ମଧ୍ୟ ଟୁର୍ନାମେଣ୍ଟରୁ ଓହରିଯିବାକୁ ବାଧ୍ୟ ହୋଇଛନ୍ତି ।

ବିଶ୍ବ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଳନା ପରିଷଦ ସଂକ୍ରମିତ ଚିହ୍ନଟ ହୋଇଥିବା ଖେଳାଳିଙ୍କ ପରିଚୟ ଖୁଲାସା କରିନଥିଲା । ମାତ୍ର ଅଲିମୋଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍‌ରେ COVID ସଂକ୍ରମିତ ନେଇ ଘୋଷଣା କରିଛନ୍ତି । ଫଳରେ ତାଙ୍କର ମିକ୍ସଡ ଡବଲ୍ସ ପ୍ରତିନ୍ଦ୍ବନ୍ଦ୍ବୀ ପାର୍ଟନର ସେମିଫାଇନାଲରେ ବିଜେତା ଘୋଷିତ ହେବା ସହ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ସର୍ଟଲର ସାଇ ପ୍ରଣୀତ ଓ ଧ୍ରୁବ ରାୱତଙ୍କୁ କୋରୋନା, ଇଣ୍ଡିଆ ଓପନରୁ ଓହରିଲେ

ଜାନୁଆରୀ ୧୨ରେ ବିଶ୍ବ ଚାମ୍ପିଅନସିପ୍‌ ପଦକ ବିଜେତା କିଦାମ୍ବୀ ଶ୍ରୀକାନ୍ତଙ୍କ ସମେତ ୭ଜଣ ଭାରତୀୟ ସର୍ଟଲର COVID କାରଣରୁ ଟୁର୍ନାମେଣ୍ଟରୁ ଓହରି ଯାଇଥିଲେ । ଶ୍ରୀକାନ୍ତଙ୍କ ବ୍ୟତୀତ, ଇଣ୍ଡିଆ ଓପନରୁ ଓହରିଯାଇଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଅଶ୍ବିନି ପୋନ୍ନାପ୍ପା, ରିତିକା ରାହୁଲ ଥକର, ତ୍ରୀଷା ଜୋଲି, ମିଥୁନ ମଞ୍ଜୁନାଥ, ସିମ୍ରନ ଅମନ ସିଂହ ଓ ଖୁସି ଗୁପ୍ତା । ୨୦୨୨ ସଂସ୍କରଣର ଇଣ୍ଡିଆନର ଆୟୋଜକ ରହିଛି ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ(BAI) । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମର କେଡି ଜାଦବପୁର ଇନଡୋର୍‌ ହଲ୍‌ରେ ବିନା ଦର୍ଶକରେ ଏହି ମେଗା ଇଭେଣ୍ଟ ଖେଳଯାଉଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.