ETV Bharat / sports

Asia Cup Hockey: ଜାପାନକୁ ହରାଇ କାଂସ୍ୟ ପଦକ ଜିତିଲା ଭାରତ

author img

By

Published : Jun 1, 2022, 5:15 PM IST

Asia Cup Hockey: ଜାପାନକୁ ହରାଇ କାଂସ୍ୟ ପଦକ ଜିତିଲା ଭାରତ
Asia Cup Hockey: ଜାପାନକୁ ହରାଇ କାଂସ୍ୟ ପଦକ ଜିତିଲା ଭାରତ

ଏସିଆ କପ୍‌ ହକିରେ ଜାପାନକୁ ହରାଇ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ଦଳ । ୧-୦ ଗୋଲ୍‌ରେ ଜାପାନକୁ ହରାଇ ଭାରତ କାଂସ୍ୟ ପଦକ ହାସଲ କରିଛି । ଅଧିକ ପଢ଼ନ୍ତୁ

ଜକର୍ତ୍ତା: ଏସିଆ କପ୍‌ ହକିରେ ଜାପାନକୁ ହରାଇ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ଦଳ । ୧-୦ ଗୋଲ୍‌ରେ ଜାପାନକୁ ହରାଇ ଭାରତ କାଂସ୍ୟ ପଦକ ହାସଲ କରିଛି । ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।

ମ୍ୟାଚ୍‌ ଆରମ୍ଭ ହେବାର ମାତ୍ର ୭ ମିନିଟ୍‌ ମଧ୍ୟରେ ହିଁ ଭାରତ ଜାପାନକୁ ଏକ ଗୋଲ୍‌ ଦେଇ ମ୍ୟାଚ୍‌ରେ ଆଗୁଆ ରହିଥିଲା । ସେପଟେ ଜାପାନ ପକ୍ଷରୁ ବାରମ୍ବାର ଆକ୍ରାମକ ଖେଳ ପ୍ରଦର୍ଶନ କରାଯାଉଥିଲେ ସୁଦ୍ଧା ଏହାକୁ ଦମଦାର୍ ପ୍ରଦର୍ଶନ କରି ଡିଫେଣ୍ଡ କରିଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ କ୍ବାର୍ଟର ପରେ ଆଉ କୌଣସି ଦଳ କାହାରିକୁ ଗୋଲ୍‌ ଦେବାରେ ଅସମର୍ଥ ହୋଇଥିଲେ ।

ଜାପାନିଜ୍‌ ଟିମ୍‌ ପକ୍ଷରୁ ବାରମ୍ବାର ଆକ୍ରାମକ ଖେଳ ପ୍ରଦର୍ଶନ କରାଯାଉଥିଲେ ସୁଦ୍ଧା ସେମାନଙ୍କ ଆଗରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ ଅଧିନାୟକ ତଥା ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା । ଭାରତ ପକ୍ଷରୁ ରାଜ କୁମାର ପାଲ୍‌ ଏକ ମାତ୍ର ଖେଳାଳି ଭାବରେ ଗୋଲ୍‌ ଦେଇଛନ୍ତି । ସୁପରେ ୪ ପର୍ଯ୍ୟାୟରେ ଲଗାତାର ଦୁଇଟି ଡ୍ର ମ୍ୟାଚ୍‌ ଖେଳିବା ପରେ ଭାରତ ଫାଇନାଲ୍‌ରେ ପହଞ୍ଚିବାରେ ଅସମର୍ଥ ହୋଇଥିଲା । ଲିଗ୍‌ ମ୍ୟାଚ୍‌ରେ ଜାାପାନଠାରୁ ୦-୫ରେ ହାରିଥିବା ଭାରତ କାଂସ୍ୟ ପଦକ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.