ପାରା ଆଥଲେଟ୍‌ଙ୍କୁ ପିଏମଙ୍କ ପ୍ରଶଂସା, କହିଲେ 'ତୁମେମାନେ ମୋର ପ୍ରେରଣା'

author img

By

Published : Sep 12, 2021, 7:03 PM IST

I get motivation, inspiration from you all: PM to para athletes

ପାରା-ଆଥଲେଟ୍‌ମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି,"ସଫଳତା ଦ୍ବାରା ଆପଣମାନେ ହାରିଯାଇଥିବା ମାନସିକତାକୁ ହରାଇପାରିଛ ।'' ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ପାରାଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟ୍‌ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ସମସ୍ତ ଖେଳାଳିଙ୍କ ସହିତ କଥା ହେବା ସହ ଦେଶବାସୀ ସମସ୍ତଙ୍କ ପାଇଁ ଗର୍ବିତ ବୋଲିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, "ପ୍ରତିଯୋଗିତା ଚାଲିଥିବାବେଳେ ଭାରତୀୟ ଖେଳାଳିଙ୍କୁ ଦେଖି ପ୍ରେରିତ ଏବଂ ଅନୁପ୍ରାଣିତ ଅନୁଭବ କରିଛନ୍ତି।" ଗୁରୁବାର ମୋଦି, ପାରା-ଆଥଲେଟଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ଆତିଥ୍ୟ ପ୍ରଦାନ କରିଥିଲେ । ଏହି ସମୟର ଭିଡିଓ ରବିବାର ସାର୍ବଜନିତ କରାଯାଇଛି ।

  • An interaction with our champions, who brought back pride and glory from Tokyo! Watch the interesting interaction with our para-athletes at 11 AM tomorrow, 12th September. pic.twitter.com/1H47I0ZFKq

    — Narendra Modi (@narendramodi) September 11, 2021 " class="align-text-top noRightClick twitterSection" data=" ">

ଆଥଲେଟ୍‌ମାନେ ସମସ୍ତଙ୍କ ଦସ୍ତଖତ ଥିବା ଏକ ଷ୍ଟୋଲ୍‌ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ପାରା-ଆଥଲେଟ୍‌ମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି,"ସଫଳତା ଦ୍ବାରା ଆପଣମାନେ ହାର୍‌ ମାନସିକତାକୁ ହରାଇପାରିଛ, ଏହା ସବୁଠୁ ବଡ କଥା ।"

ସଦ୍ୟ ସମାପ୍ତ ଟୋକିଓ ପାରାଲମ୍ପିକ୍‌ରେ ଭାରତ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ୧୯୬୮ରେ ପ୍ରଥମ ପାରାଲମ୍ପିକ୍‌ରେ ଡେବ୍ୟୁ କରିଥିଲା ଭାରତ । ଏହା ପରଠାରୁ ୨୦୧୬ ରିଓ ସଂସ୍କରଣ ପର୍ଯ୍ୟନ୍ତ ମୋଟ ୧୨ଟି ପଦକ ଜିତିପାରିଥିଲା । ମାତ୍ର ଟୋକିଓରେ ୫ ସ୍ବର୍ଣ୍ଣ ପଦକ ସହିତ ମୋଟ ୧୯ ପଦକ ଜିତି ୧୬୨ ଦେଶ ଅଂଶଗ୍ରହଣ କରିଥିବା ପଦକ ତାଲିକାରେ ୨୪ ତମ ସ୍ଥାନରେ ରହିଥିଲା ।

ଏହାପରେ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ ଖାସ୍‌ ନିମନ୍ତ୍ରଣ ସହିତ ଖେଳାଳିଙ୍କ ସଂଘର୍ଷ ଓ ସଫଳତାର ଯାତ୍ରା ବିଷୟରେ ଉତ୍କଣ୍ଠାର ସହ ପଚାରି ବୁଝିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.