Hockey World Cup 2023 :କ୍ବାର୍ଟରରେ ସ୍ପେନ୍, ପେନାଲ୍ଟି ସୁଟ୍ ଆଉଟରେ ମାଲେସିଆ ପରାସ୍ତ

author img

By

Published : Jan 22, 2023, 9:47 PM IST

ସ୍ପେନ ବନାମ ମାଲେସିଆ

ଆଜି ଖେଳାଯାଇଥିବା ପ୍ରଥମ କ୍ରସ ଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ସୁଟ ଆଉଟରେ ମାଲେସିଆକୁ ୪-୩ ଗୋଲରେ ମାତ୍ ଦେଇଛି ।

ଭୁବନେଶ୍ବର : କ୍ବାର୍ଟର ଫାଇନାଲ ଟିକଟ ହାତେଇଲା ସ୍ପେନ୍‌ । ଆଜି ( ରବିବାର ) ଖେଳାଯାଇଥିବା ପ୍ରଥମ କ୍ରସ ଓଭର ମ୍ୟାଚରେ ସ୍ପେନ ପେନାଲ୍ଟି ସୁଟ ଆଉଟରେ ମାଲେସିଆକୁ ମାତ୍ ଦେଇଛି । ୪-୩ ଗୋଲରେ ସ୍ପେନ୍ ମାଲେସିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲ ଟିକଟ ହାତେଇଛି । ହକି ବିଶ୍ବକପ ୨୦୨୩ ପ୍ରଥମ କ୍ରସ ଓଭର ମ୍ୟାଚରେ ମାଲେସିଆକୁ ଭେଟିଥିଲା ସ୍ପେନ୍ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ୍ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି । କ୍ବାର୍ଟର ଫାଇନାଲରେ ଅଷ୍ଟ୍ରିଲିଆକୁ ଭେଟିବ ସ୍ପେନ୍‌ ।

ହକି ବିଶ୍ବକପ ୨୦୨୩ରେ ଶେଷ ହୋଇଛି ସମସ୍ତ ଲିଗ୍‌ ମ୍ୟାଚ । ଆଜିଠୁ ଆରମ୍ଭ ହୋଇଛି କ୍ରସ ଓଭର ମ୍ୟାଚ । ପ୍ରଥମ କ୍ରସ ଓଭର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମାଲେସିଆ ବନାମ ସ୍ପେନ୍ । ଆରମ୍ଭରୁ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇ ଦଳର ଗୋଲ ସଂଖ୍ୟା ୨-୨ରେ ବରାବର ରହିଥିଲା । ଏହା ପରେ ପେନାଲ୍ଟି ସୁଟ ଆଉଟ ମ୍ୟାଚରେ ସ୍ପେନ୍ ୪-୩ ଗୋଲରେ ମାଲେସିଆକୁ ମାତ୍ ଦେବାରେ ସଫଳ ହୋଇଥିଲା ।

କ୍ବାର୍ଟର ଫାଇନାଲ ଟିକଟ ହାତେଇବା ଲକ୍ଷ୍ୟରେ ଉଭୟ ଦଳ ମଇଦାନକୁ ଓହ୍ଲାଇଥିଲେ । ଖେଳ ଆରମ୍ଭରୁ ଗୋଲ ପାଇଁ ଜୋରଦାର ଲଢେଇ ହୋଇଥିଲା । ଗୋଲ ପାଇଁ ଦେଖିବାକୁ ମିଳିଥିଲା ଉଭୟ ଦଳ ମଧ୍ୟରେ ଜୋରଦାର ଫାଇଟ୍ । ହେଲେ ପ୍ରଥମାର୍ଦ୍ଧରେ କୌଣସି ଗୋଲ କରିପାରିନ ଥିଲେ ଉଭୟ ଦଳ । ଏହା ପରେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଗୋଲ ପାଇଁ ଉଭୟ ଦଳ ସଂଘର୍ଷ ଜାରି ରଖିଥିଲେ । ପରେ ମ୍ୟାଚର ୩୫ ମିନିଟରେ ମାଲେସିଆ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲା । ଏହି ଗୋଲ ଦେଇଥିଲେ ଫୈଜଲ ସାରି ।

ଏହାପରେ ମ୍ୟାଚର ୪୧ ମିନିଟରେ ସ୍ପେନ୍ ନିଜର ପ୍ରଥମ ଗୋଲ୍‌ ଦେଇ ଖାତା ଖୋଲିଥିଲା । ମାର୍କ ମିରଲେସ ଏହି ଗୋଲ ଦେଇ ଦଳର ସ୍ଥିତି ମଜଭୁତ କରିଥିଲେ । ପୁଣି ୪୨ ମିନିଟରେ ସ୍ପେନ୍ ଲଗାତାର ଆଉ ଗୋଟିଏ ଗୋଲ ଦେଇଥିଲା । ଯାହା ଦଳର କ୍ବାର୍ଟର ଫାଇନାଲ ପାଇଁ ଆଶା ଉଜ୍ଜୀବିତ ହୋଇଥିଲା । ସେପଟେ ଗୋଲ ପାଇଁ ହାର ମାନି ନଥିବା ମାଲେସିଆ ମ୍ୟାଚର ୪୯ ମିନିଟରେ ଆଉ ଗୋଟିଏ ଗୋଲ ଦେଇଥିଲା । ଯାହା ଖେଳର ସ୍ଥିତିକୁ ୨-୨ ଗୋଲରେ ବରାବର ରଖିଥିଲା । ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳର ଗୋଲ ସଂଖ୍ୟା ୨-୨ ରହିଥିଲା । ଏହାପରେ ଆରମ୍ଭ ହୋଇଥିଲା ପେନାଲ୍ଟି ସୁଟ ଆଉଟ ମ୍ୟାଚ । ସେଥିରେ ମଧ୍ୟ ଦୁଇ ଦଳ ମଧ୍ୟରେ ଜୋରଦାର ଫାଇଟ ହୋଇଥିଲା । ଶେଷରେ ସ୍ପେନ ୪ଟି ଗୋଲ ଦେଇଥିବା ବେଳେ ମାଲେସିଆ ୩ ଟି ଗୋଲଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.