ETV Bharat / sports

କନିଷ୍ଠ ମହିଳା ହକି ବିଶ୍ବକପ; ବିରାଟ ବିଜୟ ସହ ଭାରତର ଅଭିଯାନ ଆରମ୍ଭ

author img

By ETV Bharat Odisha Team

Published : Nov 30, 2023, 11:09 AM IST

Hockey Womens Junior World Cup 2023
junior womens hockey world cup

କନିଷ୍ଠ ମହିଳା ହକି ବିଶ୍ବକପରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ କାନାଡାକୁ 12-0 ଗୋଲରେ ପରାସ୍ତ କରିଛି ଦଳ । ଅଧିକ ପଢନ୍ତୁ

ସାଣ୍ଟିଆଗୋ: ଆରମ୍ଭରୁ ଆଧିପତ୍ୟ । ହକି ବିଶ୍ବକପରେ ଦମଦାର ପ୍ରଦର୍ଶନ ବଳରେ ବିରାଟ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । କନିଷ୍ଠ ମହିଳା ହକି ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଅଧିନାୟିକା ପ୍ରୀତିଙ୍କ ନେତୃତ୍ବାଧୀନ ଭାରତ । ଚିଲିର ସାଣ୍ଟିଆଗୋରେ ଏଫଆଇଏଚ ଜୁନିୟର ମହିଳା ବିଶ୍ବକପର ଦଶମ ସଂସ୍କରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ କାନାଡାକୁ 12-0 ଗୋଲରେ ପରାସ୍ତ କରିଛି ଦଳ । ଅନୁ, ଦୀପିକା ଓ ମମତା ହ୍ୟାଟ୍ରିକ ଗୋଲ ଦେଇ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଥିଲେ । ମମତାଜ ଖାନ ସର୍ବାଧିକ 4ଟି ଗୋଲ ସ୍କୋର କରିଥିଲେ ।

ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ହୋଇଥିଲା । ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରିଥିଲା ଭାରତ । 4, 6, 39 ମିନିଟରେ ଅନୁ 3ଟି ଗୋଲ ସ୍କୋର କରିଥିଲେ । ସେହିପରି ମମତାଜ ଖାନ 26, 41, 54 ଓ 60 ମିନିଟରେ ଗୋଲ୍‌ ସ୍କୋର କରିଥିବା ବେଳେ ଦୀପିକା ସୋରେଙ୍ଗଙ୍କ ହ୍ୟାଟ୍ରିକ ଗୋଲ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । 21 ମିନିଟରେ ଦୀପି ମୋନିକା ଟପ୍ପୋ ଏବଂ 45 ମିନିଟରେ ନୀଲମ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଭାରତର ଆଟାକରେ କାନାଡା ରଣନୀତି ଫେଲ୍‌ ମାରିଥିଲା । ଗୋଟିଏ ବି ଗୋଲ୍‌ କରି ପାରିନଥିଲା ଦଳ । ଏହି ବିଜୟରୁ ଭାରତ 3 ପଏଣ୍ଟ ପାଇଛି । ଜୁନିୟର ମହିଳା ହକି ବିଶ୍ବକପ ଡିସେମ୍ବର 10 ତାରିଖ ଯାଏଁ ଚାଲିବ । ଏଥିରେ ଭାରତ ସମେତ 15ଟି ଦଳ ଭାଗ ନେଇଛନ୍ତି ।

ଏହା ବି ପଢନ୍ତୁ...ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର, ଜାନୁଆରୀ ୯ରୁ ଆରମ୍ଭ ହେବ 'କଳିଙ୍ଗ ସୁପର କପ୍‌'

ଏହା ବି ପଢନ୍ତୁ...Womens Asian Champions Trophy: ଜାପାନକୁ ହରାଇ ଟାଇଟଲ ହାତେଇଲା ଅପରାଜେୟ ଭାରତ

ବଡ଼ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଜୁନିୟର ମହିଳା ହକି ଦଳ ତାର ଦ୍ବିତୀୟ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ । ଡିସେମ୍ବର 1 ତାରିଖ ଆର୍ଥାତ ଆସନ୍ତାକାଲି (ଶୁକ୍ରବାର) ଏହି ମ୍ୟାଚ୍‌ ଖେଳାଯିବ । ଅପରାହ୍ନ 1ଟାରେ ଏହି ମ୍ୟାଚ ଖେଳାଯିବ । ଡିସେମ୍ବର 2 ତାରିଖରେ ବେଲଜିୟମକୁ ଭେଟିବ । ନିକଟରେ ଝାଡଖଣ୍ଡରେ ଆୟୋଜିତ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଥିବା ସିନିୟର ମହିଳା ଦଳ । ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଅପରାଜେୟ ରହିଥିଲା ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.