Commonwealth Games 2022: ମହିଳା ହକି ଦଳ ଘୋଷଣା, ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଦାୟିତ୍ବ

author img

By

Published : Jun 23, 2022, 9:36 PM IST

Commonwealth Games 2022: ମହିଳା ହକି ଦଳ ଘୋଷଣା, ଦୀପଗ୍ରେସ ଏକ୍କାଙ୍କୁ ଉପ ଅଧିନାୟିକା ଦାୟିତ୍ବ

କମନୱେଲ୍‌ଥ ଗେମ୍‌ସ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ମହିଳା ହକି ଦଳ । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳର ଉପ ଅଧିନାୟିକା ଦାୟିତ୍ବ ନେଇଛନ୍ତି ଓଡ଼ିଆ ହକି ଖେଳାଳି ଦୀପଗ୍ରେସ ଏକ୍କା । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ବର୍ମିଂହାମ୍‌ରେ ହେବାକୁ ଥିବା କମନୱେଲ୍‌ଥ ଗେମ୍‌ସ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ମହିଳା ହକି ଦଳ । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳର ଉପ ଅଧିନାୟିକା ଦାୟିତ୍ବ ଓଡ଼ିଆ ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଦିଆଯାଇଛି । ସେହିଭଳି ଫିଟନେସ୍‌ ଅଭାବରୁ ଦଳରେ ଅଭିଜ୍ଞ ଖେଳାଳି ରାନୀ ରାମପାଲ ସ୍ଥାନ ପକ୍କା କରି ପାରିନାହାନ୍ତି ।

  • Congratulate #Odisha player, Deep Grace Ekka on being selected as vice-captain of the Indian Women's Hockey Team for the Commonwealth Games 2022 to be held in Birmingham. Wish the team all the very best. #OdishaForHockey https://t.co/WH4D8BJrmK

    — Naveen Patnaik (@Naveen_Odisha) June 23, 2022 " class="align-text-top noRightClick twitterSection" data=" ">

ଦୀପଗ୍ରେସ ଏକ୍କାଙ୍କୁ ଦଳର ଉପ ଅଧିନାୟିକା ଦାୟିତ୍ବ ଦିଆଯିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା ହକି ଦଳ ଓ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହି କହିଛନ୍ତି ଯେ, "ଜାତୀୟ ଦଳର ଉପ ଅଧିନାୟିକା ଦାୟିତ୍ବ ମିଳିଥିବାରୁ ମୁଁ ଦୀପଗ୍ରେସ ଏକ୍କାଙ୍କୁ ଶୁଭେଚ୍ଛା ଜଣାଉଛି । ତା ସହିତ ବର୍ମିଂହାମ୍‌ରେ ହେବାକୁ ଥିବା କମନୱେଲ୍‌ଥ୍‌ ଗେ୍ମ୍ସ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଉଛି ।"

ଦଳର ଅଧିନାୟିକା ଦାୟିତ୍ବରେ ଗୋଲ୍‌ କିପର ସବିତା ପୁନିଆ ରହିଛନ୍ତି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବର୍ମିଂହାମ୍‌ରେ କମନୱେଲ୍‌ଥ ଗେମ୍‌ସ୍‌ ଆୟୋଜିତ ହେବ । ଏହାପୂର୍ବରୁ ଦଳ ନେଦରଲାଣ୍ଡ୍‌ସ୍‌ ଓ ସ୍ପେନ୍‌ରେ ହେବାକୁ ଥିବା ବିଶ୍ବକପ୍‌ରେ ଭାଗ ନେବ । ଜୁଲାଇ ୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ମହିଳା ବିଶ୍ବକପ୍‌ ହକିରେ କମାଲ କରିବ ।

ଦଳରେ ଦୁଇ ଜଣ ଗୋଲ କିପର ରହିଛନ୍ତି । ସେମାନେ ହେଉଛନ୍ତି ସବିତା ପୁନିଆ ଓ ରଜନୀ ଏଟିମାର୍ପୁ । ସେହିଭଳି ୪ ଜଣ ଡିଫଣ୍ଡରଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଦୀପଗ୍ରେସ ଏକ୍କା, ଗୁରଜିତ୍‌ କୌର, ନିକ୍କି ପ୍ରଧାନ, ଉଦିତା । ମିଡ୍‌ ଫିଲ୍‌ଡର ଭାବରେ ଧଳରେ ନିଶା, ସୁଶିଲା ଚାନୁ, ମୋନିକା, ନେହା, ଜ୍ୟୋତି ନବଜୋତ କୌର, ସଲୀମା ଟେଟେ । ଫରୱାର୍ଡ ଭାବରେ ଦଳରେ ବନ୍ଦନା କଟାରିଆ, ଲାଲ୍‌ସିଆମି, ନବନୀତ କୌର, ଶର୍ମିଲା ଦେବୀ ଓ ସଙ୍ଗୀତା କୁମାରୀଙ୍କୁ ସାମିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.