ETV Bharat / sports

Australian Open: ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ସାନିଆ-ରାଜୀବ ଯୋଡି

author img

By

Published : Jan 23, 2022, 3:49 PM IST

AUSTRALIAN OPEN SANIA RAM PAIR IN MIXED DOUBLES QUARTERFINALS
Australian Open: ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ସାନିଆ-ରାଜୀବ ଯୋଡି

ଅଷ୍ଟ୍ରେଲିଆ ଓପନ ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଚଳିତ ଅଷ୍ଟ୍ରେଲିଆ ଓପନ ମିକ୍ସଡ ଡବଲ୍ସ ପ୍ରତିଯୋଗିତାରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟ ଯାତ୍ରା ଜାରି । ରବିବାର ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ (Rajeev Ram)ଦମଦାର ବିଜୟ ସହ କ୍ବାର୍ଟର-ଫାଇନାଲରେ(quarter-finals) ପ୍ରବେଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: BWF Odisha Open 2022: ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

କୋର୍ଟ ନମ୍ବର ୩ରେ ଖେଳାଯାଇଥିବା ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ଭାରତୀୟ-ଆମେରିକୀୟ ଯୋଡି ନେଦରଲାଣ୍ଡର ମାଟୱେ ମିଡେଲକପା ଓ ଅଷ୍ଟ୍ରେଲିଆର ଏଲେନ ପେରେଜଙ୍କୁ ପରାସ୍ତ କରିଛନ୍ତି । ଏକ ଘଣ୍ଟା ୨୭ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୭-୬(୪), ୬-୪ ସେଟ୍‌ରେ ବାଜି ମାରିଥିଲେ ସାନିଆ ଓ ରାଜୀବ ।

ଉଭୟ ଯୋଡିଙ୍କ ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ସହ ଟାଏ-ବ୍ରେକର ଦେଖିବାକୁ ମିଳିଥିଲା । ତେବେ ପୂର୍ବତନ ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ସାନିଆ ଓ ରାଜୀବ ପ୍ରଭାବୀ ପ୍ରଦର୍ଶନ ସହ ବିଜୟୀ ହୋଇଥିଲେ । ଫଳରେ ଟୁର୍ନାମେଣ୍ଟର କ୍ବାର୍ଟର-ଫାଇନାଲ ଟିକେଟ ହାସଲ କରିଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.