ETV Bharat / city

BWF Odisha Open 2022: ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

author img

By

Published : Jan 23, 2022, 2:03 PM IST

ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ BWF ଟୁର୍ଣ୍ଣାମେଣ୍ଟ । ଆସନ୍ତା 25 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଡବ୍ଲୁଏଫ ଓଡିଶା-ଓପନ-2022। ପ୍ରତିଯୋଗିତାରେ ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ ।

ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ
ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

କଟକ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ BWF ଟୁର୍ଣ୍ଣାମେଣ୍ଟ । ଆସନ୍ତା 25 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଖେଳାଯିବ ବିଡବ୍ଲୁଏଫ ଓଡିଶା-ଓପନ-2022। ପ୍ରତିଯୋଗିତାରେ ପ୍ରାୟ ୧୮ଟି ଦେଶର ୩୦୦ ଖେଳାଳି ଶୀର୍ଷ ସମ୍ମାନ ପାଇଁ ଲଢେଇ କରିବେ । ଏତେ ବଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡିଶାରେ ହେଉଥିବାରୁ ଏହା ଆମ ଖେଳାଳିଙ୍କ ପାଇଁ ବଡ ସୁଯୋଗ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି କମଲ ଦାସ ।

ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

ଏହି ଟୁର୍ଣ୍ଣାମେଣ୍ଟରେ ଦେଶ ବିଦେଶରୁ 3 ଶହ ଖେଳାଳି ଓ 2 ଶହ ଅଫିସିଆଲ ଭାଗ ନେବେ। ଓଡିଶାର 5 ଜଣ ଖେଳାଳି ମଧ୍ୟ ଏହି ମେଗା ପ୍ରତିଯୋଗୀତାରେ ଭାଗ ନେବେ । ଭୁବନେଶ୍ବରରେ ଖେଳାଳିମାନେ ରହି କଡା ସୁରକ୍ଷା ବଳୟରେ କଟକରେ ମ୍ୟାଚ ଖେଳିବେ। ବିନା ଦର୍ଶକରେ ବାୟୋବବୁଲ ବ୍ୟବସ୍ଥା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥି ପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ 5ଟି କୋର୍ଟ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଓଡିଶା ପାଇଁ ଲାଭବାନ ହେବ ବୋଲି ଆଶା କରାଯାଉଛି ।


ଆହୁରି ପଢନ୍ତୁ...Odisha Open 2022: ଜାନୁଆରୀ ୨୫ରୁ ଓଡିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ

ଏହି ମେଗା ଟୁର୍ଣ୍ଣାମେଣ୍ଟ ରାଜ୍ୟ ସରକାର ଓ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ(BWF)ଙ୍କ ଦ୍ବାରା ଜାରି କୋଭିଡ ଗାଇଡଲାଇନ୍‌ ଓ କଡା କଟକଣା ମଧ୍ୟରେ ବିନା ଦର୍ଶକରେ ଖେଳାଯିବ । ଓଡିଶା ପ୍ରଥମ ଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରୁଛି । ଆହ୍ବାନପୂର୍ଣ୍ଣ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଓ ନିରାପଦ ପରିବେଶ ନିଶ୍ଚିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଆଜି ସମସ୍ତ ଅଂଶଗ୍ରହଣକାରୀ ଖେଳାଳି ଓଡିଶାରେ ପହଞ୍ଚିବାର ସୂଚନା ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.