ETV Bharat / sports

Australian Open: ମିକ୍ସଡ ଡବଲ୍ସ ଦ୍ବିତୀୟ ରାଉଣ୍ଡରେ Sania Mirza

author img

By

Published : Jan 20, 2022, 8:59 PM IST

Australian Open: Sania Mirza-Rajeev Ram advance to mixed doubles second round
Australian Open: ମିକ୍ସଡ ଡବଲ୍ସ ଦ୍ବିତୀୟ ରାଉଣ୍ଡରେ ସାନିଆ ମୀର୍ଜା

ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ଭାରତୀୟ-ଆମେରିକୀୟ ଯୋଡି ସାନିଆ ମୀର୍ଜା ଓ ରାଜୀବ ରାମ । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ଭାରତୀୟ-ଆମେରିକୀୟ ଯୋଡି ସାନିଆ ମୀର୍ଜା ଓ ରାଜୀବ ରାମ । ଗୁରୁବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସର୍ବିୟାର ଆଲେକସାନ୍ଦ୍ରା କ୍ରୁନିକ ଓ ନିକୋଲା କାସିକଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ସାନିଆ-ରାଜୀବ ଯୋଡି।

ଉଭୟ ପୂର୍ବତନ ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ରହିସାରିଥିବା ଭାରତୀୟ-ଆମେରିକୀୟ ଯୋଡି ୬-୩, ୭-୬(୩) ସେଟ୍‌ରେ ବିଜୟୀ ହୋଇଛନ୍ତି । ଏହି ମ୍ୟାଚ୍‌ ୬୯ ମିନିଟ୍‌ ଧରି ଖେଳାଯାଇଥିଲା । ପ୍ରଭାବୀ ପ୍ରଦର୍ଶନ ସହ ସାନିଆ ମୀର୍ଜା ଓ ରାଜୀବ ରାମ ପ୍ରଥମ ସେଟ୍‌କୁ ୨୫ ମିନିଟ ମଧ୍ୟରେ ୬-୩ରେ ଜିତିନେଇଥିଲେ । ତେବେ ସର୍ବିୟାନ ଯୋଡି ଦମଦାର କମବ୍ୟାକ୍‌ କରିଥିଲେ ଓ ପ୍ରତିନ୍ଦ୍ବନ୍ଦୀତାକୁ ଟାଇ-ବ୍ରେକରଙ୍କୁ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: Odisha Open 2022: ଜାନୁଆରୀ ୨୫ରୁ ଓଡିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ

ପରେ ବିଜୟ ଧାରା ବଜାୟ ରଖି ସିଧାସଳଖ ସେଟ୍‌ରେ ବିଜୟୀ ହେବାସହ ପ୍ରଥମ ରାଉଣ୍ଡକୁ ପାର୍‌ କରିତିଲେ ଭାରତୀୟ-ଆମେରିକୀୟ ଯୋଡି । ଦ୍ବିତୀୟ ରାଉଣ୍ଡରେ ରୋବର୍ଟ ଫରାହ ନିକଲେ ମେଲିଚର-ମାର୍ଟିନେଜ ଓ ମାଟୱେ ମିଡଲକୁପ ଏଲିନ ପ୍ରେଜଙ୍କ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ । ପୂର୍ବରୁ ସାମିଆ ମୀର୍ଜା ଓ ତାଙ୍କର ୟୁକ୍ରେନିଆନ ପାର୍ଟନର ନାଦିଆ କିଚନୋକ ମହିଳା ଡବଲ୍ସ ଇଭେଣ୍ଟର ପ୍ରତମ ରାଉଣ୍ଡରୁ ବିଦାୟ ନେଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.