ଓଡିଆ ଝିଅ ଅପରାଜିତା ଭାରତୀୟ ଚେସ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ

author img

By

Published : Sep 8, 2022, 1:10 PM IST

Updated : Sep 8, 2022, 2:21 PM IST

ଓଡ଼ିଆ ଝିଅଙ୍କୁ ପ୍ରଶିକ୍ଷକ ଦାୟିତ୍ବ

ସର୍ବ ଭାରତୀୟ ଚେସ୍ ମହାସଂଘ ଅପରାଜିତା ଗୋଚ୍ଛିକାରଙ୍କୁ ଭାରତୀୟ ଚେସ ଦଳର କୋଚ୍‌ ଭାବେ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡ଼ିଆ ଝିଅଙ୍କୁ ପ୍ରଶିକ୍ଷକ ଦାୟିତ୍ବ । FIDE ବିଶ୍ବ କ୍ୟାଡେଟ ଚେସ୍ ଚମ୍ପିଆନସିପ୍ ୨୦୨୨ ପାଇଁ ଭାରତୀୟ ଦଳର କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଅପରାଜିତା ଗୋଚ୍ଛିକାର । ସର୍ବ ଭାରତୀୟ ଚେସ୍ ମହାସଂଘ ଅପରାଜିତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧୫ରୁ ୨୮ ଯାଏଁ ଜର୍ଜିଆର ବାଟୁମିରେ ବିଶ୍ବ କ୍ୟାଡେଟ ଚେସ ଚାମ୍ପିଆନସିପ୍ ଅନୁଷ୍ଠିତ ହେବ । ପୂର୍ବରୁ ଭାରତରେ ଖେଳାଯାଇଥିବା FIDE ଚେସ୍ ଅଲମ୍ପିଆଡରେ ଅପରାଜିତାଙ୍କୁ ଗୁରୁ ଦାୟିତ୍ବ ମିଳିଥିଲା ।

  • All India Chess Federation has appointed Odisha woman instructor Aparajita Gochhikar as coach of the Indian team for the @FIDE_chess World Cadet Chess Championship 2022, scheduled to be held in Batumi, Georgia from 15-28 September. pic.twitter.com/UOC7xa3lab

    — Odisha Sports (@sports_odisha) September 7, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Ultimate kho kho, ଚମ୍ପିଆନ ଓଡିଶା ଜଗର୍ନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ପ୍ରକାଶ ଥାଉ କି, ଜୁଲାଇ ୨୭ରେ ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମରେ ୪୪ତମ ଚେସ ଅଲିମ୍ପିଆଡର (44th Chess Olympiad) ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିଲେ । ଜୁଲାଇ ୨୮ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ୪୪ ତମ ଚେସ୍‌ ଅଲିମ୍ପିଆଡ ଅନୁଷ୍ଠିତ ହୋଇଥିଲା । ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହୋଉଛି ।

୧୮୭ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ୍‌ ଅଲିମ୍ପିଆଡରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହୋଇଥିଲା । ୬ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବବୃହତ ଦଳ ଭାବେ ସାମିଲ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 8, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.