ETV Bharat / sports

HI Wins Best Organiser Award: ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ପୁରସ୍କାର

author img

By

Published : Mar 24, 2023, 8:10 AM IST

hockey india honours with best organiser award
ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜନ ପୁରସ୍କାର

2023 ହକି ବିଶ୍ବକପ ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ପୁରସ୍କାର ମିଳିଛି । ଚଳିତ ବର୍ଷ ଜାନୁଆରୀ 13 ତାରିଖରୁ ଓଡିଶାରେ ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହକି ବିଶ୍ବକପ ସଫଳ ଆୟୋଜନ ପାଇଁ ପୁରସ୍କୃତ ହୋଇଛି ହକି ଇଣ୍ଡିଆ । ହକି ବିଶ୍ବକପ 2023ର ସଫଳ ଆୟୋଜକ ଭାବେ ହକି ଇଣ୍ଡିଆକୁ ପୁରସ୍କୃତ କରାଯାଇଛି । ସଫଳ ଆୟୋଜକ ଭାବେ ହକି ଇଣ୍ଡିଆକୁ ଏସୀୟ ହକି ମହାସଂଘ (AHF) ପୁରସ୍କୃତ କରିଛି । କୋରିଆରେ ମୁଙ୍ଗୟୋଙ୍ଗରେ ଆୟୋଜିତ ଏଏଚଏଫ କଂଗ୍ରେସରେ ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

  • The Asian Hockey Federation awarded Hockey India with the Best Organising Nation Award for conducting the memorable FIH Odisha Hockey Men's World Cup 2023 Bhubaneswar Rourkela where teams performed in world class stadiums across 2 venues in front of packed capacity crowds. pic.twitter.com/50nQAC8eMm

    — Hockey India (@TheHockeyIndia) March 23, 2023 " class="align-text-top noRightClick twitterSection" data=" ">

16ଟି ଦଳକୁ ନେଇ ଓଡିଶାର ଦୁଇଟି ସହରରେ ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ଲଗାତାର ଦ୍ବିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ବକପ ହୋଇଥିଲା । ଏହା ପୂର୍ବରୁ 2018ରେ ପୁରୁଷ ହକି ବିଶ୍ବକର ଆୟୋଜନ କରି ପ୍ରଶଂସା ସାଉଁଟିଥିଲା ଓଡିଶା । ପ୍ରଥମ ସଫଳତା ପରେ ଏଫଆଇଏଚ ଓଡିଶାରେ କ୍ରମାଗତ ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ଦାୟିତ୍ବ ଦେଇଥିଲା ।

ଚଳିତ ବର୍ଷ ହକି ବିଶ୍ବକପ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇଥିଲା । ନବ ନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ ଖେଳାଯିବା ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ଏହି ଷ୍ଟାଡିୟମ ଗିନିଜ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ଖାଲି ସେତିକି ନୁହେଁ ବର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିସରରେ ଅଲିମ୍ପିକ୍ସ କ୍ରୀଡା ଗ୍ରାମ ଢାଞ୍ଚାରେ ହକି ଗ୍ରାମ ମଧ୍ୟ ବିଶ୍ବର ଅନନ୍ୟ ଥିଲା । ବିଶ୍ବକପରେ ମାସ୍କର 'ଓଲି' ବିଶ୍ବରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ବାର୍ତ୍ତା ଦେଇଥିଲା ।

ଓଡିଶାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନକୁ ଶ୍ରେଷ୍ଠ ବୋଲି ଏଏଚଏଫ ଘୋଷଣା କରିବା ସହ ହକି ଇଣ୍ଡିଆକୁ ପରୁସ୍କୃତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି । ସେ କହିଛନ୍ତି, ''ଏସୀୟ ହକି ମହାସଂଘ ଆମକୁ ଏପରି ସମ୍ମାନ ପ୍ରଦାନ କରିବା ଦ୍ବାରା ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ଘରୋଇ ମାଟିରେ ହକି ବିଶ୍ବକପ ଆୟୋଜନ କରିବା ସର୍ବଦା ସ୍ବତନ୍ତ୍ର ଥିଲା । ଖେଳାଳି, ଅଫିସିଆଲ ଓ ଦର୍ଶକଙ୍କୁ ସ୍ମରଣୀୟ ଅନୁଭୂତି ଦେବା ଆମର ପ୍ରଥମ ପ୍ରାଥମିକତା ଥିଲା ।''

ଏହା ବି ପଢନ୍ତୁ...INDvsAUS ODI: ଦିନିକିଆରେ ହ୍ୟାଟ୍ରିକ ଡକରେ SKY ଷଷ୍ଠ ଭାରତୀୟ, ଲିଷ୍ଟରେ ଅଛନ୍ତି ତେନ୍ଦୁଲକର

ପ୍ରକାଶଥାଉ କି, ଚଳିତ ବର୍ଷ ଜାନୁଆରୀ 13ରୁ 29 ତାରିଖ ଯାଏ ଓଡିଶାର ଦୁଇଟି ସହରରେ ହକି ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ ମ୍ୟାଚ ଖେଳାଯାଇଥିଲା । 16ଟି ଦଳରୁ 4ଟି ପୁଲରେ ଭାଗ କରାଯାଇଥିଲା । ଭାରତ ପୁଲ ଡିରେ ରହିଥିଲା । ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା ଭାରତୀୟ ପୁରୁଷ ହକି ଦଳ । ଚମ୍ପିଆନ ହୋଇଥିଲା ଜର୍ମାନୀ । ଫାଇନାଲ ଫାଇଟରେ ବେଲଜିୟମକୁ ପେନାଲ୍ଟି ସୁଟ ଆଉଟରେ 5-4 ଗୋଲରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲା ଜର୍ମାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.