ETV Bharat / sports

ଜ୍ଞାନେନ୍ଦ୍ର ନିଙ୍ଗୋମବାମ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ନିର୍ବାଚିତ

author img

By

Published : Nov 7, 2020, 5:29 AM IST

ହକି ଇଣ୍ଡିଆକୁ ମିଳିଲା ନୂଆ ସଭାପତି । ମଣୀପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

Gyanendro Ningombam elected unopposed as Hockey India President
ଜ୍ଞାନେନ୍ଦ୍ର ନିଙ୍ଗୋମବାମ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ନିର୍ବାଚିତ

ନୂଆଦିଲ୍ଲୀ: ହକି ଇଣ୍ଡିଆକୁ ମିଳିଲା ନୂଆ ସଭାପତି । ମଣୀପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ ପୂର୍ବତନ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ମଧ୍ୟ ନିର୍ଦ୍ବନ୍ଦ୍ବରେ ବରିଷ୍ଠ ଉପ-ସଭାପତି ଭାବେ ନିର୍ବାଚିତ ହୋଇ ହକି ଇଣ୍ଡିଆ କାର୍ଯ୍ୟନିବାହୀ ବୋର୍ଡକୁ ଫେରିଛନ୍ତି ।

Gyanendro Ningombam elected unopposed as Hockey India President
ଜ୍ଞାନେନ୍ଦ୍ର ନିଙ୍ଗୋମବାମ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ନିର୍ବାଚିତ

ଶୁକ୍ରବାର ହକି ପରିଚାଳନା ପରିଷଦ ଏହାର 10ମ ହକି ଇଣ୍ଡିଆ କଂଗ୍ରେସ ଓ ନିର୍ଚାଚନ ଅନୁଷ୍ଠିତ କରିଥିଲା । ପରେ ନବ ନିର୍ବାଚିତ ସଭାପତି, ବରିଷ୍ଠ ଉପ-ସଭାପତି ଔପଚାରିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଭିଡିଓ କନ୍ଫରେସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସଦସ୍ୟ ୟୁନିଟ ମଧ୍ୟ ସାମିଲ ହୋଇଥିଲେ ।

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ, ନିଙ୍ଗୋମବାମ ଉତ୍ତର-ପୂର୍ବ ରାଜ୍ୟରୁ ପ୍ରଥମ ସଭାପତି ଭାବେ ହକି ଇଣ୍ଡିଆର ମୁଖ୍ୟ ହୋଇଛନ୍ତି । ଚଳିତ ବର୍ଷ ଜୁଲାଇରେ ମହମ୍ମଦ ମୁସ୍ତାକ ପଦରୁ ଇସ୍ତଫା ଦେବାପରେ, ସଭାପତି ଦାୟିତ୍ବରେ ରହିଥିଲେ ।

ନିଙ୍ଗୋମବାମ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବର୍ଷ 2009ରୁ 2014 ମଧ୍ୟରେ ମଣୀପୁର ହକିର ମୁଖ୍ୟ କାର୍ଯ୍ୟନିବାହୀ ଅଫିସର ଭାବେ କାର୍ଯ୍ୟ କରିଛନ୍ତି । ଏଥିସହ ମଣୀପୁର ହକି ସହ ଏକ ଦଶନ୍ଧିରୁ ଅଦିକ ସମୟ ଧରି ଜଡିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.