ETV Bharat / sports

ISL: ହାଇଦ୍ରାବାଦ ଏଫସି କ୍ଲବରେ ଯୁବ ୱିଙ୍ଗର ଅବଦୁଲ ରବିହ

author img

By

Published : Jun 22, 2021, 8:37 PM IST

ISL: Hyderabad FC signs winger Abdul Rabeeh
ISL: ହାଇଦ୍ରାବାଦ ଏଫସି କ୍ଲବରେ ଯୁବ ୱିଙ୍ଗର ଅବଦୁଲ ରବିହ

ଇଣ୍ଡିଆନ ସୁପର ଲିଗର ହାଇଦ୍ରାବାଦ ଏଫସି ଯୁବ କେରଳ ୱିଙ୍ଗର ଅବଦୁଲ ରବିହ ଏକେଙ୍କୁ ଆଗାମୀ ସିଜିନ ପାଇଁ କ୍ଲବରେ ସାମିଲ କରିଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗର ହାଇଦ୍ରାବାଦ ଏଫସି ଯୁବ କେରଳ ୱିଙ୍ଗର ଅବଦୁଲ ରବିହ ଏକେଙ୍କୁ ଆଗାମୀ ସିଜିନ ପାଇଁ କ୍ଲବରେ ସାମିଲ କରିଛି । ଏନେଇ କ୍ଲବ ମଙ୍ଗଳବା ଘୋଷଣା କରିଛି । ମାଲାପ୍ପୁରମର 20 ବର୍ଷୀୟ ଯୁବ ଫୁଟବଲ ଷ୍ଟାର ଦ୍ବିତୀୟ ଖେଳାଳି ଭାବେ କ୍ଲବରେ ସାମିଲ ହୋଇଛନ୍ତି ।

2013ରେ MSP ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ କ୍ୟାରିୟର ଆରମ୍ଭ କରିଥିଲେ । ପରେ 16 ବର୍ଷରୁ କମ ଓ 18 ବର୍ଷରୁ କମ AIFF ୟୁଥ ଲିଗରେ ନଜର ଆସିଥିଲେ ।

2020-21 ସିଜିନର କେରଳ ପ୍ରିମିୟର ଲିଗରେ ସେ ଲୁକା ଏସସି ପକ୍ଷରୁ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

"ହାଇଦ୍ରାବାଦ ଏଫସି ବର୍ତ୍ତମାନ ଏପରି ଏକ କ୍ଲବ ଯେଉଥିରେ ଅଧିକାଂଶ ଯୁବ ଫୁଟବଲ ଖେଳାଳି ଖେଳିବାକୁ ପସନ୍ଦ କରିବେ । ମୋ ପରି ଯୁବ ଖେଳାଳିଙ୍କୁ କ୍ଲବ ଦେଇଥିବା ସୁଯୋଗକୁ ହାତଛଡା କରିବି ନାହିଁ ।" ଏହା କହିଛନ୍ତି, ରବିହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.