ETV Bharat / sports

ଫୁଟବଲ ଷ୍ଟାର ସୁନୀଲ ଛେତ୍ରୀଙ୍କୁ କୋଚଙ୍କ ପ୍ରଶଂସା

author img

By

Published : Jun 14, 2020, 5:51 PM IST

Coaches laud Chhetri's 'dedication and never say die attitute' as secret of his illiustrious career
ଫୁଟବଲ ଷ୍ଟାର ସୁନୀଲ ଛେତ୍ରୀଙ୍କୁ କୋଚ ଇଗର ଷ୍ଟିମାକଙ୍କ ପ୍ରଶଂସା

ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କୁ କୋଚଙ୍କ ପ୍ରଶଂସା । 20 ବର୍ଷୀୟ ଯୁବ ଷ୍ଟ୍ରାଇକରରୁ 35 ବର୍ଷୀୟ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀ: ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଛେତ୍ରୀଙ୍କୁ କୋଚଙ୍କ ପ୍ରଶଂସା । 20 ବର୍ଷୀୟ ଯୁବ ଷ୍ଟ୍ରାଇକରରୁ 35 ବର୍ଷୀୟ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଭାରତୀୟ ଫୁଟବଲର ସଫଳତା ସଫଳତା ପଛରେ ଛେତ୍ରୀଙ୍କର ନିରନ୍ତର ଓ ନିଷ୍ଠାପର ଯୋଗଦାନ ରହିଛି ।

ମ୍ୟାଚର ପ୍ରତିକୂଳ ପରିସ୍ଥିତିରେ ବିହାର ମାନିବାକୁ ପ୍ରସ୍ତୁତ ନଥାନ୍ତି ଛେତ୍ରୀ । ବର୍ତ୍ତମାନର ଭାରତୀୟ ଫୁଟବଲ ଟିମର କୋଚ ଇଗର ଷ୍ଟିମାକ୍ ଛେତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି । ଟିମର ସିନିୟର ଖେଳାଳି ହୋଇଥିଲେ ମଧ୍ୟ AFC ଏସିଆନ କପରେ ଶତପ୍ରତିଶ୍ରତ ପ୍ରଦର୍ଶନ ପାଇଁ ଚେଷ୍ଟା କରିଥିଲେ ।

କେବଳ ଏହି ଗୋଟିଏ ଟୁର୍ଣ୍ଣାମେଣ୍ଟ ନୁହେଁ, ବରଂ ସମସ୍ତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରୟାସ କରିଥାନ୍ତି ଛେତ୍ରୀ ।

ଭାରତୀୟ ଫୁଟବଲ ଇତିହାସରେ ଛେତ୍ରୀଙ୍କୁ ନେଇ ଦେଶ ନିଶ୍ଚିନ୍ତ ଗର୍ବିତ ଅନୁଭବ କରିବ ବୋଲି କୋଚ ଷ୍ଟିମାକ କହିଛନ୍ତି । ସର୍ବଭାରତୀୟ ଫୁଟବଲ ଫେଡେରେସନ କୋଚ ଷ୍ଟିମାକଙ୍କ ଏହି ପ୍ରତିକ୍ରିୟାକୁ ସ୍ଥାନ ନିଜ ୱେବସାଇଟରେ ସ୍ଥାନ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.