ETV Bharat / sports

WPL 2023: ଆଜି ୟୁପି-ବାଙ୍ଗାଲୋର ଫାଇଟ, RCB ପାଇଁ ଶେଷ ସୁଯୋଗ

author img

By

Published : Mar 15, 2023, 10:19 AM IST

Womens Premier League
ଆଜି ୟୁପି-ବାଙ୍ଗାଲୋର ମୁକାବିଲା

ମହିଳା ପ୍ରିମିୟର ଲିଗ 13 ତମ ମ୍ୟାଚରେ ଆଜି ୟୁପି ୱାରିୟର୍ଜ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଏହା ଆରିସିବି ପାଇଁ ଶେଷ ସୁଯୋଗ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ଆଇପିଏଲରେ ଆଜି 13ତମ ମ୍ୟାଚ ଖେଳାଯିବ । ଏହି ମୁକାବିଲାରେ ରୟାର ଚାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ୱାରିୟର୍ଜ ପରସ୍ପରକୁ ଭେଟିବେ । ମହିଳା ପ୍ରିମିୟର ଲିଗ ଆରସିବି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ । ଦଳ ଲଗାତାର 5ଟି ମ୍ୟାଚ ହାରିବା ସହ ପ୍ଲେ ଅଫ ଦୌଡରୁ ବାଦ ପଡିଛି । ତଥାପି ଦଳ ପାଖରେ ଏଲିମିନେଟର ରାଉଣ୍ଡ ପାଖରେ ପହଞ୍ଚିବାକୁ ସୁଯୋଗ ରହିଛି । ଆଜିର ମୁକାବିଲା ଦଳ ପାଇଁ ଶେଷ ସୁଯୋଗ । ୟୁପି ୱାରିୟର୍ଜ ଆରିସିବିକୁ ହରାଇବାକୁ ସବୁ ପ୍ରକାର ରଣନୀତି ପ୍ରୟୋଗ କରିବ ।

ମାର୍ଚ୍ଚ 10 ତାରିଖରେ ୟୁପି ଓ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏଥିରେ 10 ୱିକେଟରେ ବିଜୟୀ ହୋଇଥିଲା ଆଲିସା ହିଲିଙ୍କ ୟୁପି ୱାରିୟର୍ଜ । ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ଆରିସିବିର ଏହା ଚତୁର୍ଥ ପରାଜୟ ଥିଲା । ଏହି ମ୍ୟାଚରେ ୟୁପି ଅଧିନାୟିକା ଆଲିସା ହିଲି ଓ ଦେବୀକା ବୈଦ୍ୟଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୟୁପି ବର୍ତ୍ତମାନ ସୁଦ୍ଧା 4ଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ ସହ ଟେବୁଲର ତୃତୀୟରେ ରହିଛି । ଆଜିର ମ୍ୟାଚ ଜିତି ଦଳ ଏକ ମଜବୁତ ସ୍ଥିତିରେ ରହିବାକୁ ଚେଷ୍ଟା କରିବ ।

ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୋଟ 5 ଟି ମ୍ୟାଚ ଖେଳି ସାରିଛି । ମାତ୍ର ବିଜୟ ଖାତା ଖୋଲିବାରେ ଦଳ ବିଫଳ ହୋଇଛି । ଆଜିର ମୁକାବିଲା ଦଳ ପାଇଁ ଶେଷ ସୁଯୋଗ । ଏଲିମିନେଟର ରାଉଣ୍ଡରେ ପହଞ୍ଚିବାକୁ ଦଳକୁ ବାକି 3ଟି ମ୍ୟାଚ ଜିତିବାକୁ ହେବ । ଆରିସିବି ତାର ଶେଷ ମୁକାବିଲାରେ ଦିଲ୍ଲୀକୁ ଭେଟିଥିଲା । ଏହି ମ୍ୟାଚରେ ଦିଲ୍ଲୀ 6 ୱିକେଟରେ ବିଜୟୀ ହୋଇଥିଲା । ଆଜି ଦଳ ନିଶ୍ଚିୟ ବିଜୟ ଖାତା ଖୋଲିବାକୁ ଚେଷ୍ଟା କରିବ ।

ଏହା ବି ପଢନ୍ତୁ...WPL 2023: ପଞ୍ଚମ ବିଜୟ ସହ ପ୍ଲେ ଅଫରେ ମୁମ୍ବାଇ, 55 ରନରେ ହାରିଲା ଗୁଜରାଟ

ଆରସିବି ସ୍କ୍ବାର୍ଡ: ସ୍ମୃତି ମାନ୍ଧାନା, ସୋଫି ଡିବାଇନ, ଏଲିସା ପେରୀ, ହିଥର ନାଇଟ, ଏରିସ ବନ୍ସ/ଡେନ ବେନ ନିକର୍କ, ରିଚା ଘୋଷ, କନିକା ଆହୁଜା, ଶ୍ରୀୟଙ୍କା ପାଟିଲ, ରେଣୁକା ସିଂ, କୋମଲ ଜଜାଦ, ସହାନା ପାୱାର ।

ୟୁପି ୱାରିୟର୍ଜ ସ୍କ୍ବାର୍ଡ: କିରଣ ନବଗିରି, ଶ୍ବତା ସେରାୱତ, ଦିପ୍ତୀ ଶର୍ମା, ଦେବିକା ବୈଦ୍ୟ, ଗ୍ରେସ ହାରିସ, ଆଲିସା ହିଲି, ତାହଲିଆ ମ୍ୟାଗ୍ରାଥ, ସିମରନ ଶିକ୍ଷା, ସୋଫି ଇକ୍ଲେଷ୍ଟୋନ, ଅଞ୍ଜଳି ଶ୍ରାବଣୀ, ରାଜେଶ୍ବରୀ ଗାଏକ୍ବାର୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.