ETV Bharat / sports

WPL 2023: ଆଜି ମୁମ୍ବାଇ-ୟୁପି ଏଲିମିନେଟର ମୁକାବିଲା, ଫାଇନାଲ ଟିକେଟ ପାଇଁ ଲଢିବେ ଦୁଇଦଳ

author img

By

Published : Mar 24, 2023, 9:59 AM IST

Womens Premier Leagu
WPL 2023

ମହିଳା ପ୍ରିମିୟର ଲିଗରେ ଆଜି ଏଲିମିନେଟର ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ ପରସ୍ପରକୁ ଭେଟିବେ । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ଅଧିକ ପଢନ୍ତୁ

ମୁମ୍ବାଇ: ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇଥିବା ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି (ଶୁକ୍ରବାର) ଡବ୍ଲ୍ୟୁପିଏଲର ଏଲିମିନେଟର ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ ପରସ୍ପରକୁ ଭେଟିବେ । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପ୍ରଥମ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରି ସାରିଛି । ମୁମ୍ବାଇ-ୟୁପି ଏଲିମିନେଟରେ ମୁକାବିଲାରେ ଯେଉଁ ଦଳ ବିଜୟ ହାସଲ କରିବ ସେ ଫାଇନାଲରେ ଦିଲ୍ଲୀକୁ ଭେଟିବ । ମାର୍ଚ୍ଚ 26 ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ।

ମୁମ୍ବାଇ ଇଣ୍ଡିଆନ୍ସ ଲିଗ ପର୍ଯ୍ୟାୟରେ ମୋଟ 8ଟି ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିବା ସହ 2ଟିରେ ପରାସ୍ତ ହୋଇଛି । 12 ପଏଣ୍ଟ ପାଇଁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରିହିଛି । ଲିଗ ମ୍ୟାଚରେ ମୁମ୍ବାଇ ବିଜୟଧାରାରେ ୟୁପି ୱାରିୟର୍ଜ ହିଁ ବ୍ରେକ ଲଗାଇଥିଲା । ୟୁପି ୱାରିୟର୍ଜ ଆଜି ହାଲୁକା ନେବ ନାହିଁ ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ । ଯଦି ଦଳ ପ୍ରଦର୍ଶନରେ ବିଫଳ ହୁଏ ତେବେ ଆରମ୍ଭରୁ ଭଲ ପ୍ରଦର୍ଶନ କରି ଆସୁଥିବା ମୁମ୍ବାଇର ସ୍ବପ୍ନ ଚୁରମାର ହୋଇଯିବ । ମୁମ୍ବାଇର ହେଲି ମାଥ୍ୟୁସ, ହର୍ମନପ୍ରୀତ କୌର ଓ ୟାସ୍ତିକା ଭାଟିଆଙ୍କ ଉପରେ ନଜର ରହିବ ।

ଉଥାନ ପତନ ଦେଇ ୟୁପି ଟୁର୍ଣ୍ଣାମେଣ୍ଟରେ କମବ୍ୟାକ କରିଥିଲା । ମୋଟ 8ଟି ମ୍ୟାଚ ଖେଳି 4ଟି ଜିତିଥିବା ବେଳେ 4ଟିରେ ପରାସ୍ତ ହୋଇଛି । 8 ପଏଣ୍ଟ ସହ ଟେବୁଲ ତୃତୀୟ ସ୍ଥାନରେ ରହିଛି ୟୁପି । ମୁମ୍ବାଇର ବିଜୟଧାରାରେ ବ୍ରେକ ଦେଇଥିବା ୟୁପି ୱାରିୟର୍ଜ ଆଜି ମୁମ୍ବାଇକୁ ମାତ ଦେଇ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି । ଗୁଜୁରାଟକୁ ହରାଇ ପ୍ଲେ ଅଫରେ ପ୍ରବେଶ କରିଥିଲା ୟୁପି । ଦିଲ୍ଲୀ କ୍ୟାପିଟାଲ୍ସଠୁ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲା । ୟୁପିର ଗ୍ରେସ ହ୍ୟାରିସ ଓ ତାହଲିଆ ମ୍ୟାଗ୍ରାଥଙ୍କ ଉପରେ ଦଳ ସମର୍ଥକଙ୍କ ଆଶା ରହିଛି ।

ଏହା ବି ପଢନ୍ତୁ...HI Wins Best Organiser Award: ହକି ଇଣ୍ଡିଆକୁ ଶ୍ରେଷ୍ଠ ଆୟୋଜକ ପୁରସ୍କାର

ମୁମ୍ବାଇର ଡି.ୱାଇ ପାଟିଲ ଷ୍ଟାଡିୟମରେ ଆଜି ଏଲିମିନେଟର ମ୍ୟାଚ ଖେଳାଯିବ । ରାତି 7ଟା 30ରେ ଆରମ୍ଭ ହେବ ମ୍ୟାଚ । ଡି.ୱାଇ ପାଟିଲ ଷ୍ଟାଡିୟମରେ ଆଜିର ଏହି ମୁକାବିଲା 11ତମ ଓ ଶେଷ ମୁକାବିଲା ହେବାକୁ ଯାଉଛି । ଏହି ମଇଦାନରେ ସ୍ପିନ ବୋଲର 60 ୱିକେଟ ହାସଲ କରିଛନ୍ତି । ୱାରିୟର୍ଜର ସୋଫି ଇକ୍ଲେଷ୍ଟୋନ ଏଠାରେ 7 ଓ ମୁମ୍ବାଇର ୟାସ୍ତିକା ଭାଟିଆ 8ଟି ୱିକେଟ ନେଇଛନ୍ତି ।

ମୁମ୍ବାଇ ସାମ୍ଭାବ୍ୟ ସ୍କ୍ବାଡ: ହର୍ମନପ୍ରୀତ କୌର, ହେଲି ମାଥ୍ୟୁସ, ୟାସ୍ତିକା ଭାଟିଆ, ନେଟ ସିବର ବ୍ରଣ୍ଟ, ଅମୋଲିୟା କେର, ପୂଜା ବସ୍ତ୍ରାକାର, ଇସ୍ତି ବୋଙ୍ଗ/କ୍ଲୋ ଟାଇଟନ, ଅମନଜୌତ କୋର, ହୁମାୟକରା କାଜି,ସାୟକା ଇସାକ, ଜିତିମନୀ କଲିତା ।

ୟୁପି ୱାରିୟର୍ଜ ସାମ୍ଭାବ୍ୟ ସ୍କ୍ବାଡ: ଆଲିସା ହିଲି, କିରଣ ନବଗିରି, ଶ୍ବେତା ସେରାୱତ, ଦିପ୍ତୀ ଶର୍ମା, ଗ୍ରେସ ହାରିସ, ତାହଲିଆ ମ୍ୟାଗ୍ରାଥ, ସିମରନ ଶେଖ, ସୋଫି ଇକ୍ଲେଷ୍ଟୋନ, ଅଞ୍ଜଳି ଶ୍ରାବଣୀ, ରାଜେଶ୍ବରୀ ଗାଏକ୍ବାର୍ଡ/ଏସ ୟଶଶ୍ରୀ, ପାର୍ଶବୀ ଚୋପ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.