ETV Bharat / sports

ବିଶ୍ବକପ ଫାଇନାଲ ୨୦୨୩: ପାୱାର ପ୍ଲେରେ ବୁମରାହଙ୍କ ଜବରଦସ୍ତ ବୋଲିଂ, ନେଲେ ୨ ୱିକେଟ

author img

By ETV Bharat Odisha Team

Published : Nov 19, 2023, 7:57 PM IST

Jasprit Bumrah
Jasprit Bumrah

ବିଶ୍ବକପ ଫାଇନାଲ ମ୍ୟାଚର ଦ୍ବିତୀୟ ପାଳିର ପ୍ରଥମ ପାୱାର ପ୍ଲେରେ ବୁମରହାଙ୍କ ଜବରଦସ୍ତ ବୋଲିଂ । ନେଲେ ୨ଟି ୱିକେଟ । ଅଧିକ ପଢନ୍ତୁ

ଅହମ୍ମଦାବାଦ: ପାୱାର ପ୍ଲେରେ ଚମକିଲେ ବୁମ ବୁମ ବୁମରାହ । ପ୍ରଦର୍ଶନ କଲେ ଜବରଦସ୍ତ ବୋଲିଂ । ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଚାପ ପକାଇବା ସହିତ ନେଲେ ୨ଟି ୱିକେଟ । ଏହାରି ସହିତ ଭାରତ ଜିତିବାର ଆଶା ମଧ୍ୟ ଜାଗ୍ରତ ହୋଇଛି । ସ୍କୋରବୋର୍ଡରେ କଙ୍ଗାରୁ ଟିମକୁ ସେତେ ବଡ଼ ଟାର୍ଗେଟ ଦେଇପାରିନାହିଁ 'ମେନ ଇନ ବ୍ଲ୍ୟୁ' । ଏଭଳି ସ୍ଥିତିରେ ୱିକେଟ ହିଁ ଭାରତୀୟ ଟିମର ବିଜୟରେ ହେବ ସହାୟକ । ଏଭଳି ସ୍ଥିତିରେ ଦ୍ବିତୀୟ ଇନିଂସର ପ୍ରଥମ ପାୱାର ପ୍ଲେରେ ବୁମରାହଙ୍କ ପ୍ରଦର୍ଶନକୁ ବେଶ ପ୍ରଶଂସନୀୟ ରହିଛି ।

ଭାରତୀୟ ପେସର ଜଶପ୍ରୀତ ବୁମରାହ ନିଜର ପ୍ରଥମ ଓଭରରେ ୧୫ ରନ‌ ଦେଇଥିଲେ । ଅଷ୍ଟ୍ରେଲିଆ ଓପନର ଟ୍ରେଭିସ ହେଡ ଓ ଡେଭିଡ ୱାର୍ଣ୍ଣର ୩ଟି ବାଉଣ୍ଡାରି ସାଙ୍ଗକୁ ୩ ରନ ସହ ସ୍କୋରବୋର୍ଡରେ ୧୫ ରନ୍‌ ଯୋଗ କରିଥିଲେ । ଏହାପରେ ନିଜର ତୃତୀୟ ଓଭରରେ କମାଲ କରିଥିଲେ ବୁମରାହ । ଅଷ୍ଟ୍ରେଲିଆର ୫ମ ଓଭର ଓ ବୁମରାହଙ୍କ ୩ୟ ଓଭରରେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଚାପ ପକାଇବା ସହ ଗୋଟିଏ ୱିକେଟ ନେଇଥିଲେ । ମିଚେଲ ମାର୍ସ ମାତ୍ର ୧୫ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ଖୁସିରେ ଝୁମି ଉଠିଥିଲା ଷ୍ଟାଡିୟମ । ଚାର୍ଜ ହୋଇଯାଇଥିଲେ ଭାରତୀୟ ପ୍ରଶଂସକ । ଫ୍ୟାନ୍ସଙ୍କ ଚିଅର ଅପ୍‌ରେ ଷ୍ଟାଡିୟମ ଫାଟି ପଡ଼ିଥିଲା ।

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌

ବୁମରାହଙ୍କ ପ୍ରଥମ ପାୱାର ପ୍ଲେରେ ଇକୋନୋମି ରେଟ୍‌ ୩.୩୨ ରହିଛି । ସେ ଚଳିତ ଟୁର୍ଣ୍ଣାମେଣ୍ଟରେ ୫ରୁ ଅଧିକ ମ୍ୟାଚ୍‌ରେ ପ୍ରଥମ ଓଭରରେ ବୋଲିଂ କରିଛନ୍ତି । ଏହାସହିତ ସେ ୭ଟି ୱିକେଟ ମଧ୍ୟ ନେଇଛନ୍ତି । ପାୱାର ପ୍ଲେରେ ବୁମରାହଙ୍କର ଆଭରେଜ ଇକୋନୋମି ରେଟ୍‌ ୨୨.୨୯ ରହିଛି । ତେବେ ଏଯାବତ ଟୁର୍ଣ୍ଣାମେଣ୍ଟର ୧୧ ମ୍ୟାଚ୍‌ରେ ୨୯ ବର୍ଷୀୟ ଭାରତୀୟ ଷ୍ଟାର ବୋଲର ବୁମରାହ ମୋଟ ୨୦ଟି ୱିକେଟ ନେଇଛନ୍ତି । ଏହି ପୁରା ମ୍ୟାଚରେ ତାଙ୍କର ହାରାହାରି ଇକୋନୋମି ରେଟ୍‌ ୧୭.୫୫ ରହିଛି ।

ଖବର ଲେଖାଯିବା ସୁଦ୍ଧା ବୁମରାହ ମୋଟ ୫ ଓଭର ବୋଲିଂ କରିଥିବା ବେଳେ ୨ଟି ମେଡେନ ଓଭର ମଧ୍ୟ ଦେଇଥିଲେ । ସେ ମୋଟ ୨୧ ରନ୍‌ ଦେବା ସହ ୨ଟି ୱିକେଟ ନେଇଛନ୍ତି । ସେପଟେ ପୁଣି ଥରେ ନିଜକୁ ବେଷ୍ଟ ବୋଲର ପ୍ରମାଣିତ କରିଛନ୍ତି ପେସର ମହମ୍ମଦ ଶାମି । ଶାମି ନଜିର ପ୍ରଥମ ଓଭରରେ ୱିକେଟ ନେଇଥିଲେ । ଶାମି ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.