ETV Bharat / sports

World Cup 2023: 'ଚାପରେ ନଥିଲେ ଉକ୍ତ ଖେଳାଳି ଖେଳ ପ୍ରତି ସିରୟସ ନଥାନ୍ତି'

author img

By ETV Bharat Odisha Team

Published : Nov 15, 2023, 2:18 PM IST

ଚାପକୁ ନେଇ ଇଟିଭି ଭାରତକୁ ସାକ୍ଷାତକାର ଦେଇ କ'ଣ କହିଛନ୍ତି ପୂର୍ବତନ ଖେଳାଳି ତଥା ୱିକେଟକିପର ସୁରିନ୍ଦର ଖନ୍ନା ଜଣାବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

World Cup 2023
World Cup 2023

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ତଥା ୱିକେଟକିପର ସୁରିନ୍ଦର ଖନ୍ନାଙ୍କ ମତରେ ଚାପରେ ନରହୁଥିବା ଖେଳାଳି ଖେଳକୁ ଗୁରୁତର ସହ ନିଏ ନାହିଁ । କ୍ରିକେଟ ବିଶ୍ବକପ 2023 ସେମିଫାଇନାଲ ମ୍ୟାଚରେ ଯେଉଁ ଦଳ ଚାପକୁ ନିୟନ୍ତ୍ରଣ ରଖିବ ସେ ପ୍ରଥମ ସେମିଫାଇନାଲ ମ୍ୟାଚ ବିଜୟୀ ହେବ । ସୁରିନ୍ଦର ଖାନ୍ନା 1979 ବିଶ୍ବକପ ଦଳର ସଦସ୍ୟ ଥିଲେ । ପରେ 1984ରେ ଏସିଆ କପ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ପ୍ରଶ୍ନ: ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲ ମ୍ୟାଚକୁ କିପରି ଦେଖନ୍ତି?

ନ୍ୟୁଜିଲାଣ୍ଡ ଗତ 2ଟି ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଛି । ଏବେ ସୁଦ୍ଧା ଏହି ଟୁର୍ଣ୍ଣାମେଣ୍ଟର ମୁଁ ଦୁଇ ଦଳର ଯେଉଁ ଫର୍ମ ଦେଖିଛି ଏହା କହିବି କି ଭାରତର ପ୍ରଦର୍ଶନ ଭଲ ରହିଛି । ସବୁ ମ୍ୟାଚ ଜିତିଛି । ମାତ୍ର ଏହା ନକଆଉଟ ମୁକାବିଲା । ଏହି ଦିନ ଆମେ କିପରି ଖେଳୁ ତାହା ଉପରେ ନିର୍ଭର କରିଥାଏ । ପୂର୍ବରୁ ଯାହା ବି ହୋଇଛି ତାହା ରେକର୍ଡ ବୁକରେ ରହିଛି । ଆଜି ସ୍ପଷ୍ଟ ହେବ ଫାଇନାଲ କିଏ ଖେଳିବ । ମୁଁ ଭାରତୀୟ ଦଳକୁ ଫେବରେଟ ମାନୁଛି ।

ପ୍ରଶ୍ନ: ନକଆଉଟ ମୁକାବିଲାରେ ଭାରତ ଚାପରେ ଆସିଯାଏ ଏହା ସତ୍ୟ କି?

ଅନ୍ତର୍ଜାତୀୟ କ୍ରିକେଟରେ ଚାପ ତ ରହିବ । ନକଆଉଟ ମୁକାବିଲାରେ ଚାପ ଅଧିକ ରହିବ କହିବା ଠିକ ହେବ ନାହିଁ । ତୁମେ ଯେବେ ଦେଶ ପାଇଁ ଖେଳୁଛ ତେବେ ଚାପ ତ ରହିବ । ମୁଁ ଭାବେ କି ଯଦି ସେହି ଚାପ ରହୁନାହିଁ ତ ଖେଳାଳି ତାର ଖେଳକୁ ଗୁରୁତ୍ବ ଦେଉନାହିଁ । କ୍ରିକେଟ ବିଶ୍ବକପ 2023 ସେମିଫାଇନାଲ ମ୍ୟାଚରେ ଯେଉଁ ଦଳ ଚାପକୁ ନିୟନ୍ତ୍ରଣ ରଖିବ ସେ ପ୍ରଥମ ସେମିଫାଇନାଲ ମ୍ୟାଚ ବିଜୟୀ ହେବ ।

ପ୍ରଶ୍ନ: ଭାରତୀୟ ଦଳର ବୋଲିଂ ପରିବର୍ତ୍ତନ ନେଇ କଣ କହିବେ?

ଦେଖିବାକୁ ଗଲେ ସାମି, ସିରାଜ ଏବଂ ଆମ ସ୍ପିନର ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ଆହତ ପରେ କମବ୍ୟାକ କରି ବୁମରା ଭଲ ପ୍ରଦର୍ଶନ କରିଛନ୍ତି । ବୁମରା ଆସିବାରୁ ବୋଲିଂ ବିଭାଗ ଅଧିକ ସୃଦୁଢ ହୋଇଛି । ପ୍ରତିପକ୍ଷ ବ୍ୟାଟରଙ୍କୁ ଅଟକାଇବାରେ ବୁମରାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଫିଲ୍ଡିଂ ମଧ୍ୟ ଜବରଦସ୍ତ ରହିଛି । ଉଭୟ ଦଳ ସନ୍ତୁଳିତ ରହିଛନ୍ତି । କେବଳ ଜଣେ ଚାପ ନିୟନ୍ତ୍ରଣ କରିପାରିଲେ ବିଜୟ ହେବ ମୁଁ ଚାହୁଁଛି ଭାରତ ଜିତୁ ।

ଏହା ବି ପଢନ୍ତୁ...World Cup 2023: ଅଧିକ ରିସ୍କ ନେବାକୁ ଆଗ୍ରହୀ କିୱି ସେନାପତି, ମହାମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଗାଭାସ୍କରଙ୍କ ଚେତାବନୀ

ପ୍ରଶ୍ନ: ଭାରତୀୟ ଦଳର ସଫଳତା ନେକ ମ୍ୟାନେଜମେଣ୍ଟକୁ ଶ୍ରେୟ ଦେବେ କି?

ଏ ବିଷୟରେ ଆଲୋଚନା ନ କରିବା ଭଲ ହେବ । ବେଞ୍ଚ ଷ୍ଟ୍ରେନ୍ଥରେ ନୂଆ ଖେଳାଳି ମୋ ନଜରକୁ ଆସିନାହାନ୍ତି । ଯଶଶ୍ବୀ ଯୈସ୍ବାଲ କିମ୍ବା ଗାଏକ୍ବାଡ ଆସିଥିଲେ ଆମେ ୱାର୍କଲୋକ ମ୍ୟାନେଜମେଣ୍ଟ କଥା କହିଥାନ୍ତୁ ।

ପ୍ରଶ୍ନ: 35ବର୍ଷୀୟ ବିରାଟ କୋହଲି ଆଉ କେତେ ସମୟ ଖେଳିବେ ବୋଲି ଭାବୁଛନ୍ତି?

ବୟସ କେବଳ ଏକ ସଂଖ୍ୟା । ଯଦି ତୁମେ ସ୍କୋର କରିବାକୁ ଭୋକିଲା ଅଛ ତେବେ ତୁମର ବୟସ, ଶରୀର ତୁମକୁ ସର୍ବଦା ସାଥ ଦେବ । ବଡ ବଡ ଖେଳାଳି ସେମାନଙ୍କ ଅବସର ନିଷ୍ପତ୍ତ ନେଇଥାନ୍ତି । ୱିଲିୟମସନ, ସ୍ମିଥ, ବିରାଟ କୋହଲି ଏବଂ ଜୋ ରୁଟ ଏମାନଙ୍କ ପରେ ଏକ ଅନୁପସ୍ଥିତି ସୃଷ୍ଟି ହେବ କାରଣ ସେମାନେ ଟେକ୍ନିକାଲି ବହୁତ ଭଲ । ଏହି 4ଜଣଙ୍କୁ ଲୋକ ମିସ୍ କରିବେ । କ୍ରିକେଟ ମଧ୍ୟ ତାଙ୍କୁ ମନେ ପକାଇବ ।

ପ୍ରଶ୍ନ: ବିରାଟ କୋହଲିଙ୍କ ସ୍ଥାନ କିଏ ନେଇପାରିବେ?

ସୁନୀଲ ଗାଭାସ୍କର ଓ ଗୁଣ୍ଡାପା ବିଶ୍ବନାଥଙ୍କ ଅବସର ପରେ ଭାରତ କପିଲ ଦେବ, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକରଙ୍କ ପରି ମହାନ ଖେଳାଳି ପାଇଥିଲା । ବର୍ତ୍ତମାନ ବିରାଟ କୋହଲି ରହିଛନ୍ତି । ପ୍ରତି ଯୁଗରେ ମହାନ ଖେଳାଳି ଥାନ୍ତି । ଆଇପିଏଲ କ୍ରିକେଟକୁ ଅଧିକ ବଡ କରି ଦେଇଛି । ଏବେ କ୍ରିକେଟର 42-44 ବର୍ଷ ଯାଏ ଖେଳୁଛନ୍ତି । ତେବେ ବଡ ବଡ ଖେଳାଳିଙ୍କ ସ୍ଥାନ କେହି ନେଇପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.