ETV Bharat / sports

World Cup 2023: ବିଶ୍ବକପରେ ରୋହିତ ଓ ଜାଡେଜାଙ୍କ ପ୍ରଦର୍ଶନଙ୍କୁ ପ୍ରଶଂସା କଲେ ସଞ୍ଜୟ ଜଗଦଲେ

author img

By ETV Bharat Odisha Team

Published : Nov 7, 2023, 10:33 AM IST

Etv Bharat
Etv Bharat

ବିଶ୍ବକପରେ ଭାରତର ପ୍ରଦର୍ଶନକୁ ନେଇ ବିସିସିଆଇ ଚୟନ କମିଟିର ପୂର୍ବତନ ସଦସ୍ୟ ସଞ୍ଜୟ ଜଗଦଲେଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର। ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଶ୍ବକପରେ ଭାରତର ବିଜୟ ଧାରା ସାଙ୍ଗକୁ ଖେଳାଳିଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଲିଗ ମ୍ୟାଚରେ କ୍ରମାଗତ 8ଟି ମ୍ୟାଚରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ବିସିସିଆଇ ଚୟନ କମିଟିର ପୂର୍ବତନ ସଦସ୍ୟ ସଞ୍ଜୟ ଜଗଦଲେ ମେନ୍‌ ଇନ୍‌ ବ୍ଲୁ'ର ପ୍ରଦର୍ଶନକୁ ବେଶ ପ୍ରଶଂସା କରିଛନ୍ତି । ଏଥିସହ ରୋହିତ ଶର୍ମାଙ୍କ ବ୍ୟାଟିଂଙ୍କୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ବକପରେ ଜବରଦସ୍ତ ବ୍ୟାଟିଂ କରୁଛନ୍ତି । ସେ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା କହିଛନ୍ତି ସଞ୍ଚୟ । ଏଥିସହ ରବୀନ୍ଦ୍ର ଜାଡେଜାଙ୍କୁ ଜଣେ ସ୍ବତନ୍ତ୍ର ଖେଳାଳି ବୋଲି ମଧ୍ୟ ବିବେଚନା କରିଛନ୍ତି ।

  • Rohit Sharma in Powerplay in World Cup 2023:

    Innings - 8
    Runs - 265
    Balls - 203
    Average - 88.3
    Strike Rate - 130.5
    fours - 31
    Sixes - 16

    Hitman showing his new version in ODIs. pic.twitter.com/ptlxby7sII

    — Johns. (@CricCrazyJohns) November 6, 2023 " class="align-text-top noRightClick twitterSection" data=" ">

ରୋହିତ ଶର୍ମା ଉଦାହରଣ ସୃଷ୍ଟି କରିଛନ୍ତି: ସଞ୍ଜୟ ଜଗଦଲେ କହିଛନ୍ତି ଯେ, ବିଶ୍ବକପରେ ବ୍ୟାଟର୍‌ ଭାବେ ରୋହିତ ଶର୍ମାଙ୍କ ରେକର୍ଡ ବହୁତ ଭଲ ରହିଛି । ଏହା ବ୍ୟତୀତ ସେ ଜଣେ ଅଧିନାୟକ ଭାବରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ତାଙ୍କର ଉତ୍କୃଷ୍ଟ ବ୍ୟାଟିଂ ଦଳର ମିଡିଲ ଅର୍ଡର ଉପରେ ଚାପ ପକାଏ ନାହିଁ। ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁଁ ଭାରତ ଭଲ ସ୍କୋର୍‌ କରିବାରେ ସକ୍ଷମ ହୋଇଥାଏ । ଯାହା ଅନ୍ୟ ବ୍ୟାଟର୍‌ଙ୍କ ଉପରେ ଅଧିକ ଚାପ ପକାଏ ନାହିଁ । ସେମାନେ ମଧ୍ୟ ଭଲ ରନ୍‌ କରିପାରନ୍ତି । ଚଳିତ ବିଶ୍ବକପରେ ରୋହିତ ଶର୍ମା ବର୍ତ୍ତମାନ 8ଟି ମ୍ୟାଚ୍‌ ଖେଳି 442 ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ବିଶ୍ବକପରେ ସର୍ବାଧିକ ରନ୍‌ କରିବାରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର

ଭାରତୀୟ ଦଳ ପାଇଁ ସ୍ବତନ୍ତ୍ର ଜାଡେଜା: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରି ସଞ୍ଜୟ ଜଗଦଲେ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଜାଡେଜାଙ୍କ ଘାତକ ବୋଲିଂ ବିପକ୍ଷ ଦଳର ବ୍ୟାଟରଙ୍କୁ ଘାଇଲା କରିଥିଲା । ସେ 5ଟି ଓ୍ବିକେଟ ନେଇଥିଲେ । ତାଙ୍କ ପରି ଖେଳାଳି ପ୍ରତ୍ୟେକ ଦଳ ପାଇଁ ସ୍ବତନ୍ତ୍ର । ପ୍ରତି ମ୍ୟାଚ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ଭଲ ରହିଛି । ବ୍ୟାଟିଂ ହେଉ କି ବୋଲିଂ ବା ଫିଲ୍ଡିଂରେ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ସେ ଦଳର ସନ୍ତୁଳନ ବଜାୟ ରଖନ୍ତି ।

ଟିମ୍‌ ଇଣ୍ଡିଆର ବୋଲିଂ ବିଭାଗ ବହୁତ ଭଲ : ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୋଡରେ ଆଘାତ ଲାଗିବାରୁ ସେ ବିଶ୍ବକପରୁ ବାଦ ପଡ଼ିଛନ୍ତି । ତାଙ୍କର ଅନୁପସ୍ଥିତି ଯୋଗୁଁ ଦଳର ସନ୍ତୁଳନ ଟିକିଏ ବିଗିଡ଼ିଯାଇଛି । କିନ୍ତୁ ଟିମ୍ ଇଣ୍ଡିଆର ବୋଲିଂ ବିଭାଗ ବହୁତ ଭଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.