ETV Bharat / sports

Cricket World Cup 2023: ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର

author img

By ETV Bharat Odisha Team

Published : Nov 7, 2023, 8:42 AM IST

ଓ୍ବାଙ୍ଖଡେ ଷ୍ଟାଡିୟମରେ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଲେ ସଚିନ ତେନ୍ଦୁଲକର। ଖେଳକୁ ନେଇ ଦେଲେ ଟିପ୍ସ । ଅଧିକ ପଢନ୍ତୁ

Sachin Tendulkar meets Afghanistan team
Sachin Tendulkar meets Afghanistan team

ମୁମ୍ବାଇ: ଆଜି ବିଶ୍ବକପରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋମବାର ଅଭ୍ୟାସ ମ୍ୟାଚ୍‌ ଚାଲିଥିବା ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଥିଲେ ସଚିନ । ଏହାପରେ ଦଳର ସମସ୍ତ ଖେଳାଳି ସଚିନଙ୍କୁ ସ୍ବାଗତ କରିଥିଲେ ଓ ଆଜିର ମ୍ୟାଚ୍‌ ପାଇଁ ପରାମର୍ଶ ମଧ୍ୟ ନେଇଥିଲେ । ସେମିଫାଇନାଲ ଖେଳିବାକୁ ହେଲେ ଆଜିର ମ୍ୟାଚ୍‌ ଆଫଗାନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ତେଣୁ ସେ ବିଷୟରେ ସଚିନଙ୍କଠାରୁ ପରାମର୍ଶ ନେଇଥିଲେ ଆଫଗାନ ଖେଳାଳି।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ନାଟକୀୟ ମ୍ୟାଚ୍‌ରେ ହାରିଲା ଶ୍ରୀଲଙ୍କା, ୩ ୱିକେଟ୍‌ରେ ଜିତିଲା ବାଂଲାଦେଶ

ସ୍ପିନର ରାସିଦ ଖାନ କହିଛନ୍ତି ଯେ, ସଚିନ ତେନ୍ଦୁଲକରଙ୍କ ସହ ଆମେ କଥାବାର୍ତ୍ତା ହୋଇଛୁ । ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କୁ ଭେଟିବା ଏକ ବିଶେଷ ମୁହୁର୍ତ୍ତ ଆମ ପାଇଁ । ଏହା ଏକ ଭିନ୍ନ ଅନୁଭବ ଅଟେ । ଏହା ଦଳର ଖେଳାଳିଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଓ ମ୍ୟାଚ୍‌ ଖେଳିବାକୁ ଅଧିକ ଉତ୍ସାହିତ କରିବ । ସଚିନ ତେନ୍ଦୁଲକରଙ୍କୁ ସାକ୍ଷାତ କରିବା ଅନେକ ଖେଳାଳିଙ୍କ ପାଇଁ ସ୍ବପ୍ନ । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଦଳକୁ ଭେଟିଥିବାରୁ ସେ ସଚିନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: କେମିତି ଆଉଟ୍‌ ହେଲେ ମାଥ୍ୟୁସ୍‌ ? ଜାଣନ୍ତୁ କଣ Timed Out

ରାସିଦ ଆହୁରି ମଧ୍ୟ କହିଛନ୍ତି ଯେ, ଓ୍ବାଙ୍ଖଡେ ଷ୍ଟାଡିୟମରେ ଆମକୁ ଭେଟିଥିବାରୁ ମୁଁ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ଯୋଗୁଁ ଅନେକ ଲୋକ କ୍ରିକେଟ ଦେଖିବା ଆରମ୍ଭ କରିଛନ୍ତି । ଆଫଗାନବାସୀଙ୍କ ପାଇଁ ଆପଣ ଆଦର୍ଶ ଅଟନ୍ତି । ଆମ ସହ ଗୁରୁତ୍ୱପୂର୍ଣ୍ଣ ସମୟ ଅତିବାହିତ କରିଥିବାରୁ ସମଗ୍ର ଆଫଗାନିସ୍ତାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ମୁଁ ନିଶ୍ଚିତ ଯେ ଏହି ଗୁରୁତ୍ବପୂର୍ଣ୍ଣ ମୁହୁର୍ତ୍ତ ସମସ୍ତଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ୱପ୍ନ ଥିଲା । ଆଜି ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ସେମିଫାଇନାଲରେ ପହଞ୍ଚିବା ପାଇଁ ଦୁଇ ଦଳ ଜୋରଦାର ପ୍ରୟାସ କରିବେ । ଏହା ପୂର୍ବରୁ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟି ସେମାନଙ୍କ ମନୋବଳକୁ ସୁଦୃଢ଼ କରିଛନ୍ତି ସଚିନ । ଆଫଗାନିସ୍ତାନ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା 7ଟି ମ୍ୟାଚ୍‌ ଖେଳି 4ଟିରେ ବିଜୟୀ ହୋଇଛି । 8 ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.