ETV Bharat / sports

Women's T20 World Cup: ଶ୍ରେଷ୍ଠ ଖେଳାଳି ତାଲିକାରେ ରିଚା ଘୋଷ

author img

By

Published : Feb 27, 2023, 12:58 PM IST

Women's T20 World Cup
ଶ୍ରେଷ୍ଠ ଖେଳାଳି ଦୌଡରେ ରିଚା ଘୋଷ

ଚଳିତ ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜିତିବା ସ୍ବପ୍ନ ଭାରତର ପୂରଣ ହୋଇନଥିଲେ ମଧ୍ୟ ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ସାମିଲ ହୋଇଛନ୍ତି ରିଚା ଘୋଷ । ଜାଣନ୍ତୁ କିଏ ସେହି ଖେଳାଳି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ୱିକେଟ କିପର ତଥା ବ୍ୟାଟର ରିଚା ଘୋଷ ଶ୍ରେଷ୍ଠ ଖେଳାଳି ଦୌଡରେ ସାମିଲ ହୋଇଛନ୍ତି । ଚଳିତ ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭଲ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦୌଡରେ ରହିଥିଲେ ରିଚା ଘୋଷ । ଏକମାତ୍ର ଭାରତୀୟ ଖେଳାଳି ଭାବେ ଏହି ପୁରସ୍କାର ଦୌଡରେ ରହିଥିଲେ ରିଚା । ରିଚାଙ୍କ ସହ ଅନ୍ୟ 9 ଜଣ ଖେଳାଳି ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲେ । ମାତ୍ର ଅଷ୍ଟ୍ରେଲିଆର ଆସ ଗାର୍ଡେନର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ହାତେଇଛନ୍ତି ।

ୱିକେଟକିପର ବ୍ୟାଟର 19 ବର୍ଷୀୟ ରିଚା ଏହି ବିଶ୍ବକପରେ ଫିନିସର ଭୂମିକାରେ ବେଶ ସଫଳ ହୋଇଛନ୍ତି । ବିଶ୍ବକପ ସମସ୍ତ ମ୍ୟାଚରେ ରିଚା ଭଲ ପ୍ରଦର୍ଶନ କରିଛନ୍ତି । ଦୁଇଥର 40ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏଥିରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଅପରାଜିତ 47 ରନ ରହିଛି । ବିସ୍ଫୋରକ ବ୍ୟାଟିଂ କରି 130ରୁ ଅଧିକ ଷ୍ଟ୍ରାଇକରେଟରେ ରନ ସଂଗ୍ରହ କରିଛନ୍ତି । 5ଟି ମ୍ୟାଚରେ ମାତ୍ର 2 ଥର ଆଉଟ ହୋଇଛନ୍ତି । ମୋଟ 168 ରନ ସଂଗ୍ରହ କରିଛନ୍ତି । ଷ୍ଟମ୍ପ ପଛରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ।

ଏହା ବି ପଢନ୍ତୁ...Womens T20 World Cup: ମେଗ ଲାନିଙ୍ଗଙ୍କ ରେକର୍ଡ, ଜିତିଲେ 5 ଆଇସିସି ଟ୍ରଫି

ଏହି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦୌଡରେ ଅଷ୍ଟ୍ରେଲିଆର 3 ଜଣ ଖେଳାଳି ଇଂଲଣ୍ଡର ଓ ଦକ୍ଷିଣ ଆଫ୍ରିକାର 2 ଜଣ ଲେଖାଏଁ ଖେଳାଳି ରହିଥିବା ବେଳେ ଭାରତ ଓ ୱେଷ୍ଟଇଣ୍ଡିଜରୁ ଜଣେ ଲେଖାଏଁ ଖେଳାଳି ରହିଥିଲେ । ଅଷ୍ଟ୍ରେଲିଆର ମେଗ ଲାନିଙ୍ଗ, ଆଲିସା ହିଲି ଓ ଆସ ଗାର୍ଡେନର ତାଲିକାରେ ସାମିଲ ହୋଇଥିଲେ । ଆସ ଗାର୍ଡେନର ଟୁର୍ଣ୍ଣାମେଣ୍ଟରେ 10ଟି ୱିକେଟ ନେବା ସହିତ 110 ରନ କରିଥିଲେ ।

ଏହା ବି ପଢନ୍ତୁ...ମହାକାଳେଶ୍ବର ମନ୍ଦିରରେ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କଲେ ଅକ୍ଷର ପଟେଲ

ପ୍ରକାଶ ଥାଉ କି, ଚଳିତ ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ପାକିସ୍ତାନକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ତୃତୀୟ ମୁକାବିଲାରେ ଆୟର୍ଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିିଥିଲା । ସେମିରେ ଅଷ୍ଟ୍ରେଲିଆଠୁ ପରାସ୍ତ ହେବା ପରେ ଦଳର ଫାଇନାଲ ସ୍ବପ୍ନ ଧୂଳିସାତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.