ETV Bharat / sports

ମହାକାଳେଶ୍ବର ମନ୍ଦିରରେ ପତ୍ନୀଙ୍କ ସହ ପୂଜାର୍ଚ୍ଚନା କଲେ ଅକ୍ଷର ପଟେଲ

author img

By

Published : Feb 27, 2023, 11:28 AM IST

axar patel visit mahakal temple with wife
ମହାକାଳେଶ୍ବରଙ୍କୁ ପୂଜା କଲେ ଅକ୍ଷର ପଟେଲ

ନବ ବିବାହିତ ଭାରତୀୟ କ୍ରିକେଟର ଅକ୍ଷର ପଟେଲ ପତ୍ନୀଙ୍କ ସହ ମହାକାଳେଶ୍ବରଙ୍କ ପୂଜାର୍ଚ୍ଚନା କରିଛନ୍ତି । ଗତ ଜାନୁଆରୀ 26 ତାରିଖରେ ହାତକୁ ଦୁଇ ହାତ ହୋଇଥିଲେ ଅକ୍ଷର । ଅଧିକ ପଢନ୍ତୁ

ଭୋପାଳ: ଜୀବନର ନୂଆ ଇନିଂସ ଆରମ୍ଭ ପରେ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି ଭାରତୀୟ କ୍ରିକେଟର ଅକ୍ଷର ପଟେଲ । ପତ୍ନୀ ମେହା ପଟେଲଙ୍କ ସହ ମଧ୍ୟପ୍ରଦେଶର ଉଜୈନରେ ଥିବା ବିଶ୍ବପ୍ରସିଦ୍ଧ ମହାକାଳେଶ୍ବରଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ଅକ୍ଷର । ବର୍ଡର ଗାଭାସ୍କର ଟ୍ରଫି ସିରିଜରେ ଇନ୍ଦୋରରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ କ୍ରିକେଟର ଅକ୍ଷର ପଟେଲ ।

axar patel visit mahakal temple with wife
ମହାକାଳେଶ୍ବରଙ୍କୁ ପୂଜା କଲେ ଅକ୍ଷର ପଟେଲ

ମାର୍ଚ୍ଚ 1ରୁ ଇନ୍ଦୋରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଖେଳାଯିବ । 5 ମାର୍ଚ୍ଚ ଯାଏ ଏହି ସିରିଜ ଚାଲିବ । ଏହାକୁ ନେଇ ଭାରତୀୟ ଖେଳାଳି ଇନ୍ଦୋରରେ ପହଞ୍ଚିଛନ୍ତି । ଏହାପରେ ବାବା ମହାକାଳେଶ୍ବରଙ୍କୁ ଦର୍ଶନ କରିଛନ୍ତି ଖେଳାଳି । ଆଜି (ସୋମବାର) ଭାରତୀୟ କ୍ରିକେଟର ଅଲରାଉଣ୍ଡର ଅକ୍ଷର ପଟେଲ ତାଙ୍କ ପତ୍ନୀଙ୍କ ସହ ମହାକାଳଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ବିବାହର ଗୋଟିଏ ମାସ ପରେ ଏହି ନବଦମ୍ପତି ମହାକାଳେଶ୍ବରଙ୍କ ଆଶୀର୍ବାଦ ନେଇଛନ୍ତି । ବାବାଙ୍କ ଭସ୍ମ ଆଳତୀରେ ସାମିଲ ହୋଇଥିଲେ ଏହି ଯୋଡି । ଏହାପରେ ଗର୍ଭଗୃହରେ ପୂଜା ଅଭିଷେକ କରି ଆଶୀର୍ବାଦ ନେଇଥିଲେ ।

ଏହା ବି ପଢନ୍ତୁ...Axar Patel marriage: ନୂଆ ଇନିଂସ ଆରମ୍ଭ କଲେ ଅକ୍ଷର, ବାନ୍ଧବୀ ମେହାଙ୍କ ସହ ପଡିଲା ହାତଗଣ୍ଠି

ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁଆରୀ 26 ତାରିଖରେ ହାତକୁ ଦୁଇ ହାତ ହୋଇଥିଲେ ଭାରତୀୟ ସ୍ପିନର ଅକ୍ଷର ପଟେଲ । ଗର୍ଲଫ୍ରେଣ୍ଡ ମେହା ପଟେଲଙ୍କୁ ଜୀବନସାଥୀ କରିଥିଲେ ଅକ୍ଷର । ଗୁଜୁରାଟରେ ଭଦୋଦରାରେ ବାହାଘର ହୋଇଥିଲା । 2022 ଜାନୁଆରୀ 20 ତାରିଖରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା । ଏହା ପୂର୍ବରୁ ଜାନୁଆରୀ 23 ତାରିଖରେ ଭାରତର ଅନ୍ୟତମ କ୍ରିକେଟର କେଏଲ ରାହୁଲ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କୁ ବିବାହ କରିଥଲେ । ଗତକାଲି ଏହି ଦମ୍ପତି ମଧ୍ୟ ମହାକାଳେଶ୍ବରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।

ଏହା ବି ପଢନ୍ତୁ...ବିବାହ ପରେ ମହାକାଳେଶ୍ବର ମନ୍ଦିର ବୁଲିଛନ୍ତି ଆଥିଆ ଶେଟ୍ଟୀ ଏବଂ କେଏଲ୍ ରାହୁଲ

1994 ଜାନୁଆରୀ 20 ତାରିଖ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅକ୍ଷର । ଭାରତୀୟ କ୍ରିକେଟ ଟିମରେ ଅକ୍ଷର ପଟେଲ 38ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 45ଟି ୱିକେଟ ହାସଲ କରିଛନ୍ତି । ଏହାବାଦ 5ଟି ଟେଷ୍ଟ ମ୍ୟାଚ ଖେଳି 36ଟି ୱିକେଟ ନେବାରେ ସଫଳ ଯୁବ ଖେଳାଳି ହୋଇଛନ୍ତି । ଏହା ସହ 15ଟି ଟି -ଟ୍ବେଣ୍ଟି ମ୍ୟାଚ ଖେଳି 13ଟି ୱିକେଟ ନେଇଛନ୍ତି । 109 ଆଇପିଏଲ ମ୍ୟାଚ ଖେଳି 95ଟି ୱିକେଟ ଅକ୍ତିଆର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.