ETV Bharat / sports

WWC 2022: ଶୁକ୍ରବାରରୁ ଶୁଭାରମ୍ଭ ମହିଳା ବିଶ୍ବକପ, ଜାଣନ୍ତୁ କେବେ ଖେଳିବ ଟିମ ଇଣ୍ଡିଆ

author img

By

Published : Mar 3, 2022, 8:56 PM IST

ଆଇସିସି ମହିଳା ବିଶ୍ବକପ ୨୦୨୨ର ଶୁଭାରମ୍ଭ ୪ ମାର୍ଚ୍ଚରୁ ନ୍ୟୁଜିଲାଣ୍ଡରେ ହେଉଛି । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢନ୍ତୁ

WOMEN WORLD CUP 2022 BEGINS FROM MARCH 4 KNOW WHERE AND HOW TO WATCH MATCHES
WWC 2022: ୪ ମାର୍ଚ୍ଚରୁ ମହିଳା ବିଶ୍ବକପ, ଜାଣନ୍ତୁ କେବେ ଖେଳିବ ଟିମ ଇଣ୍ଡିଆ

ହାଇଦ୍ରାବାଦ: ଆଇସିସି ମହିଳା ବିଶ୍ବକପ ୨୦୨୨ର ଶୁଭାରମ୍ଭ ୪ ମାର୍ଚ୍ଚରୁ ନ୍ୟୁଜିଲାଣ୍ଡରେ ହେଉଛି । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ ଦୁଇ ଟିମର ଲକ୍ଷ୍ୟ ରହିବ । ତେବେ ନ୍ୟୁଜିଲାଣ୍ଡ ପାଇଁ ୱେଷ୍ଟଇଣ୍ଡିଜ ଚ୍ୟାଲେଞ୍ଜ ସହଜ ହେବନାହିଁ, ମାତ୍ର ଘରୋଇ ପରିବେଶର ଫାଇଦା ଟିମକୁ ନିଶ୍ଚୟ ମିଳିବ ।

ଏହାମଧ୍ୟ ପଢନ୍ତୁ: Women World Cup 2022: ପ୍ରଥମ ଟାଇଟେଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଆଇସିସି ଇଭେଣ୍ଟରେ ଏହି ଦୁଇ ଟିମ ମୋଟ ୬ଥର ସାମ୍ନାସାମ୍ନି ହୋଇଛନ୍ତି, ଯେଉଁଥିରେ କିୱି ଟିମ ୪ଥର ବିଜୟୀ ହୋଇଛି । ଅନ୍ୟପଟେ ଇଣ୍ଡିଜ ମହିଳା ଟିମ ଦୁଇଥର ବିଜୟର ସ୍ବାଦ ଚାଖିଛି । ଏହାବ୍ୟତୀତ ଦିନିକିଆରେ ଦୁଇ ମହିଳା ଟିମ ମଧ୍ୟରେ ମୋଟ ୧୯ ମ୍ୟାଚ୍‌ ଖେଳାଯାଇଛି । ନ୍ୟୁଜିଲାଣ୍ଡ ଟିମ ୧୧ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବାବେଳେ, ଇଣ୍ଡିଜ ଟିମ ମାତ୍ର ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି ।

ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଇସିସି ମହିଳା ବିଶ୍ବକପର ପ୍ରଥମ ମ୍ୟାଚ୍‌ ଓଭଲ ମାଉଣ୍ଟ ମାଉଙ୍ଗାନୁଇ ମୈଦାନରେ ଖେଳାଯିବ । ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବିଶ୍ବକପର ପ୍ରଥମ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସକାଳ ୬.୩୦ରୁ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମହିଳା ବିଶ୍ବକପର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କରେ ହେବ । ସେହିପରି ଲାଇଭ୍‌ ଷ୍ଟ୍ରିମିଂ ହଟଷ୍ଟାରରେ ଉପଲବ୍ଧ ହେବ ।

ମହିଳା ବିଶ୍ବକପ ପାଇଁ ଭାରତୀୟ ଟିମ: ମିତାଲି ରାଜ(କ୍ୟାପଟେନ୍‌), ହରମନପ୍ରୀତ କୌର(ଭାଇସ-କ୍ୟାପେଟନ୍‌), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଦିପ୍ତୀ ଶର୍ମା, ୟାସ୍ତିକା ଭାଟିଆ, ରିଚା ଘୋଷ, ତାନିଆ ଭାଟିଆ, ସ୍ନେହ ରାଣା, ଝୁଲଣ ଗୋସ୍ବାମୀ, ପୂଜା ବସ୍ତ୍ରକର, ମେଘନା ସିଂ, ରେଣୁକା ସିଂ ଠାକୁର, ରାଜେଶ୍ବରୀ ଗାଏକ୍ବାଡ ଓ ପୁନମ ରାଉତ ।

ଭାରତୀୟ ମହିଳା ଟିମର ବିଶ୍ବକପ ମ୍ୟାଚ୍‌ ସୂଚୀ :-

ଭାରତ ବନାମ ପାକିସ୍ତାନ- ୬ ମାର୍ଚ୍ଚ - ସକାଳ ୬:୩୦

ଭାରତ ବନାମ ନ୍ୟୁଜିଲାଣ୍ଡ- ୧୦ ମାର୍ଚ୍ଚ - ସକାଳ ୬:୩୦

ଭାରତ ବନାମ ୱେଷ୍ଟଇଣ୍ଡିଜ - ୧୨ ମାର୍ଚ୍ଚ- ସକାଳ ୬:୩୦

ଭାରତ ବନାମ ଇଂଲଣ୍ଡ - ୧୬ ମାର୍ଚ୍ଚ- ସକାଳ ୬:୩୦

ଭାରତ ବନାମ ଅଷ୍ଟ୍ରେଲିଆ - ୧୯ ମାର୍ଚ୍ଚ ସକାଳ ୬:୩୦

ଭାରତ ବନାମ ବାଂଲାଦେଶ- ୨୨ ମାର୍ଚ୍ଚ ସକାଳ ୬:୩୦

ଭାରତ ବନାମ ଦକ୍ଷିଣ ଆଫ୍ରିକା - ୨୭ ମାର୍ଚ୍ଚ - ସକାଳ ୬:୩୦

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.