ETV Bharat / sports

Women World Cup 2022: ପ୍ରଥମ ଟାଇଟେଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

author img

By

Published : Mar 3, 2022, 8:22 PM IST

ଭାରତ ବର୍ଷ ୨୦୦୫ର ଓ ଗତଥର(୨୦୧୭) ସଂସ୍କରଣରେ ଉପବିଜେତା ରହିଥିଲା । ରବିବାର ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢନ୍ତୁ

WOMEN WORLD CUP 2022 INDIA EYE FIRST ICC TITLE AUSTRALIA STRONG CONTENDERS
Women World Cup 2022: ପ୍ରଥମ ଟାଇଟେଲ ଲକ୍ଷ୍ୟରେ ଟିମ ଇଣ୍ଡିଆ

ମାଉଣ୍ଟ ମୋନଗାନୁଇ: କୋଭିଡ-୧୯ ମହାମାରୀ ଯୋଗୁଁ ଗୋଟିଏ ବର୍ଷ ବିଳମ୍ବରେ ମହିଳା କ୍ରିକେଟ ବିଶ୍ବକପ(ICC Women's World Cup) ଆୟୋଜିତ ହେଉଛି । ଏହି ଟୁର୍ନାମେଣ୍ଟ ଜୈବ ସୁରକ୍ଷିତ ବାତାବରଣରେ(ବାୟୋବବଲ) ୬ଟି ଭେନ୍ୟୁରେ ଖେଳାଯିବ । ଏହି ପ୍ରତିଷ୍ଠିତ ଟୁର୍ନାମେଣ୍ଟ ଲିଗ ପର୍ଯ୍ୟାୟରେ ଖେଳାଯିବ, ଯେଉଁଥିରେ ସମସ୍ତ ଆଠଟି ଟିମ ପରସ୍ପର ସହ ଖେଳିବେ । ପରେ ଶୀର୍ଷ ସ୍ଥାନରେ ରହିଥିବା ୪ଟି ଟିମ ସେମିଫାଇନାଲ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବ ।

ଭାରତ ବର୍ଷ ୨୦୦୫ର ଓ ଗତଥର(୨୦୧୭) ସଂସ୍କରଣରେ ଉପବିଜେତା ରହିଥିଲା । ରବିବାର ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଅନ୍ୟପଟେ ବର୍ଷ ୨୦୦୦ରେ ଟାଇଟେଲ ବିଜେତା ନ୍ୟୁଜିଲାଣ୍ଡ ଟିମ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ସହ ଖେଳିବ । ସର୍ବାଧିକ ୬ ଥର ଚାମ୍ପିଅନ ରହିସାରିଥିବା ଅଷ୍ଟ୍ରେଲିଆ ଟିମ ନିଜର ପ୍ରଥମ ମ୍ୟାଚ୍‌ ବର୍ତ୍ତମାନର ଚାମ୍ପିଅନ ଇଂଲଣ୍ଡ ବିପକ୍ଷରେ ଖେଳିବ । ଇଂଲଣ୍ଡ ୪ ଥର ଚାମ୍ପିଅନ ରହିସାରିଛି ।

ଏହାମଧ୍ୟ ପଢନ୍ତୁ: Ind vs South Africa: ବାରବାଟୀରେ ମ୍ୟାଚ୍‌ ଖବରକୁ ଓସିଏ ସମ୍ପାଦକଙ୍କ ଖଣ୍ଡନ, କହିଲେ ସମ୍ଭାବନା ଅଛି

ଏକମାସ ଧରି ଚାଲିବାକୁ ଥିବା ଏହି ମେଗା ପ୍ରତିଯୋଗିତାରେ ଅନୁଭବୀ ଓ ଯୁବ ଖେଳାଳି ନିଜର କୌଶଳ ଦେଖାଇବେ । ମିତାଲି, ଝୁଲଣ ଗୋସ୍ବାମୀ, ସୁଜି ବେଟ୍‌ସ ଓ ମେଗାନ ସଟ୍‌ଙ୍କ ଭଳି ଖେଳାଳି ନିଜର ଚମତ୍କାର କ୍ୟାରିୟରରେ ନୂଆ ଉପଲବ୍ଧି ହାସଲ କରିବାକୁ ଚାହିଁବେ । ସେହିପରି ଶେଫାଳି ବର୍ମା, ରିଚା ଘୋଷ, ଫ୍ରାନ ଜୋନ୍ସ ଓ ଜାର୍ସି ବ୍ରାଉନଙ୍କ ଭଳି ଖେଳାଳି ପ୍ରତିଭାବାନ କିଶୋରୀ ପ୍ରଭାବୀ ପ୍ରଦର୍ଶନ ଦ୍ବାରା ନିଜର ଛାପ ଛାଡିବାକୁ ପ୍ରୟାସ କରିବେ । ଅଷ୍ଟ୍ରେଲିଆ ଟାଇଟେଲ ଜିତିବାକୁ ପ୍ରବଳ ଦାବିଦାର ରହିଛି । ଗତଥର ସେମିଫାଇନାଲରେ ଭାରତ ଠାରୁ ମିଳିଥିବା ପରାଜୟକୁ ଭୁଲି ନୂଆ ଆରମ୍ଭ କରିବାକୁ ମୈଦାନକୁ ଓହ୍ଲାଇବ କଙ୍ଗାରୁ ଟିମ ।

ବିଗତ ୪ ବର୍ଷରେ ଅଷ୍ଟ୍ରେଲିଆ ଟିମ ଦମଦାର ପ୍ରଦର୍ଶନ କରିଛି । ୫୦ ଓଭର ଫର୍ମାଟରେ ଟିମ ଖେଳିଥିବା ଶେଷ ୩୦ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଏହା ବୟାନ କରୁଛି, ଏହି ଫର୍ମାଟରେ କେତେ ଶକ୍ତିଶାଳୀ ଏହି ଟିମ । ୨୦୦୯ରୁ ବିଶ୍ବକପରେ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଥିବା ଅଲରାଉଣ୍ଡର ଏଲିସ ପେରୀ ଭଲ ଫର୍ମରେ ଅଛନ୍ତି । ଏଲିସ ପେରୀ, ମେଗ ଲାନିଙ୍ଗ, ଏଲିସ ହେଲି, ବେଥ ମୁନିଙ୍କ ଭଳି ଖେଳାଳିଙ୍କ ଉପସ୍ଥିତିରେ ଅଷ୍ଟ୍ରେଲିଆ ଟିମ ଶକ୍ତିଶାଳୀ ରହିଛି ।

ଭାରତ ଏଯାବତ ବିଶ୍ବକପ ଜିତିବାରେ ସକ୍ଷମ ହୋଇପାରିନାହିଁ । ଗତ ସଂସ୍କରଣରେ ଉପବିଜେତା ହୋଇଥିଲେ ମଧ୍ୟ ଏଥର ଆଉ ଏକ ପାଦ ଆଗକୁ ବଢିବାକୁ ସଂପୂର୍ଣ୍ଣ ଜୋର୍‌ ଲଗାଇବ ୱମେନ ଇନ୍‌ ବ୍ଲୁ । ଭାରତ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଯିବା ଦିନିକିଆ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ପରାସ୍ତ ହେବାପରେ ପଞ୍ଚମ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଫଳରେ ଟିମର ମନୋବଳ ସାମାନ୍ୟ ବୃଦ୍ଧି ପାଇଥିବ । ମିତାଲି ରାଜ, ଝୁଲଣ ଗୋସ୍ବାମୀଙ୍କ ପ୍ରମୁଖ ଭୁମିକା ରହିବ । ତେବେ ରିଚା ଘୋଷ, ଓପନର ବ୍ୟାଟ୍‌ର ସ୍ମୃତି ମାନ୍ଧାନା ଓ ଅଭିଜ୍ଞ ହରମନପ୍ରୀତ କୌରଙ୍କ ଠାରୁ ଭଲ ପ୍ରଦର୍ଶନ ଆଶାରେ ରହିଛି ଭାରତୀୟ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.