IND vs BAN 2nd ODI: ପ୍ଲେଇଂ ଇଲେଭେନରେ ମିଳିପାରେ ଏହି ଖେଳାଳିଙ୍କୁ ସୁଯୋଗ

author img

By

Published : Dec 5, 2022, 10:17 PM IST

IND vs BAN 2nd ODI: ପ୍ଲେଇଂ ଇଲେଭେନରେ ମିଳିପାରେ ଏହି ଖେଳାଳିଙ୍କୁ ସୁଯୋଗ

ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଦିନିକିଆ ମ୍ୟାଚ ଡିସେମ୍ବର ୭ରେ ଖେଳାଯିବ । ପ୍ରଥମ ଦିନିକିଆରେ ପରାଜୟ ପରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଡିସେମ୍ବର ୭ ତାରିଖରେ ଖେଳାଯିବ । ପ୍ରଥମ ଦିନିକିଆରେ ପରାଜୟ ପରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ମୀରପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଠାରୁ ୧ ୱିକେଟରେ ପରାସ୍ତ ହୋଇଥିଲା ଭାରତ । ବାଂଲାଦେଶ ଲଢୁଆ ବ୍ୟାଟିଂ ଜାରି ରଖି ଭାରତ ଜିତିବା ମ୍ୟାଚକୁ ଛଡାଇଆଣିଥିଲା । ତେବେ ସିରିଜରେ ଦ୍ବିତୀୟ ଦିନିକିଆରେ ବିଜୟ ହାସଲ କରିବା ପାଇଁ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଫାଷ୍ଟ ବୋଲର ମହମ୍ମଦ ସାମ୍ମି ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କୁ (Umran Malik) ଦଳରେ ସ୍ଥାନ ମିଳିଛି । ହେଲେ ତାଙ୍କୁ ପ୍ରଥମ ଦିନିକିଆରେ ପ୍ଲେଇଂ ଇନେଭେନରେ ଖେଳିବାରେ ସୁଯୋଗ ମିଳିନଥିଲା । ଉମରାନ ମଲିକ ଏବେ ଦମଦାର ଫର୍ମରେ ରହିଛନ୍ତି । ତେବେ ଦ୍ବିତୀୟ ଦିନିକିଆରେ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ ।

ଉମରାନ ମଲ୍ଲିକ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ । ଦିନିକିଆରେ ଡେବ୍ୟୁ କରିବା ସହିତ ତାଙ୍କର ପ୍ରଦର୍ଶନ ଦମଦାର ରହିଥିଲା । ଉମରାନ ମଲ୍ଲିକ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଦୁଇଟି ମ୍ୟାଚ ଖେଳିଥିଲେ । ସେହି ମ୍ୟାଚରେ ତାଙ୍କର ୬.୪୬ ଇକୋନୋମୀ ରନ ବ୍ୟୟ କରିଥିବା ବେଳେ ୩ଟି ୱିକେଟ ଅକ୍ତିଆର କରି ନିଜର ଜଲୱା ଦେଖାଇଥିଲେ । ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୧୨.୪୪ ଇକୋନୋମୀ ରନ ବ୍ୟୟ କରି ୨ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.