ETV Bharat / sports

The Ashes: ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ପସିଲା କୋରୋନା

author img

By

Published : Dec 31, 2021, 10:58 PM IST

The Ashes: Big jolt for Australia as Travis Head tests positive for COVID-19
The Ashes: ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ପସିଲା କୋରୋନା

ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଆସେସ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ବଡ ଝଟ୍‌କା । ଟିମର ପ୍ରମୁଖ ବ୍ୟାଟ୍‌ର ଟ୍ରାଭିସ ହେଡ୍‌ COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ସିଡନୀ: ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଆସେସ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ବଡ ଝଟ୍‌କା । ଟିମର ପ୍ରମୁଖ ବ୍ୟାଟ୍‌ର ଟ୍ରାଭିସ ହେଡ୍‌ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ(CA) ଏକ ବିବୃତି ଜାରି କରିବା ସହ ଶୁକ୍ରବାର ଏହି ଘୋଷଣା କରିଛି ।

ନିୟମିତ PCR ଟେଷ୍ଟରେ ହେଡ୍‌ଙ୍କ COVID-19 ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ତେବେ ହେଡ୍‌ଙ୍କ ଠାରେ COVID କୌଣସି ଲକ୍ଷଣ ନଥିବା ଜଣାପଡିଛି । ବ୍ରିସବେନ ଟେଷ୍ଟରେ ୧୪୮ ବଲ୍‌ରୁ ୧୫୨ ରନ୍‌ର ମାରାଥନ ବିଜୟୀ ଇଂନିସ ଖେଳି ହିରୋ ରହିଥିଲେ ହେଡ୍‌ ।

ଏହାମଧ୍ୟ ପଢନ୍ତୁ: SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌

ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ୪୨୫ ରନ୍‌ର ବିଶାଳ ସ୍କୋର କରିବା ସହ ୯ ୱିକେଟର ବଡ ବିଜୟ ହାସଲ କରିଥିଲ ।

ସତର୍କତା ମୂଳକ ପଦକ୍ଷେପ ସହ ମିଚେଲ ମାର୍ଶ, ନିକ୍‌ ମାଡିନସନ ଓ ଜସ ଇଙ୍ଗଲିସ୍‌ ଅଷ୍ଟ୍ରେଲିଆ ସ୍କ୍ବାଡ୍‌ରେ ସାମିଲ ହୋଇଛନ୍ତି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.