ETV Bharat / sports

ଟି୨୦ ବିଶ୍ବକପ୍‌ ପରେ ଶ୍ରୀଲଙ୍କା ଯିବ ଟିମ୍‌ ଇଣ୍ଡିଆ, ଖେଳାଯିବ ଦିନିକିଆ ଓ ଟି୨୦ ସିରିଜ୍‌

author img

By ETV Bharat Odisha Team

Published : Nov 29, 2023, 8:18 PM IST

ଟି୨୦ ବିଶ୍ବକପ୍‌ ପରେ ଶ୍ରୀଲଙ୍କା ଯିବ ଟିମ୍‌ ଇଣ୍ଡିଆ
ଟି୨୦ ବିଶ୍ବକପ୍‌ ପରେ ଶ୍ରୀଲଙ୍କା ଯିବ ଟିମ୍‌ ଇଣ୍ଡିଆ

Team India tour to Sri Lanka: ୨୦୨୪ରେ ଭାରତୀୟ ଦଳର ଖେଳସୂଚୀ ବ୍ୟସ୍ତବହୁଳ ରହିବ । କାରଣ ଟି୨୦ ବିଶ୍ବକପ୍‌ ୨୦୨୪ ପର୍ଯ୍ୟନ୍ତ ଦଳର ବିଭିନ୍ନ ଦ୍ବିପାକ୍ଷିକ ଶୃଙ୍ଖଳା ନେଇ ସ୍ପଷ୍ଟ ହୋଇସାରିଥିବାବେଳେ ବିଶ୍ବକପ୍‌ ପରେ ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଏନେଇ ଶ୍ରୀଲଙ୍କା କ୍ରିକେଟ୍‌ ଏହାର ବାର୍ଷିକ କ୍ୟାଲେଣ୍ଡରରେ ସ୍ପଷ୍ଟ କରିଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଟି୨୦ ବିଶ୍ବକପ୍‌ ୨୦୨୪ ପରେ ପରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍‌ ଇଣ୍ଡିଆ । ଜୁଲାଇ ୨୦୨୪ରେ ଟିମ୍‌ ଇଣ୍ଡିଆ ଏହି ଗସ୍ତ କରିବାକୁ ଥିବାବେଳେ ଏଥିରେ ଉଭୟ ରାଷ୍ଟ୍ର ୩ଟି ଲେଖାଏଁ ଦିନିକିଆ ଏବଂ ଟି୨୦ ମ୍ୟାଚ୍‌ ଖେଳିବେ । ଏନେଇ ବୁଧବାର ଶ୍ରୀଲଙ୍କା କ୍ରିକେଟ୍ (SLC) ପକ୍ଷରୁ ୨୦୨୪ ବର୍ଷର କ୍ରିକେଟ୍‌ କ୍ୟାଲେଣ୍ଡର ଜାରି କରାଯିବା ପରେ ସ୍ପଷ୍ଟ ହୋଇଛି । ଶ୍ରୀଲଙ୍କା କ୍ରିକେଟ୍‌ ଦ୍ବାରା ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଅନୁସାରେ, ଶ୍ରୀଲଙ୍କା ୨୦୨୪ ବର୍ଷରେ ୧୦ଟି ଟେଷ୍ଟ, ୨୧ ଦିନିକିଆ ଏବଂ ୨୧ ଟି୨୦ ସହିତ ୫୨ଟି ଦ୍ବିପାକ୍ଷିକ ମ୍ୟାଚ୍‌ ଖେଳିବ । ତେବେ ଶ୍ରୀଲଙ୍କା କ୍ରିକେଟ୍‌କୁ ଆଇସିସି ନିଲମ୍ବନ କରି ରଖିଛି । ତଥାପି ସେମାନେ ସେମାନଙ୍କର ପୁରୁଷ ଏବଂ ମହିଳା କ୍ରିକେଟ୍‌ର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିପାରିବେ ।

  • Sri Lanka Men’s 2024 Future Tours Program Announced! 📢

    The Sri Lanka National Team will commence its 2024 international cricket calendar with a home series against Zimbabwe in January, which will consist of three ODIs and three T20i series.

    It would be followed by a series… pic.twitter.com/6BRRUCNhCs

    — Sri Lanka Cricket 🇱🇰 (@OfficialSLC) November 29, 2023 " class="align-text-top noRightClick twitterSection" data=" ">

୨୦୨୪ରେ ଟିମ୍‌ ଇଣ୍ଡିଆର ବିଜି ସେଡ୍ୟୁଲ୍‌: ୨୦୨୪ରେ ଭାରତୀୟ ଦଳର ଖେଳସୂଚୀ ବ୍ୟସ୍ତବହୁଳ ରହିବ । କାରଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଭାରତୀୟ ଦଳ । ସେଠାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ଦିନିକିଆ ଶୃଙ୍ଖଳା ପରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ ଟିମ୍‌ ଇଣ୍ଡିଆ । ଏହି ଗସ୍ତ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏହାପରେ ସେହି ଜାନୁଆରୀରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଭାରତ ଗସ୍ତରେ ଆସିବ ଆଫଗାନିସ୍ତାନ ଟିମ୍‌ । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତର ଟେଷ୍ଟ ସିରିଜ ରହିଛି । ଏସବୁ ପରେ ଆଇପିଏଲ୍‌ ମଧ୍ୟ ଆରମ୍ଭ ହୋଇଯିବ । ସେହିଭଳି ଆଇପିଏଲ୍‌ ପରେ ପରେ ଟି୨୦ ବିଶ୍ବକପ୍‌ ଖେଳାଯିବ । ଏପଟେ ବିଶ୍ବକପ୍‌ ପରେ ଶ୍ରୀଲଙ୍କା ଗସ୍ତ ସ୍ପଷ୍ଟ ହେବାପରେ ୨୦୨୪ ଭାରତୀୟ ଦଳର ବ୍ୟସ୍ତବହୁଳ ବର୍ଷ ହେବାକୁ ଯାଉଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦିନିକିଆ ଓ ଟି ୨୦ରୁ ବ୍ରେକ୍‌ ନେବେ ବିରାଟ ! ରୋହିତଙ୍କ ଯୋଜନା କଣ ?

ଶ୍ରୀଲଙ୍କା କ୍ରିକେଟ୍‌ ସେଡ୍ୟୁଲ: ଶ୍ରୀଲଙ୍କା ୨୦୨୪ ଜାନୁଆରୀରେ ଜିମ୍ବାୱେ ବିପକ୍ଷରେ ଘରୋଇ ଶୃଙ୍ଖଳା ସହ ଏହାର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାଲେଣ୍ଡର ଆରମ୍ଭ କରିବ । ଏହି ଶୃଙ୍ଖଳାରେ ଶ୍ରୀଲଙ୍କା ଓ ଜିମ୍ବାୱେ ମଧ୍ୟରେ ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍‌ ଖେଳାଯିବ । ଏହାପରେ ଜାନୁଆରୀ-ଫେବୃଆରୀ ମଧ୍ୟରେ ଆଫଗାନିସ୍ତାନ ବିପକ୍ଷରେ ଖେଳବ ଶ୍ରୀଲଙ୍କା । ଏଥିରେ ଗୋଟିଏ ଟେଷ୍ଟ ମ୍ୟାଚ୍, ୩ ଦିନିକିଆ ଏବଂ ୩ ଟି୨୦ ମ୍ୟାଚ୍ ଅନ୍ତର୍ଭୁକ୍ତ ହେବ | ୨୦୨୪ ପୁରୁଷ ଟି୨୦ ବିଶ୍ବକପ୍‌ ପାଇଁ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଯିବା ପୂର୍ବରୁ ସମସ୍ତ ଫର୍ମାଟ୍‌ରେ ବିଭିନ୍ନ ସିରିଜ୍‌ ପାଇଁ ବାଂଲାଦେଶ ମଧ୍ୟ ଯାତ୍ରା କରିବ। ଶ୍ରୀଲଙ୍କା ଦଳ । ଜୁଲାଇରେ ଭାରତ ବିପକ୍ଷରେ ସୀମିତ ଓଭର ସିରିଜ୍‌ ପରେ ୩ ଟେଷ୍ଟ ମ୍ୟାଚ୍‌ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ଶ୍ରୀଲଙ୍କା । ଏହାପରେ ୨୦୨୪ ସେପ୍ଟେମ୍ବରରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପର୍ଯ୍ୟାୟକ୍ରମେ ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ସହିତ ବିଭିନ୍ନ ସିରିଜ୍‌ ଖେଳିବା ନେଇ ସେଡ୍ୟୁଲ ସ୍ପଷ୍ଟ କରିଛି ଶ୍ରୀଲଙ୍କା କ୍ରିକେଟ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.