ଟିମ ଇଣ୍ଡିଆର ନୂଆ ଜର୍ସିରେ ଝଲସିଲା 'ବୁର୍ଜ ଖଲିଫା'

author img

By

Published : Oct 14, 2021, 3:37 PM IST

TEAM INDIA NEW JERSEY DISPLAYED AT BURJ KHALIFA

ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ୍‌ ହେବାପରେ ବିଶ୍ବର ସବୁଠୁ ଉଚ୍ଚ ବିଲ୍ଡିଂ 'ବୁର୍ଜ ଖଲିଫା'ରେ ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ...

ଦୁବାଇ(ୟୁଏଇ): ଟି-୨୦ ବିଶ୍ବକପ ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଗତକାଲି ଲଞ୍ଚ୍‌ ହୋଇସାରିଛି । ଗାଢ ନୀଳ ରଙ୍ଗର ଏହି ଜର୍ସି ଟିମ ଇଣ୍ଡିଆର ଫ୍ୟାନ୍ସଙ୍କ ଠାରୁ ପ୍ରେରିତ ହୋଇଛି । ଲଞ୍ଚ୍‌ ହେବା ଦିନ ବିଶ୍ବର ସବୁଠୁ ଉଚ୍ଚ ବିଲ୍ଡିଂ 'ବୁର୍ଜ ଖଲିଫା' ମଧ୍ୟ ଟିମ ଇଣ୍ଡିଆର ଏହି ଜର୍ସି ରଙ୍ଗରେ ନଜର ଆସିଛି ।

ରାତିର ଅନ୍ଧାରରେ ୮୩୦ ମିଟର ଉଚ୍ଚ ବିଲ୍ଡିଂରେ ନୂଆ ଜର୍ସିରେ ଭାରତୀୟ ଖେଳାଳିଙ୍କ ଛବି ରଙ୍ଗବେରଙ୍ଗର ଅତ୍ୟାଧୁନିକ ଆଲୋକରେ ଝଲସି ଉଠିଥିଲା । ଟିମ ଇଣ୍ଡିଆ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୧୮ ଓ ୨୦ ଅକ୍ଟୋବରରେ ଖେଳାଯିବାକୁ ଥିବା ପ୍ରାକ୍ଟିସ ମ୍ୟାଚ୍‌ରେ ଏହି ଜର୍ସିରେ ଖେଳୁଥିବା ନଜର ଆସିବ ।

MPL ସ୍ପୋର୍ଟ୍ସ ଏକ ବୟାନ ଜାରି କରିବା ସହ କହିଛି, ଭାରତୀୟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଘଟିଛି ଯେ ଫ୍ୟାନ୍ସଙ୍କ ଭାବାବେଗକୁ ଜର୍ସିରେ ଦେଖାଯାଇଛି । ଏହାକୁ ଏକ ଖାସ୍‌ ଧ୍ବନି ତରଙ୍ଗର ପାଟର୍ନରେ ଦେଖାଯାଇଛି । ପୋଷାକଙ୍କୁ ଗାଢ ନୀଳ ରଙ୍ଗ ଦିଆଯାଇଛି ।

ଜର୍ସି ଲଞ୍ଚ୍‌ ହେବାପରେ BCCI ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଭାରତୀୟ କ୍ରିକେଟ ଟିମର କେବଳ ଭାରତରେ ନୁହଁନ୍ତି ବରଂ ସମଗ୍ର ବିଶ୍ବରେ ପ୍ରଶଂସକ ରହିଛନ୍ତି । ସେମାନଙ୍କର ଉତ୍ସାହ ଓ ଉର୍ଜାର ଖୁସି ମନାଇବା ପାଇଁ ପୋଷାକରେ ଏହା ଦେଖାଇବା ଠାରୁ ଅଧିକ କିଛି ହୋଇ ନପାରେ । ଟିମକୁ ଟି-୨୦ ବିଶ୍ବକପ ଚମ୍ପିଆନ ବନିବାକୁ ଅଧିକ ସମର୍ଥନ ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.