ETV Bharat / sports

ଟି-ଟ୍ବେଣ୍ଟି ବିଶ୍ବକପ ଲୋଗୋ ଉନ୍ମୋଚିତ

author img

By ETV Bharat Odisha Team

Published : Dec 8, 2023, 9:53 AM IST

Updated : Dec 8, 2023, 1:31 PM IST

ଟି-ଟ୍ବେଣ୍ଟି ବିଶ୍ବକପ
ଟି-ଟ୍ବେଣ୍ଟି ବିଶ୍ବକପ ଲୋଗୋ ଉନ୍ମୋଚିତ

T20 world cup 2024:ଆଇସିସି ଟିଟ୍ବେଣ୍ଟି ବିଶ୍ବକପ 2024 ଆସନ୍ତା ଜୁନ ଓ ଜୁଲାଇରେ ଅନୁଷ୍ଠିତ ହେବ । ଏନେଇ ଆଇସିସି ନୂଆ ଲୋଗୋ ଉନ୍ମୋଚିତ କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ପରେ ଆଉ ଏକ ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ଆମେରିକା ଓ ୱେଷ୍ଟଇଣ୍ଡିଜର ମିଳିତ ସହଯୋଗରେ ଆସନ୍ତା ବର୍ଷ ଜୁନ ୪ରୁ ଜୁନ ୩୦ ମଧ୍ୟରେ ହାଇପ୍ରୋଫାଇଲ ଟି-ଟ୍ବେଣ୍ଟି ବିଶ୍ବକପ 2024 ଖେଳାଯିବ । ଏ ନେଇ ଆଇସିସି ନୂଆ ଲୋଗୋ ଇନ୍ମୋଚିତ କରିଛି ।

ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ପ୍ରସ୍ତୁତ ହୋଇଥିବା ଲୋଗୋରେ ବ୍ୟାଟ୍‌, ବଲ ଓ ବିଜୁଳିକୁ ଚିତ୍ରିତ କରାଯାଇଛି । ବ୍ୟାଟ୍‌ ବଲର ସଂଘର୍ଷ ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଥାଏ । ଷ୍ଟାଡିୟମର ପରିବେଶ ବଦଳି ଯାଏ । ମ୍ୟାଚର ପ୍ରତିଟି ମୂହୁର୍ତ୍ତ କ୍ରିକେଟପ୍ରେମୀଙ୍କୁ ଉତ୍ସାହିତ କରିଥାଏ । ତେଣୁ ଲୋଗୋରେ ମ୍ୟାଚର ଉତ୍ସାହକୁ ସ୍ଥାନିତ କରାଯାଇଛି । ବଲ ଓ ବ୍ୟାଟରେ ସ୍ବତନ୍ତ୍ର ଡିଜାଇନରେ ଟି20 ଲେଖାଯାଇଛି । ମୋଟ 20ଟି ଦଳକୁ ନେଇ ବିଶ୍ବକପ ଆୟୋଜନ କରାଯାଉଛି । 26 ଦିନରେ ମୋଟ 55ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ସେହିପରି ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଆସନ୍ତା ବର୍ଷ ବାଂଲାଦେଶରେ ସେପ୍ଟେମ୍ବରରୁ ଅକ୍ଟୋବରରେ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ICC T20 World Cup 2024: ଜୁନ୍‌ ୪ରୁ ଟି୨୦ ବିଶ୍ୱକପ ! ୪ ଗ୍ରୁପ୍‌ରେ ୨୦ ଦଳ

ଏହା ବି ପଢନ୍ତୁ...ଟିଟ୍ବେଣ୍ଟି ବିଶ୍ବକପ 2024: ଟିକେଟ ହାତେଇଲା ଉଗାଣ୍ଡା, ଯୋଗ୍ୟତାରୁ ବଞ୍ଚିତ ଜିମ୍ବାୱେ

ଟି20 ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇଛି । ମୋଟ 20ଟି ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଆୟୋଜନ କରିବାକୁ ଥିବା ଏହି ହାଇପ୍ରୋଫାଇଲ ଟି-ଟ୍ବେଣ୍ଟି ବିଶ୍ବକପ 2024 ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଜୁନ୍‌ ୪ରୁ ଜୁନ ୩୦ ମଧ୍ୟରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ନାମ୍ବିଆ ସମେତ ଉଗାଣ୍ଡା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, କାନାଡା, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ଆମେରିକା, ଆୟରଲାଣ୍ଡ, ସ୍କଟଲାଣ୍ଡ ଓ ପପୁଆ ନ୍ୟୁଗିନି ଯୋଗ୍ୟତା ହାସଲ କରିଛନ୍ତି । ୨୦୨୨ ଟି୨୦ ବିଶ୍ବକପର ଶ୍ରେଷ୍ଠ ଦଳ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆଫଗାନିସ୍ତାନ ଓ ବାଂଲାଦେଶ ଆଇସିସି ଟି୨୦ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି । ସେହିଭଳି ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ଯୋଗ୍ୟତା ହାସଲ କରିଛନ୍ତି । ପ୍ରଥମ ଥର ପାଇଁ 20ଟି ଦଳ ଟି-ଟ୍ବେଣ୍ଟି ବିଶ୍ବକପ ଖେଳିବାକୁ ଯାଉଛନ୍ତି । ସମସ୍ତ ଦଳକୁ 4ଟି ଗ୍ରୁପରେ ଭାଗ କରାଯିବ ।

Last Updated :Dec 8, 2023, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.