ETV Bharat / sports

T20 WC: ଜମ୍ମୁ କାଶ୍ମୀର ବୋଲର ଉରମାନଙ୍କୁ ମିଳିଲା ଟିମ ଇଣ୍ଡିଆ ଟିକେଟ୍‌

author img

By

Published : Oct 9, 2021, 10:21 PM IST

ଆଇପିଏଲ ୨୦୨୧ରେ ନିଜର ବେଗରେ ସମସ୍ତଙ୍କୁ ପ୍ରଭାବିତ କରିବାପରେ ଜମ୍ମୁ ଓ କାଶ୍ମୀର ଦ୍ରୁତ ବୋଲର ଉରମାନ ମଲିକ ଆଗାମୀ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ନେଟ୍‌ ବୋଲର ଭାବେ ଚୟନ ହୋଇଛନ୍ତି । ଅଧିକ ପଢନ୍ତୁ...

T20 WC: Jammu and Kashmir pacer Umran Malik selected as Team India's net bowler
T20 WC: ଜମ୍ମୁ ଓ କାଶ୍ମୀର ବୋଲର ଉରମାନଙ୍କୁ ମିଳିଲା ଟିମ ଇଣ୍ଡିଆ ଟିକେଟ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟରେ ନିଜର ବେଗରେ ସମସ୍ତଙ୍କୁ ପ୍ରଭାବିତ କରିବାପରେ ଜମ୍ମୁ ଓ କାଶ୍ମୀର ଦ୍ରୁତ ବୋଲର ଉରମାନ ମଲିକଙ୍କୁ ମିଳିଲା ବଡ ସୁଯୋଗ । ଆଗାମୀ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆର ନେଟ୍‌ ବୋଲର ଭାବେ ଚୟନ ହୋଇଛନ୍ତି ଉରମାନ ।

ନିକଟରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦ(SRH) ପକ୍ଷରୁ ଖେଳି ସିଜିନର ଦ୍ରୁତତ୍ତମ ବଲ୍‌ ବୋଲିଂ କରିବାର ରେକର୍ଡ କରିଥିଲେ ।

SRH ଦ୍ରୁତ ବୋଲର ଉରମାନ ମଲିକ ବୁଧବାର IPL ୨୦୨୧ରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଘଣ୍ଟାପ୍ରତି ୧୫୩ କିଲୋମିଟର ବେଗରେ ବୋଲିଂ କରିତିଲେ । RCB ଇଂନିସର ନବମ ଓଭରର ଚତୁର୍ଥ ବଲ୍‌ରେ ଦେବଦତ୍ତ ପାଦିକ୍କଲଙ୍କ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ ମଲିକ । RCB ବ୍ୟାଟର ଏହି ବଲ୍‌ରେ ଏକ ରନ୍‌ ନେବାକୁ ସମର୍ଥ ହୋଇଥିଲେ । ଏହା ଆଇପିଏଲ ୨୦୨୧ର ସବୁଠୁ ଦ୍ରୁତତମ ବଲ୍‌ ଭାବେ ରେକର୍ଡ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.