ETV Bharat / sports

ବିଜୟ ସହ ଝୁଲଣଙ୍କୁ ବିଦାୟ ଦେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

author img

By

Published : Sep 17, 2022, 8:43 PM IST

ଶେଷ ମ୍ୟାଚରେ ବିଜୟ ସହ ଝୁଲଣଙ୍କୁ ବିଦାୟ ଦେବାକୁ ଭାରତୀୟ ଦଳର ପ୍ରୟାସ
ଶେଷ ମ୍ୟାଚରେ ବିଜୟ ସହ ଝୁଲଣଙ୍କୁ ବିଦାୟ ଦେବାକୁ ଭାରତୀୟ ଦଳର ପ୍ରୟାସ

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ଦିନିକିଆ ହେବ ଝୁଲଣ ଗୋସ୍ବାମୀଙ୍କ ଶେଷ ଅନ୍ତର୍ଜାତୀୟ କ୍ରିକେଟ । ସେପ୍ଟେମ୍ବର ୨୪ ତାରିଖରେ କିମ୍ବଦନ୍ତୀ ବୋଲର ଝୁଲଣ ଗୋସ୍ବାମୀ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳି ଅବସର ନେବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଂଲଣ୍ଡ ( INDIA VS ENGLAND ) ବିପକ୍ଷ ଦିନିକିଆ ସିରିଜର ତୃତୀୟ ଦିନିକିଆ ହେବ ଝୁଲଣ ଗୋସ୍ବାମୀଙ୍କ ( JHULAN GOSWAMI ) ଶେଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଝୁଲଣ ଗୋସ୍ବାମୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା କାଲିଠୁ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଯାଉଛି । ତେବେ ଝୁଲଣ ଗୋସ୍ବାମୀଙ୍କ ଅନ୍ତିମ ସିରିଜରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବା ପାଇଁ ଭାରତୀୟ ମହିଳା ଦଳ ସିରିଜରେ ଭଲ ପ୍ରଦର୍ଶନ କରିବା ସହିତ ମ୍ୟାଚ ହାତେଇବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ...ସେପ୍ଟେମ୍ବରରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ ଭେଟେରାନ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତି ଥିବାବେଳେ ଇଂଲଣ୍ଡ ଦୁଇଟି ମ୍ୟାଚ ଜିତି ସିରିଜ କବଜା କରିବାରେ ସଫଳ ରହିଥିଲା । ତେବେ ଦିନିକିଆ ସିରିଜକୁ ସହଜରେ ନେବ ନାହିଁ ହରମନପ୍ରିତ କୌରଙ୍କ ଦଳ । ସେପଟେ ଭାରତୀୟ କିମ୍ବଦନ୍ତୀ ବୋଲର ଝୁଲଣ ଗୋସ୍ବାମୀଙ୍କର ଏହା ହେବ ବିଦାୟ କାଳୀନ ସିରିଜ ତଥା ତାଙ୍କ କ୍ୟାରିୟରର ଅନ୍ତିମ ସିରିଜ । ତେଣୁ ସେ ମଧ୍ୟ ଦଳକୁ ବିଜୟ ସ୍ବାଦ ଚଖାଇବା ପାଇଁ ନିଜର ଉଦ୍ୟମ ଜାରି ରଖିବେ ।

କେବଳ ଝୁଲଣ ଗୋସ୍ବାମୀ ନୁହଁନ୍ତି ଟିମ ଇଣ୍ଡିଆର ସମସ୍ତ କ୍ରିକେଟରଙ୍କୁ ଫିଲ୍ଡି, ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ନିଜର ଉତ୍ତମ ପ୍ରଦର୍ଶନ ଜାରି କରିବାକୁ ପଡିବ । ସେପଟେ ଇଂଲଣ୍ଡର ତିନି ମହିଳା କ୍ରିକେଟର ଦିନିକିଆ ସିରିଜରୁ କୌଣସି କାରଣରୁ ବାଦ ପଡିଛନ୍ତି । ତେଣୁ ଇଂଲଣ୍ଡକୁ ନିଜ ମାଟିରେ ହରାଇବାକୁ ଭାରତ ପାଖରେ ସୁଯୋଗ ରହିଛି । ବ୍ୟାଟିଂ ଅର୍ଡରରେ ଏବେ ଦମଦାର ଫର୍ମରେ ଥିବା ସ୍ମୃତି ମାନ୍ଧନାଙ୍କ ଉପରେ ଅଧିକ ନଜର ରହିବ ।

ସେହିପରି ଅଧିନାୟିକା ହରମନପ୍ରିତ କୌର, ଷ୍ଟାର ବ୍ୟାଟର ସେଫାଳି ବର୍ମାଙ୍କୁ ମୈଦାନରେ ନିଜର ପ୍ରଭାବୀ ପାଳି ଜାରି ରଖିବାକୁ ହେବ । ପ୍ରଥମ ଦିନିକିଆ ସେପ୍ଟେମ୍ବର ୧୮ ତାରିଖରେ, ଦ୍ବିତୀୟ ଦିନିକିଆ ସେପ୍ଟେମ୍ବର ୨୧ ତାରିଖରେ ଏବଂ ତୃତୀୟ ଦିନିକିଆ ସେପ୍ଟେମ୍ବର ୨୪ ତାରିଖରେ ଖେଳାଯିବ । ସେପ୍ଟେମ୍ବର ୨୪ ତାରିଖରେ କିମ୍ବଦନ୍ତୀ ବୋଲର ଝୁଲଣ ଗୋସ୍ବାମୀ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳି ଅବସର ନେବେ ।

ଭାରତ ମହିଳା କ୍ରିକେଟ ଦଳ

ହରମନପ୍ରିତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପ-ଅଧିନାୟିକା), ସେଫାଳି ବର୍ମା, ସବିନେନୀ ମେଘନା, ଦିପ୍ତୀ ଶର୍ମା, ତାନିୟା ଭାଟିଆ, ୟସ୍ତିକା ଭାଟିଆ, ପୂଜା ବସ୍ତ୍ରାକର, ସ୍ନେହା ରାଣା, ରେଣୁକା ଠାକୁର, ମେଘନା ସିଂହ, ରାଜେଶ୍ବରୀ ଗାଏକ୍ବାଡ, ହରଲୀନ ଦେଓଲ, ଦୟାଲନ ହେମଲତା, ସିମରନ ଦିଲ ବହାଦୁର, ଝୁଲଣ ଗୋସ୍ବାମୀ, ଜେମିମା ରେଡ୍ରିଗସ ।

ଇଂଲଣ୍ଡ ମହିଳା କ୍ରିକେଟ ଦଳ

ଏମି ଜୋନ୍ସ, ଟେମୀ ବ୍ୟୁମୋଣ୍ଟ, ମେୟା ବାଉଚର, ଏଲିସ କେପ୍ସୀ, କେଟ କ୍ରୋସ, ଫ୍ରେୟା ଡେବିସ, ଏଲିସ ଡେବିଡସନ ରିଚର୍ଡସ, ଚାର୍ଲି ଡିନ, ସୋଫିୟା ଡଙ୍କଲେ, ସୋଫୀ ଏକ୍ଲେଷ୍ଟୋନ, ଫ୍ରେୟା କେମ୍ପ, ଇସ୍ସି ବୋଙ୍ଗ, ଡେନୀ ୱାଇଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.