ETV Bharat / sports

ସେପ୍ଟେମ୍ବରରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ ଭେଟେରାନ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ

author img

By

Published : Aug 20, 2022, 5:13 PM IST

ଝୁଲଣ ଗୋସ୍ବାମୀଙ୍କ କ୍ରିକେଟରୁ ଅବସର ଘୋଷଣା
ଝୁଲଣ ଗୋସ୍ବାମୀଙ୍କ କ୍ରିକେଟରୁ ଅବସର ଘୋଷଣା

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଭେଟେରାନ ଭାରତୀୟ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କ ଅବସର ଘୋଷଣା । ସେପ୍ଟେମ୍ବର 24 ତାରିଖରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ଝୁଲଣ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଭାରତୀୟ ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କ ଘୋଷଣା । ଆସନ୍ତା ମାସ ୨୪ ତାରିଖରେ ଅର୍ଥାତ ସେପଟେମ୍ବର ୨୪ରେ ଇଂଲଣ୍ଡର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ । ଏହି ମ୍ୟାଚ୍‌ ଝୁଲଣଙ୍କ ବିଦାୟକାଳୀନ ମ୍ୟାଚ୍‌ ହେବ । ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିବାରେ ଭାରତୀୟ କ୍ରିକେଟର ଝୁଲଣ ଗୋସ୍ବାମୀଙ୍କର ରେକର୍ଡ ରହିଛି । ସେ 201ଟି ଦିନିକିଆ ମ୍ୟାଚ ଖେଳି 252ଟି ୱିକେଟ ହାସଲା କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ପ୍ରତି ଝୁଲଣ ଗୋସ୍ବାମୀଙ୍କର ଅବଦାନ ଅତୁଳନୀୟ ରହିଛି ।

ଝୁଲଣଙ୍କର ସର୍ବାଧିକ ୱିକେଟ ରେକର୍ଡ

ଝୁଲଣ ଗୋସ୍ବାମୀ 201ଟି ଦିନିକିଆ ମ୍ୟାଚ ଖେଳି 252ଟି ୱିକେଟ ନେଇଛନ୍ତି । ସେ ମହିଳା ଦିନିକିଆ ବିଶ୍ବକପରେ ମଧ୍ୟ ସର୍ବାଧିକ ୱିକେଟ ନେଇଛନ୍ତି । ବିଶ୍ବକପରେ 34ଟି ମ୍ୟାଚରେ 43ଟି ୱିକେଟ ନେଇଛନ୍ତି । ଏହାସହ ସେ ବିଶ୍ବକପରେ ଦୁଇଥର 4ଟି ୱିକେଟ ନେଇଛନ୍ତି । ସେହିପରି ସେ 12ଟି ଟେଷ୍ଟ ମ୍ୟାଚ ଖେଳି 44 ୱିକେଟ ନେଇଥିବାବେଳେ, 68ଟି ଟି20 ଖେଳି 56ଟି ୱିକେଟ ନେଇଛନ୍ତି । ଆଗକୁ ଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଝୁଲଣ ତାଙ୍କର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ ।

ବିସିସିଆଇ ଶୁକ୍ରବାର ଦିନ ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରିଛି । ଭାରତୀୟ ମହିଳା କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷରେ 3ଟି ଟି20 ଏବଂ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର 10 ତାରିଖରେ ପ୍ରଥମ ଟି20, ସେପ୍ଟେମ୍ବର 13 ତାରିଖରେ ଦ୍ବିତୀୟ ଟି20 ଏବଂ ସେପ୍ଟେମ୍ବର 15 ତାରିଖରେ ତୃତୀୟ ଟି-20 ମ୍ୟାଚ୍‌ ରହିଛି । ସେହିପରି 18 ସେପ୍ଟେମ୍ବରରେ ପ୍ରଥମ ଦିନିକିଆ, 21 ସେପ୍ଟେମ୍ବରରେ ଦ୍ବିତୀୟ ଦିନିକିଆ, 24 ସେପ୍ଟେମ୍ବରରେ ତୃତୀୟ ଦିନିକିଆ ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.