ETV Bharat / sports

କଣ ଏହି 'ପିଙ୍କ୍‌ ଡେ' ଦିନିକିଆ ? ଜାଣନ୍ତୁ କାହିଁକି ଗୋଲାପୀ ଜର୍ସି ପିନ୍ଧି ଖେଳେ ଦକ୍ଷିଣ ଆଫ୍ରିକା ଟିମ୍‌

author img

By ETV Bharat Odisha Team

Published : Dec 17, 2023, 9:50 PM IST

କାହିଁକି ଗୋଲାପୀ ଜର୍ସି ପିନ୍ଧି ଖେଳେ ଦକ୍ଷିଣ ଆଫ୍ରିକା ଟିମ୍‌
କାହିଁକି ଗୋଲାପୀ ଜର୍ସି ପିନ୍ଧି ଖେଳେ ଦକ୍ଷିଣ ଆଫ୍ରିକା ଟିମ୍‌

Pink Day ODI: 'ପିଙ୍କ୍‌ ଡେ' ଦିନିକିଆ ହେଉଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ର ଏକ ପରମ୍ପରା । ମୁଖ୍ୟତଃ ସ୍ତନ କର୍କଟ ପ୍ରତି ସଚେତନତା ଉଦ୍ଦେଶ୍ୟରେ ଏହା ପାଳନ କରିଥାଏ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । ଏଥିପାଇଁ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇଥିଲା ମାରକ୍ରମ ସେନା । ଅଧିକ ପଢ଼ନ୍ତୁ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ପ୍ରଥମ ଦିନିକିଆକୁ 'ପିଙ୍କ୍‌ ଡେ' ଦିନିକିଆ ଭାବେ ପାଳନ କରିଛି ଦକ୍ଷିଣ ଆଫ୍ରିକା । ଏହି କାରଣରୁ ପ୍ରଥମ ମ୍ୟାଚ୍‌ରେ ପିଙ୍କ୍‌, ଅର୍ଥାତ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ଖେଳିଥିଲା ମାରକ୍ରମ ବାହିନୀ । ହେଲେ ଏହା ପ୍ରଥମ ନୁହେଁ, ୧୦ ବର୍ଷ ହେବ ଏଭଳି 'Pink Day ODI' ପାଳନ କରି ଆସୁଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । ତେବେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ର ଏଭଳି ଅଭିନବ ପରମ୍ପରା ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ । ପ୍ରତିବର୍ଷ ସ୍ତନ କର୍କଟ ଓ ପ୍ରତି ସଚେତନତା ଓ ଶିକ୍ଷାକୁ ସମର୍ଥନ ଜଣାଇ ଏଭଳି ଗୋଲାପୀ ଦିନିକିଆ ପାଳନ କରିଥାଏ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । ଯେଉଁ ମ୍ୟାଚ୍‌ରେ ଦଳର ଖେଳାଳିମାନେ ନିଜର ନିୟମିତ ଜର୍ସି ବଦଳରେ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ଖେଳିବାକୁ ଆସିଥାଆନ୍ତି ।

ଦକ୍ଷିଣ ଆଫ୍ରିକୀୟ ଦଳ ଗୋଲାପୀ ଜର୍ସି ପିନ୍ଧି ବର୍ଷକୁ କେବଳ ଗୋଟିଏ ମ୍ୟାଚ୍‌ ଖେଳନ୍ତି । ଏହି ମ୍ୟାଚ୍‌ରୁ ହୋଇଥିବା ସମସ୍ତ ରୋଜଗାର ସ୍ତନ କର୍କଟ ବିରୋଧରେ ଚାଲିଥିବା ଅଭିଯାନରେ ଖର୍ଚ୍ଚ ପାଇଁ ଦାନ କରିଥାଏ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । କ୍ରିକେଟ୍‌ରେ ଏଭଳି ଅଭିନବ ଅଭିଯାନ ଅଧୀନରେ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ଶିକ୍ଷା ମଧ୍ୟ ଏହି କର୍କଟ ରୋଗର ସ୍କ୍ରିନିଂ ଏବଂ ଅନୁସନ୍ଧାନ ସହ ଜଡିତ କାର୍ଯ୍ୟକୁ ସମର୍ଥନ କରିଥାଏ । ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଏବଂ ଗୋଲାପୀ ରଙ୍ଗର ସାର୍ଟ ବା ଜର୍ସି ପିନ୍ଧି ମ୍ୟାଚ୍‌କୁ ଆସିବାକୁ ପ୍ରଶଂସକଙ୍କୁ ନିବେଦନ କରିଥାଏ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ । ବିଶେଷ କରି ଏହି ଅଭିଯାନକୁ ସମର୍ଥନ କରି ସ୍ତନ କର୍କଟ ରୋଗୀଙ୍କ ସହାୟତା ଉଦ୍ଦେଶ୍ୟରେ ଟିକେଟ୍‌ କିଣିବାକୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ଦକ୍ଷିଣ ଆଫ୍ରିକା ଲୋକଙ୍କୁ ନିବେଦନ କରିଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ସାଇ ସୁଦର୍ଶନଙ୍କ ମେଡେନ୍‌ ଅର୍ଦ୍ଧଶତକ, ୮ ୱିକେଟ୍‌ରେ ଭାରତର ଦମଦାର ବିଜୟ

ତେବେ ଏହି 'Pink Day ODI' ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ହେଲେ ଭାରତୀୟ ଘାତକ ବୋଲିଂ ଆଟାକ୍‌ ଆଗରେ ଘରୋଇ ଦଳର ବ୍ୟାଟର ବିଫଳ ହୋଇଥିଲେ । ଫଳରେ ୨୭.୩ ଓଭରରେ କେବଳ ୧୧୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ଦଳ । ସେପଟେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ ନିଜର ମେଡେନ୍‌ ୫ ୱିକେଟ୍‌ ସଫଳତା ହାସଲ କରିଥିଲେ । ଅଭେଶ ଖାନ ମଧ୍ୟ ୪ ୱିକେଟ୍‌ ସହ ଦମଦାର ପ୍ରଦର୍ଶନ ଦେଇଥିଲେ । ଦ୍ବିତୀୟ ପାଳିରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ସାଇ ସୁଦର୍ଶନଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ଶ୍ରେୟସ୍‌ ଆୟରଙ୍କ ଦମଦାର ପାଳି ବଳରେ ୧୧୭ ରନର ଟାର୍ଗେଟ୍‌କୁ କେବଳ ୧୬.୪ ଓଭରରେ ହାସଲ କରିନେଇଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.