ETV Bharat / sports

ICC Awards: ସ୍ମୃତି ମାନ୍ଧାନା ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର

author img

By

Published : Jan 24, 2022, 4:13 PM IST

smriti mandhana icc womens cricketer for 2021
ICC Awards: ସ୍ମୃତି ମାନ୍ଧାନା ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର

କ୍ରିକେଟର ସମସ୍ତ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର ଓପନର ସ୍ମୃତି ମାନ୍ଧାନାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଚୟନ କରିଛି । ଏହି ଆୱାର୍ଡ ପାଇଁ ସ୍ମୃତିଙ୍କ ପ୍ରତିନ୍ଦ୍ବନ୍ଦ୍ବୀତା ଇଂଲଣ୍ଡର ଟମି ବିୟୁମୋଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ଆୟରଲାଣ୍ଡର ଗୈବି ଲୁଇସଙ୍କ ସହିତ ହୋଇଥିଲା । ଅଧିକ ପଢନ୍ତୁ

ଦୁବାଇ: କ୍ରିକେଟର ସମସ୍ତ ଫର୍ମାଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର ଓପନର ସ୍ମୃତି ମାନ୍ଧାନାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଚୟନ କରିଛି । ଏହି ଆୱାର୍ଡ ପାଇଁ ସ୍ମୃତିଙ୍କ ପ୍ରତିନ୍ଦ୍ବନ୍ଦ୍ବୀତା ଇଂଲଣ୍ଡର ଟମି ବିୟୁମୋଣ୍ଟ, ଦକ୍ଷିଣ ଆଫ୍ରିକାର ଲିଜେଲ ଲି ଓ ଆୟରଲାଣ୍ଡର ଗୈବି ଲୁଇସଙ୍କ ସହିତ ହୋଇଥିଲା । ମାତ୍ର ମାନ୍ଧାନା ସମସ୍ତଙ୍କୁ ପଛରେ ପକାଇ ଆୱାର୍ଡ ନିଜ ନାମରେ କରିଛନ୍ତି ।

ମାନ୍ଧାନା ଗତବର୍ଷ ଦମଦାର ପ୍ରଦର୍ଶନ କରିଥିଲେ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆକର୍ଷଣୀୟ ଇଂନିସ ଖେଳିଥିଲେ । ୨୫ ବର୍ଷୀୟା ବାମହାତୀ ବ୍ୟାଟ୍‌ର ବର୍ଷ ୨୦୨୧ରେ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩୮.୮୬ ଆଭରେଜ୍‌ରେ ୮୫୫ ରନ୍‌ ସଂଗ୍ରହ କରିଛନ୍ତି । ବର୍ଷ ୨୦୨୧ରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶେଷ କିଛି ଖାସ୍‌ ପ୍ରଦର୍ଶନ କରିପାରିନଥିଲା, ମାତ୍ର ସ୍ମୃତି ମାନ୍ଧାନାଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା ।

ଏହାମଧ୍ୟ ପଢନ୍ତୁ: ତୃତୀୟ ଦିନିକିଆ ୪ ରନ୍‌ରେ ହାରିଲା ଭାରତ, ଦକ୍ଷିଣ ଆଫ୍ରିକାର ସିରିଜ କ୍ଳିନସୁଇପ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଟି-୨୦ ଓ ODIକୁ ମିଶାଇ ୮ରୁ ଭାରତକୁ ମାତ୍ର ଦୁଇଟି ମ୍ୟାଚ୍‌ରେ ବିଜୟ ମିଳିଥିଲା । ଏହି ଦୁଇ ମ୍ୟାଚ୍‌ରେ ମାନ୍ଧାନା ନିଜର ବ୍ୟାଟ୍‌ରେ ପ୍ରମୁଖ ଯୋଗଦାନ କରିଥିଲେ । ସିରିଜର ଦ୍ବିତୀୟ ODIରେ ୧୫୮ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ପାଇଁ ମାନ୍ଧାନା ଅପରାଜିତ ୮୦ ରନ୍‌ର ଜବରଦସ୍ତ ଇଂନିସ ଖେଳିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସରିଜର ଶେଷ ମ୍ୟାଚ୍‌ରେ ମାନ୍ଧାନା ଅପରାଜିତ ୪୮ ରନ୍‌ କରିଥିଲେ । ମାନ୍ଧାନା ଇଂଲଣ୍ଡ ବିପକ୍ଷରେ ଇଂଲିସ ଘରୋଇ ମାଟିରେ ଏକମାତ୍ର ଟେଷ୍ଟର ପ୍ରଥମ ଇଂନିସରେ ୭୮ ରନ୍‌ର ମହତ୍ବପୂର୍ଣ୍ଣ ଇଂନିସ ଖେଳିଥିଲେ । ଏହାପରେ ଦିନିକିଆ ସିରିଜର ଭାରତ ବିଜୟୀ ହୋଇଥିବା ମ୍ୟାଚ୍‌ରେ ୪୯ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ପରେ ଟି-୨୦ରେ ଅର୍ଦ୍ଧଶତକ ଓ ୧୫ ବଲ୍‌ରୁ ୨୯ ରନ୍‌ର ଧୁଆଁଧାର ଇଂନିସ ଖେଳିଥିଲେ । ମାତ୍ର ଇଂଲଣ୍ଡ ବିପକ୍ଷରେ ଭାରତ ଏହି ଦୁଇ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମାନ୍ଧାନାଙ୍କୁ ଦମଦାର ଲୟରେ ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନିକିଆରେ ୮୬ ରନ୍‌ର ଧମାକାଦାର ଇଂନିସ ଖେଳିଥିଲେ । ଏହାପରେ ଦିବାରାତ୍ର ଟେଷ୍ଟରେ ୧୨୭ ରନ୍‌ର ଦମଦାର ଇଂନିସ ଖେଳିଥିଲେ ମାତ୍ର ଏହି ମ୍ୟାଚ୍‌ ଡ୍ର ହୋଇଥିଲା । ମାତ୍ର ଶତକୀୟ ଇଂନିସ ପାଇଁ ମାନ୍ଧାନାଙ୍କୁ ପ୍ଲେଆର ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଥିଲା ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.