ETV Bharat / sports

Ind vs Eng Womens ODI: 3000 ଦିନିକିଆ ରନ କ୍ଲବରେ ସ୍ମୃତି ମାନ୍ଧନା

author img

By

Published : Sep 22, 2022, 7:19 PM IST

Ind vs Eng Womens ODI
3000 ଦିନିକିଆ କ୍ଲବରେ ସ୍ମୃତି ମାନ୍ଧନା

ଭାରତୀୟ ମହିଳା ଦଳର ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ଏକ ନୂଆ ରେକର୍ଡ କରିଛନ୍ତି । ଦିିନିକିଆରେ 3 ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ସ୍ମୃତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ମହିଳା ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ଆଉ ଏକ ନୂଆ ରେକର୍ଡ । ଦିନିକିଆ କ୍ରିକେଟରେ ଶିଖର ଧାୱନ ଓ ବିରାଟ କୋହଲିଙ୍କ ପରେ ତୃତୀୟ ଭାରତୀୟ ଦ୍ରୁତତମ ଖେଳାଳି ଭାବେ 3 ହଜାର ରନ ପୁରଣ କରିଛନ୍ତି ସ୍ମୃତି ମାନ୍ଧନା । କ୍ୟାଣ୍ଟରବ୍ୟୁରୀରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଦିନିକିଆରେ 40 (4ଚୌକା, 1ଛକା) ରନ ସଂଗ୍ରହ କରିଥିଲେ । 76ଟି ଦିନିକିଆ ଖେଳି 3000 ରନ ସଂଗ୍ରହ କରିଛନ୍ତି ସ୍ମୃତି ମାନ୍ଧନା ।

ପୂର୍ବତନ କ୍ରିକେଟର ମିଥାଲି ରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି ସ୍ମୃତି । ମିଥାଲି 88ଟି ଦିନିକିଆ ଖେଳି ଏହି ରେକର୍ଡ କରିଥିଲେ ମାତ୍ର ସ୍ମୃତି 76ଟି ଦିନିକିଆ ଖେଳି ଏହି ସଫଳତା ହାସଲ କରିଛନ୍ତି । ଦୃତତମ ମହିଳା ବ୍ୟାଟର ଓ ତୃତୀୟ ଦୃତତମ ଭାରତୀୟ ଖେଳାଳି ଭାବେ ଏହି ରେକର୍ଡ ସ୍ଥାପନ କରିଛନ୍ତି ସ୍ମୃତି । ଶିଖର ଧାୱନ 72ଟି ଇନିଂସ ଖେଳି 3000 ରନ ପୁରଣ କରିଥିବାବେଳେ ବିରାଟ କୋହଲି 75ଟି ଇନିଂସ ଖେଳି ଏହି ସଫଳତା ଅର୍ଜନ କରିଥିଲେ । ସ୍ମୃତିଙ୍କ ପୂର୍ବରୁ କେବଳ ମିଥାଲି ରାଜ ଓ ହର୍ମନପ୍ରୀତ କୌର ମହିଳା ଦିନିକିଆରେ 3000ରୁ ଉର୍ଦ୍ଧ୍ବ ରନ ସଂଗ୍ରହ କରିଥିଲେ ।

ଏହା ବି ପଢନ୍ତୁ...ICC T20I Rankings: ପଛରେ ପଡିଲେ ବାବର, ଉଠିଲେ ସୂର୍ଯ୍ୟକୁମାର ଯାଦବ

ନିକଟରେ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ମାନ୍ୟତାରେ ଦ୍ବିତୀୟ ଶ୍ରେଷ୍ଠ ବ୍ୟାଟର ଭାବରେ ସ୍ଥାନ ହାସଲ କରିଛନ୍ତି ସ୍ମୃତି । ସେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ୯୯ ବଲରୁ ୧୦ ଟି ଚୌକା ଏବଂ ଗୋଟିଏ ଛକା ସହିତ ୯୧ ରନର ଇନିଂସ ଖେଳି ଆଇସିସି ଟି୨୦ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନ ହାସଲ କରି ବିଶ୍ବର ଶ୍ରେଷ୍ଠ ଟି-୨୦ ବ୍ୟାଟର ହୋଇଥିଲେ । 2013ରେ ମାନ୍ଧନା ଦିନିକିଆରେ ପର୍ଦାପଣ କରିିଥିଲେ । ଏଯାବତ ତାଙ୍କ ନାମରେ 5ଟି ଶତକ ଓ 24ଟି ଅର୍ଦ୍ଧଶତକ ରହିଛି । ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ବର୍ତ୍ତମାନ 22ଜଣ ଖେଳାଳି 3000 ରନ ପୂରଣ କରିଛନ୍ତି ।

ପ୍ରକାଶ ଥାଉ କି, ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି । ଦୁଇଟି ମ୍ୟାଚ ଜିତି ଭାରତ ଆଗୁଆ ସିରିଜ କବଜା କରିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.