ICC T20I Rankings: ପଛରେ ପଡିଲେ ବାବର, ଉଠିଲେ ସୂର୍ଯ୍ୟକୁମାର ଯାଦବ

author img

By

Published : Sep 21, 2022, 8:03 PM IST

ICC T20I Rankings : ବାବର ଆଜମଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ

ଜାରି ହୋଇଥିବା ନୂତନ ଆଇସିସି ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଜାରି ହୋଇଛି ଆଇସିସି ଟି-୨୦ ନୂତନ ମାନ୍ୟତା ( ICC T20I Rankings ) । ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ( Suryakumar Yadav ) ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ( Pakistan Captain Babar Azam ) ପଛରେ ପକାଇ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଜାରି ହୋଇଥିବା ନୂତନ ଆଇସିସି ଟି-୨୦ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନ ଜାହିର କରିବାରେ ସଫଳ ହୋଇଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମ ଗୋଟେ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଇସିସି ଟି-୨୦ ମାନ୍ୟତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ରେଟିଂ ରହିଛି ୭୮୦ । ଆଇସିସି ଟି-୨୦ ମାନ୍ୟତାରେ ଚତୁର୍ଥ ସ୍ଥାନରେ ଥିବା ବାବର ଆଜମଙ୍କ ରେଟିଂ ରହିଛି ୭୭୧ ।

ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କର ଭଲ ପ୍ରଦର୍ଶନ ଜାରି ରହିଛି । ସେ ଏସିଆ କପରେ ହଂକଂ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି 26 ବଲରୁ ୬୮ ରନ କରି ଅପରାଜିତ ରହିଥିଲେ । ସେହିପରି ଏହି ଡାହାଣ ହାତି ବ୍ୟାଟର ଗତକାଲି ( ମଙ୍ଗଳବାର ) ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ବଲରୁ ୪୬ ରନର ଇନିଂସ ଖେଳିଥିଲେ । ସେହିପରି ଲୋକେଶ ରାହୁଲ ( lokesh rahul ) ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ୩୫ ବଲରୁ ୫୫ ରନ ସଂଗ୍ରହ କରି ଆଇସିସି ଟି-୨୦ ମାନ୍ୟତାରେ ୧୮ ସ୍ଥାନ ଅଧିକାର କରିବାରେ ସଫଳ ହୋଇପାରିଛନ୍ତି ।

ଆହୁରି ମଧ୍ୟ ପଢନ୍ତୁ...ମହିଳା ଏସିଆ କପ୍, ଭାରତୀୟ ଟିମ୍ ଘୋଷଣା

ସେହିପରି ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ ସର୍ବାଧିକ ୮୨୫ ରେଟିଂ ସହିତ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଏଡେନ ମାକ୍ରମ । ତାଙ୍କର ରେଟିଂ ରହିଛି ୭୯୨ । ସେପଟେ ଲୋକେଶ ରାହୁଲ ମଧ୍ୟ ଟି-୨୦ ମାନ୍ୟତାରେ ନିଜ ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ରହିଛନ୍ତି । ସେ ଟି-୨୦ ବ୍ୟାଟିଂ ମାନ୍ୟତାରେ ପାଞ୍ଚଟି ସ୍ଥାନ ଉପରକୁ ଉଠି ୧୮ ସ୍ଥାନରେ ପହଁଞ୍ଚିଛନ୍ତି । ତେବେ ଏହି ଡାହାଣ ହାତି ବ୍ୟାଟରଙ୍କର ୫୮୭ ରେଟିଂ ରହିଛି । ସେହିପରି ଶୀର୍ଷ ୧୦ ରେ ତୃତୀୟ ସ୍ଥାନରେ ଭାରତର ସୂର୍ଯ୍ୟକୁମାର ରହିଥିବା ବେଳେ ରୋହିତ ଶର୍ମା ( Rohit Sharma ) ୧୪ ସ୍ଥାନରେ ରହିଛନ୍ତି । ରୋହିତଙ୍କ ରେଟିଂ ରହିଛି ୬୦୨ ।

ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ( Hardik Pandya ) ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ପରେ ସେ ମଧ୍ୟ ଜାରି ହୋଇଥିବା ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ନିଜ ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ହୋଇଛନ୍ତି । ହାର୍ଦ୍ଦିକ ୨୩ ସ୍ଥାନ ଉପରକୁ ଉଠି ୬୫ ଆଇସିସି ଟି-୨୦ ମାନ୍ୟତାରେ ୬୫ ସ୍ଥାନରେ ରହିଛନ୍ତି । ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) ଗୋଟେ ସ୍ଥାନ ତଳକୁ ଖସି ୫୯୧ ରେଟିଂ ସହିତ ୧୬ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.