ମହିଳା ଏସିଆ କପ୍, ଭାରତୀୟ ଟିମ୍ ଘୋଷଣା

author img

By

Published : Sep 21, 2022, 3:46 PM IST

indian squad for womens asia cup

ଅକ୍ଟୋବର 1ରୁ 15 ତାରିଖ ଯାଏ ଆରମ୍ଭ ହେବାକୁ ଯାଉଛି ମହିଳା ଏସିଆ କପ୍ ଟି-ଟ୍ବେଣ୍ଟି । ଏନେଇ ଭାରତୀୟ ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅକ୍ଟୋବର 1ରୁ ମହିଳା ଏସିଆ କପ୍ ଟି-ଟ୍ବେଣ୍ଟି ଆରମ୍ଭ ହେବାକୁ ଯାଉଛି । ଏନେଇ ସର୍ବ ଭାରତୀୟ ମହିଳା ଚୟନ କମିଟି ଭାରତୀୟ ଟିମ ଘୋଷଣା ହୋଇଛି । ହରମନ ପ୍ରୀତ ଦଳର ନେତୃତ୍ବ ନେବେ । ଅକ୍ଟୋବର 1ରୁ 15 ତାରିଖ ଯାଏ ବାଂଲାଦେଶରେ ଏସିଆ କପ ଖେଳାଯିବ ।

ସେଫାଳି ବର୍ମା, ରିଚା ଘୋଷ, ସ୍ନେହା ରଣା, ହୟାଲାନ ହେମାଲତା, ମେଘା ଘୋଷ, ରେଣୁକା ଠାକୁର, ରଧା ଯାଦବ ଏବଂ କେପି ନାଭଗିର ପ୍ରଥମ ଥର ପାଇଁ ଏସିଆ କପ୍ ଖେଳିବେ। ସେହିପରି ତାନିୟା ଭାଟିଆ, ସିମରନ ଦିନ ବାହାଦୂରଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭବେ ରଖାଯାଇଛି ।

ଏସିଆନ କ୍ରିକେଟ କାଉନସିଂଲ ସଭାପତି ଜୟ ଶାହା ଏସିଆ କପ୍ ବିଷୟରେ ଗତକାଲି (ମଙ୍ଗଳବାର) ସୂଚନା ଦେଇଥିଲେ । ବାଂଲାଦେଶରେ ଅକ୍ଟୋବର 1ରୁ ଆରମ୍ଭ ହୋଇ 15 ତାରିଖରେ ଶେଷ ହେବ ମହିଳା ଏସିଆ କପ୍ । ବାଂଲାଦେଶ ଏସିଆ କପ ହୋଷ୍ଟ କରୁଛି । ଏଥିରେ ମୋଟ 7ଟି ଦଳ ରହିଛନ୍ତି । ଭାରତ, ବାଂଲାଦେଶ, ପାକିସ୍ତାନ, ୟୁଏଇ, ଶ୍ରୀଲଙ୍କା, ଥାଇଲାଣ୍ଡ ଓ ମାଲେସିଆ । ବାଂଲାଦେଶରେ ସାଇଲହେଟ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।

  • India's Squad:

    Harmanpreet Kaur (C), Smriti Mandhana (VC), Deepti Sharma, Shafali Verma, J Rodrigues, S Meghana, Richa Ghosh (WK), Sneh Rana, D Hemalatha, Meghna Singh, Renuka Thakur, P Vastrakar, R Gayakwad, Radha Yadav, KP Navgire#TeamIndia | #WomensAsiaCup | #AsiaCup2022

    — BCCI Women (@BCCIWomen) September 21, 2022 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କା ବିପକ୍ଷରେ ଭାରତ ତାର ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ । ପ୍ରଥମ ଦିନ ଏହି ମ୍ୟାଚ ଖେଳାଯିବ । 7 ତାରିଖରେ ଭାରତ ପାକିସ୍ତାନ ପରସ୍ପରକୁ ଭେଟିବ । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ 4 ଦଳ ଫାଇନାଲକୁ ଯିବେ । ଅକ୍ଟୋବର 13ରେ ସେମି ଫାଇନାଲ ଓ 15ରେ ଫାଇନାଲ ଖେଳାଯିବ । ସେମି ଫାଇନା ପୂର୍ବରୁ ରାଉଣ୍ଡ ରୁବିନ ଫର୍ମାଟରେ ଭାରତ ମୋଟ 6ଟି ମ୍ୟାଚ ଖେଳିବ । ଇତିହାସରେ ପ୍ରଥମ ଥର ପାଇଁ 7ଟି ମହିଳା ଦଳ ଏସିଆ କପରେ ଭାଗ ନେବେ ।

ଏସିଆ କପ୍ ଭାରତୀୟ ସ୍କ୍ବାର୍ଡ...

ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା),ଦିପ୍ତୀ ଶର୍ମା, ସେଫାଳି ବର୍ମା, ଜେ ରୋଡରିଗ୍ୟୁ, ଏସ ମେଘନା, ରିଚା ଘୋଷ (ୱିକେଟ କିପର), ସ୍ନେହା ରାଣା, ଡି ହେମାଲତା, ମେଘନା ସିଂ, ରେଣୁକା ଠାକୁର, ପୂଜା ବସ୍ତ୍ରାକାର, ଆର ଗାଏକ୍ବାର୍ଡ, ରାଧା ଯାଦବ, କେପି ନାଭଗିରି ।

ଏହା ବି ପଢନ୍ତୁ...ଆଜି ଦ୍ବିତୀୟ ଦିନିକିଆ, 23 ବର୍ଷ ପରେ ସିରିଜ ଜିତିବା ଲକ୍ଷ୍ୟରେ ଭାରତ

ପ୍ରକାଶ ଥାଉ କି , ବର୍ତ୍ତମାନ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଜାରି ରହିଛି । ଆଜି ଦ୍ବିତୀୟ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆ ଜିତି ଭାରତ 1-0ରେ ଆଗୁଆ ରହିଛି । ଦ୍ବିତୀୟ ଦିନିକିଆ ଜିତି 23 ବର୍ଷ ପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ହରାଇ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.