ETV Bharat / sports

Cricket World Cup 2023: ଅହମ୍ମଦାବାଦରେ ପହଞ୍ଚିଲେ ଗିଲ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ?

author img

By ETV Bharat Odisha Team

Published : Oct 12, 2023, 12:08 PM IST

Shubman Gill
Shubman Gill

ଅହମ୍ମଦାବାଦରେ ପହଞ୍ଚିଲେ ଶୁବମନ ଗିଲ୍‌ । ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବା ଆଶଙ୍କା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଡେଙ୍ଗୁ ରୋଗରୁ ସୁସ୍ଥ ହେବା ପରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଶୁଭମନ ଗିଲ । ଶନିବାର ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ମ୍ୟାଚ ଥିବା ବେଳେ ଏହା ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗିଲ୍‌ । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ସେ ଖେଳିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଡେଙ୍ଗୁରେ ପୀଡିତ ହେବା ପରେ ଷ୍ଟାର ଓପନର ଗିଲ ଚେନ୍ନାଇରେ ଚିକିତ୍ସିତ ହେଉଥିଲେ । ତେଣୁ ସେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲେ ।

ସୋମବାର ଦିନ ବିସିସିଆଇ ତରଫରୁ ସୂଚନା ଦିଆଯାଇଥିଲା ଯେ, ଡେଙ୍ଗୁରେ ପୀଡିତ ହୋଇଥିବାରୁ ଚିକିତ୍ସା ପାଇଁ ଚେନ୍ନାଇରେ ରହିବେ ଶୁଭମନ । ତେଣୁ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଖେଳିବେ ନାହିଁ । ଏହାପରେ ବିସିସିଆଇର ଜଣେ ଅଧିକାରୀ ବୁଧବାର କହିଥିଲେ ଯେ, ଗିଲ୍‌ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଦଳ ସହ ଅହମ୍ମଦାବାଦ ଯାତ୍ରା କରିବେ ଏବଂ ପାକିସ୍ତାନ ମ୍ୟାଚ୍‌ରେ ସେ ଦଳ ସହ ଉପସ୍ଥିତ ରହିବେ । ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଗିଲ୍‌ ସୁସ୍ଥ ହୋଇଥିବାରୁ ଚେନ୍ନାଇରୁ ସିଧା ସଳଖ ଅହମ୍ମଦାବାଦ ଗସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ହୋମଗ୍ରାଉଣ୍ଡ୍‌ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୁମରା

ଅକ୍ଟୋବର 6 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଗିଲ୍‌ ହଠାତ ଅସୁସ୍ଥ ହୋଇ ପଡିଥିଲେ । ସେ ଡେଙ୍ଗୁରେ ପୀଡ଼ିତ ଥିବା ଖବର ସାମ୍ନାକୁ ଆସିଥିଲା । ଫଳରେ ସେ ବିଶ୍ବକପରେ ଭାରତର ପ୍ରଥମ ମ୍ୟାଚ୍‌ ଖେଳି ପାରିନଥିଲେ । ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରୁ ରକ୍ତରୁ ପ୍ଲେଟ୍‌ଲେଟ୍‌ର ପରିମାଣ ହ୍ରାସ ପାଇଥିଲା । ଚେନ୍ନାଇରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଫଳରେ ବୁଧବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଅନୁପସ୍ଥିତ ରହିଥିଲେ । ବର୍ତ୍ତମାନ ସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଥିଲେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇପାରିନି ।

ବିଶ୍ବକପ ପୂର୍ବରୁ ଖେଳାଯାଇଥିବା ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନଙ୍କ ଦମଦାର ପ୍ରଦର୍ଶନ ରହିଥିଲା । ଦିନିକିଆ ଫର୍ମାଟର ହାରାହାରି ୭୨.୩୫ ସହିତ ୧୨୩୦ ରନ୍ ସଂଗ୍ରହ କରିଥିଲେ । ଏଥିରେ ତାଙ୍କର 5ଟି ଶତକ ଓ 5ଟି ଅର୍ଦ୍ଧଶତକ ସାମିଲ ରହିଛି । ତେଣୁ ବିଶ୍ବକପରେ ତାଙ୍କର ପ୍ରଦର୍ଶନ ଭଲ ରହିବା ନେଇ ଆଶା କରାଯାଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.