ETV Bharat / sports

ଟେଷ୍ଟ ସିରିଜ୍‌ରୁ ଓହରିଲେ ଈଶାନ କିଷାନ୍‌, କେଏସ୍‌ ଭରତଙ୍କୁ ସାମିଲ କଲା BCCI

author img

By ETV Bharat Odisha Team

Published : Dec 17, 2023, 8:26 PM IST

ଟେଷ୍ଟ ସିରିଜ୍‌ରୁ ଓହରିଲେ ଈଶାନ କିଷାନ୍‌
ଟେଷ୍ଟ ସିରିଜ୍‌ରୁ ଓହରିଲେ ଈଶାନ କିଷାନ୍‌

Ishan Kishan: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଓହରି ଯାଇଛନ୍ତି ଯୁବ ୱିକେଟ୍‌କିପର-ବ୍ୟାଟର ଈଶାନ କିଷାନ । ତାଙ୍କ ସ୍ଥାନରେ ଦଳରେ କେଏସ୍‌ ଭରତଙ୍କୁ ସାମିଲ କରିଛି ବିସିସିଆଇ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଆଗାମୀ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଦଳରେ ହୋଇଛି ଏକ ବଡ଼ ପରିବର୍ତ୍ତନ । ଯୁବ ୱିକେଟ୍‌ କିପର-ବ୍ୟାଟର ଈଶାନ କିଷାନ ଏହି ଶୃଙ୍ଖଳାରୁ ଓହରି ଯାଇଛନ୍ତି । ଯଦିଓ ଏହାର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ହେଲେ ସେ କୌଣସି ବ୍ୟକ୍ତିଗତ କାରଣରୁ ଟେଷ୍ଟ ଶୃଙ୍ଖଳାରୁ ଓହରି ଯାଇଥିବା କୁହାଯାଉଛି । ତେବେ ଭାରତୀୟ ଦଳରେ ଈଶାନଙ୍କ ସ୍ଥାନରେ କେଏସ୍‌ ଭରତଙ୍କୁ ସାମିଲ କରାଯାଇଛି । ଏନେଇ ବିସିସିଆଇ ଏହାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଓ ଏକ୍ସରେ ସୂଚନା ଦେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଦିନିକିଆ ଲଢ଼େଇ ଆଜି ଠାରୁ ଆରମ୍ଭ ହୋଇଛି । ଟି୨୦ ଶୃଙ୍ଖଳା ପାଇଁ ଦଳରେ ସାମିଲ ଥିଲେ ଈଶାନ କିଷାନ । ହେଲେ ଟେଷ୍ଟ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ତାଙ୍କୁ ଦିନିକିଆ ସ୍କ୍ବାଡ୍‌ରେ ସାମିଲ କରାଯାଇନଥିଲା । ଆଗାମୀ ଡିସେମ୍ବର ୨୬ରୁ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ ଦଳ । ହେଲେ ହଠାତ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଈଶାନ କିଷାନ ଭାରତୀୟ ଦଳରୁ ଓହରି ଯାଇଛନ୍ତି । ବିସିସିଆଇ ଦେଇଥିବା ସୂଚନା ଅନୁସାରେ ଟିମ୍‌ରୁ ତାଙ୍କ ନାଁ ବାଦ ଦେବା ପାଇଁ ଇଶାନ ବିସିସିଆଇକୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ କ୍ରମେ ବିସିସିଆଇ ତାଙ୍କୁ ଟେଷ୍ଟ ସିରିଜ୍‌ରୁ ଛୁଟି ଦେଇଛି । ତାଙ୍କ ସ୍ଥାନରେ ଅନ୍ୟତମ ୱିକେଟ୍‌ କିପର-ବ୍ୟାଟର କେଏସ୍‌ ଭାରତଙ୍କୁ ଦଳରେ ସାମିଲ୍‌ କରାଯାଇଛି । ଖୁବଶୀଘ୍ର ଦଳରେ ଯୋଗ ଦେବେ ଭରତ ।

ପ୍ରକାଶ ଯୋଗ୍ୟ, ଈଶାନ କିଷାନଙ୍କ ପୂର୍ବରୁ ଷ୍ଟାର ପେସର୍‌ ଦୀପକ ଚହର ଦିନିକିଆ ଶୃଙ୍ଖଳାରୁ ଓହରି ଯାଇଥିଲେ । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଦଳରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାଇଥିଲେ । ସେପଟେ ଆହତ କାରଣରୁ ଷ୍ଟାର ପେସର ଶାମିଙ୍କୁ ମଧ୍ୟ ଟେଷ୍ଟ ଦଳରୁ ବାଦ୍‌ ଦିଆଯାଇଛି।

ଟେଷ୍ଟ ସିରିଜ୍‌ କ୍ରୀଡ଼ାସୂଚୀ:

୨୬-୩୦ ଡିସେମ୍ବର- ପ୍ରଥମ ଟେଷ୍ଟ (ସେଞ୍ଚୁରିଅନ୍)

୩-୭ ଜାନୁଆରୀ- ଦ୍ବିତୀୟ ଟେଷ୍ଟ (କେପ୍ ଟାଉନ୍)

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଖେଳିବେନି ଚହର, ଟେଷ୍ଟ ସିରିଜରୁ ବାଦ ପଡିଲେ ଶାମି

ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଅପ୍‌ଡେଟେଡ୍‌ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିୟନାୟକ), ଶୁଭମନ୍‌ ଗିଲ୍‌, ଯଶସ୍ବୀ ଜୈସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍‌ୱାଡ୍‌, କେଏଲ୍‌ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ବୀନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମୁକେଶ କୁମାର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା, କେଏସ୍‌ ଭରତ (ୱିକେଟକିପର)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.