ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଖେଳିବେନି ଚହର, ଟେଷ୍ଟ ସିରିଜରୁ ବାଦ ପଡିଲେ ଶାମି

author img

By ETV Bharat Odisha Team

Published : Dec 16, 2023, 10:59 AM IST

IND vs SA ODI series: ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ମ୍ୟାଚ ଖେଳିବେ ନାହିଁ ଦୀପକ ଚହର । ତାଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ମିଳିଲା ସ୍ଥାନ । ଟେଷ୍ଟ ସିରିଜରୁ ବାଦ ପଡିଲେ ଶାମି । ଅଧିକ ପଢନ୍ତୁ

Mohammed Shami
Deepak Chahar

ହାଇଦ୍ରାବାଦ: ରବିବାରଠୁ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଏକଦିବସୀୟ ଶୃଙ୍ଖଳା । ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା । ଦିନିକିଆ ସିରିଜ ଖେଳିବେ ନାହିଁ ଷ୍ଟାର ପେସର ଦୀପକ ଚହର । ମେଡିକାଲ ଏମର୍ଜେନ୍ସି କାରଣରୁ ସେ ସିରିଜ ଖେଳିବନାହିଁ ବୋଲି ମନା କରିଦେଇଛନ୍ତି । ତାଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଦଳରେ ସ୍ଥାନ ଦେଇଛି ଚୟନ କମିଟି । ତାଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଦଳରେ ଯୋଗ ଦେଇପାରିନାହାନ୍ତି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ସେ ଖେଳିବେ ନାହିଁ ବୋଲି କହିଛନ୍ତି । ଏହା ପୂର୍ବରୁ ବେଙ୍ଗାଲୁରୁରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଟି୨୦ ମ୍ୟାଚ୍‌ରେ ମଧ୍ୟ ସମାନ କାରଣରୁ ଖେଳି ପାରିନଥିଲେ ଚହର ।

ସେହିପରି ଆଗକୁ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ମହମ୍ମଦ ଶାମି । ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ନା ନାହାନ୍ତି ସେନେଇ ବିସିସିଆଇ ମେଡିକାଲ୍ ଟିମ୍ ସ୍ପଷ୍ଟ କରିନାହିଁ । ସେଥି ପାଇଁ ଟେଷ୍ଟ ମ୍ୟାଚରୁ ସମ୍ପୂର୍ଣ୍ଣ ବାଦ ପଡିଛନ୍ତି ଶାମି । ତାଙ୍କ ସ୍ଥାନରେ କାହାକୁ ଦଳରେ ସାମିଲ କରାଯିବ ସେନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଅନ୍ୟପଟେ ଶ୍ରେୟସ ଆୟର ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳବେ । ଏହାପରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେବେ । ସେ ଦ୍ବିତୀୟ ଓ ତୃତୀୟ ମ୍ୟାଚ ଖେଳିବେ ନାହିଁ । ଏନେଇ ଆଜି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ରବିବାର ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ, ରାହୁଲ ବାହିନୀଙ୍କ ଜୋରଦାର ଅଭ୍ୟାସ

ଦିକିନିଆ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌: ଋତୁରାଜ ଗାଏକ୍‌ୱାଡ୍‌, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପାଟିଦାର, କେଏଲ୍‌ ରାହୁଲ (ଅଧିନାୟକ), ରିଙ୍କୁ ସିଂହ, ଶ୍ରେୟସ ଆୟର, ସଞ୍ଜୁ ସାମ୍‌ସନ୍‌, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆକାଶ ଦୀପ ।

ଟେଷ୍ଟ ସିରିଜ୍‌ କ୍ରୀଡ଼ାସୂଚୀ: ଡିସେମ୍ବର 26ରୁ 30 ତାରିଖ ପର୍ଯ୍ୟନ୍ତ ସେଞ୍ଚୁରିଅନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚେଷ୍ଟ ସିରିଜ । ଏହାପରେ ଜାନୁଆରୀ 3ରୁ 7 ତାରିଖ ପର୍ଯ୍ୟନ୍ତ କେପ୍ ଟାଉନରେ ଦ୍ବିତୀୟ ଟେଷ୍ଟ ଖେଳାଯିବ ।

ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିୟନାୟକ), ଶୁଭମନ୍‌ ଗିଲ୍‌, ଯଶସ୍ବୀ ଜୈସ୍‌ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍‌ୱାଡ୍‌, ଈଶାନ କିଷାନ (ୱିକେଟକିପର), କେଏଲ୍‌ ରାହୁଲ (ୱିକେଟକିପର), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମୁକେଶ କୁମାର, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା (ଉପଅଧିନାୟକ), ପ୍ରସିଦ୍ଧ କ୍ରିଷ୍ଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.