ETV Bharat / sports

Ind vs SA: ଶାର୍ଦ୍ଦୁଳଙ୍କ ଶାଣିତ ବୋଲିଂ, ଟିମ ଇଣ୍ଡିଆର କାଉଣ୍ଟର ଆଟାକ୍‌

author img

By

Published : Jan 4, 2022, 4:08 PM IST

Updated : Jan 4, 2022, 4:38 PM IST

SA Vs Ind, 2nd Test: Shardul's triple blow jolts hosts after a steady start (Lunch, Day-2)
Ind vs SA: ଶାର୍ଦ୍ଦୁଳଙ୍କ ଶାଣିତଙ୍କ ବୋଲିଂ, ଟିମ ଇଣ୍ଡିଆର କାଉଣ୍ଟର ଆଟାକ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଲଞ୍ଚ ବ୍ରେକ୍‌ ସୁଦ୍ଧା ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ୧୦୨/୪ ରହିଛି । ଅଧିକ ପଢନ୍ତୁ

ଜୋହାନ୍ସବର୍ଗ(ଦକ୍ଷିଣ ଆଫ୍ରିକା): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୱାଣ୍ଡରର୍ସ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଲଞ୍ଚ ବ୍ରେକ୍‌ ସୁଦ୍ଧା ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ୧୦୨/୪ ରହିଛି । ସକାଳ ସେସନରେ ଭାରତୀୟ ବୋଲର, କ୍ୟାପଟେନ ଡିନ୍‌ ଏଲଗାରଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ସମେତ ୩ଟି ୱିକେଟ ହାତେଇଛନ୍ତି । ଶାର୍ଦ୍ଦୁଳ ଠାକୁର ଟିମ ପାଇଁ ପୁଣି ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି ।

ପ୍ରଥମ ଦିନର ଅସମାପ୍ତ ସ୍କୋର ୩୫/୧ରୁ ଖେଳ ଆରମ୍ଭ କରିଥିଲେ କ୍ୟାପଟେନ ଡିନ ଏଲଗାର ଓ କିଗାନ ପିଟରସନ । ଅର୍ଦ୍ଧଶତକୀୟ ଭାଗିଦାରୀ ସହ ଉଭୟ ମିଶି ଟିମର ସ୍କୋର ୫୦ ପାର୍‌ କରାଇଥିଲେ । ମହମ୍ମଦ ସାମି, ଜଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ୱିକେଟ ହାସଲ କରିବାରେ ବିଫଳ ହୋଇଥିଲେ । ପରେ କ୍ୟାପଟେନ ରାହୁଲ, ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ବୋଲିଂ କରାଇଥିଲେ ମଧ୍ୟ ୱିକେଟ ଅକ୍ତିଆର କରିବାରେ ସେ ମଧ୍ୟ ବିଫଳ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: 2nd Test: ପ୍ରଥମ ଇଂନିସରେ ୨୦୨ ରନ୍‌ରେ ଅଲଆଉଟ୍‌ ଭାରତ

ଏହାପରେ ବୋଲିଂ ମୋର୍ଚ୍ଚା ସମ୍ଭାଳିଥିଲେ ଶାର୍ଦ୍ଦୁଳ ଠାକୁର । କ୍ୟାପଟେନ ଏଲଗାରଙ୍କୁ ୨୮ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଠାକୁର ପାଭିଲିଅନ ପଠାଇ ଭାରତକୁ ପ୍ରତୀକ୍ଷିତ ସଫଳତା ଭେଟି ଦେଇଥିଲେ । କିଗାନ ପିଟରସନ ଏଗାପରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ମଧ୍ୟ ଠାକୁରଙ୍କ ଦ୍ବିତୀୟ ଶିକାର ହୋଇଥିଲେ । ପରେ ଡସନଙ୍କୁ ମଧ୍ୟ ପନ୍ତଙ୍କୁ ଦ୍ବାରା କ୍ୟାଚ୍‌ କରାଇ ଶୀଘ୍ର ଆଉଟ୍‌ କରିଥିଲେ ଠାକୁର ।

ANI

Last Updated :Jan 4, 2022, 4:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.