ETV Bharat / sports

2nd Test: ପ୍ରଥମ ଇଂନିସରେ ୨୦୨ ରନ୍‌ରେ ଅଲଆଉଟ୍‌ ଭାରତ

author img

By

Published : Jan 3, 2022, 7:37 PM IST

Updated : Jan 3, 2022, 8:10 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୨୦୨ ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ । ଅଧିକ ପଢନ୍ତୁ

2nd Test: South Africa bowl out India for 202
202 ରନ୍‌ରେ ଭାରତ ଅଲଆଉଟ୍‌

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୨୦୨ ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ । କାମଚଳା ଟେଷ୍ଟ କ୍ୟାପଟେନ କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଲଢୁଆ ଇଂନିସ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ସଫଳ ହୋଇନାହାନ୍ତି ।

ଦୁଇ ସିନିୟର ଖେଳାଳି ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ପୁଣିଥରେ ନିରାଶ କରିଛନ୍ତି । ପୂଜାରା ୩ ଓ ରାହାଣେ ଖାତା ଖୋଲିବା ପୂର୍ବରୁ ନିଜର ୱିକେଟ ହରାଇଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସ୍ଥାନରେ ଖେଳୁଥିବା ହନୁମା ବିହାରୀ ମାତ୍ର ୨୦ ରନ୍‌ର ଯୋଗଦାନ କରିଛନ୍ତି । ଶେଷ ଭାଗରେ ଭାଇସ-କ୍ୟାପଟେନ ଜଶପ୍ରୀତ ବୁମରା ୧୪ ରନ୍‌ର ଉପଯୋଗୀ ସହ ଦଳୀୟ ସ୍କୋରକୁ ୨୦୦ ପାର୍‌ କରାଇଥିଲେ ।

ଏହାମଧ୍ୟ ପଢନ୍ତୁ: ପୂର୍ବ ପ୍ରତିଶୃତି ରଖିଲେନି ପଞ୍ଜାବ କ୍ରୀଡାମନ୍ତ୍ରୀ, ଦିବ୍ୟାଙ୍ଗ ଖେଳାଳିଙ୍କ ସମାଲୋଚନା

ଦକ୍ଷିଣ ଆଫ୍ରିକା ପକ୍ଷରୁ ବାମହାତୀ ପେସର ମାର୍କୋ ଜାନସେନ୍‌ ସଫଳତମ ବୋଲର ରହିବା ସହ ସର୍ବାଧିକ ୪ଟି ୱିକେଟ ହାତେଇଥିଲେ । କାଗିସୋ ରବାଡା ଓ ଓଲିଭର ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 3, 2022, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.