ETV Bharat / sports

୧୫୦ ତମ ଟି୨୦ ଖେଳିବେ ରୋହିତ, ଭାଙ୍ଗିବେ ଏକାଧିକ ରେକର୍ଡ

author img

By ETV Bharat Odisha Team

Published : Jan 13, 2024, 4:38 PM IST

ରୋହିତ ଶର୍ମା
Rohit Sharma

Rohit Sharma: ଆଫଗାନିସ୍ତାନ ବିପକ୍ଷ ୨ୟ ଟି୨୦ ମ୍ୟାଚ୍‌ରେ ଏକାଧିକ ରେକର୍ଡ ଭାଙ୍ଗିବେ କ୍ୟାପ୍ଟେନ୍‌ ରୋହିତ ଶର୍ମା । ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ବିଜୟରେ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡ ଭାଙ୍ଗିବେ ରୋହିତ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି ଟି୨୦ ସିରିଜ୍‌ । ପ୍ରଥମ ମ୍ୟାଚ୍‌ରେ ୬ ୱିକେଟ୍‌ରେ ଆଫଗାନିସ୍ତାନକୁ ମାତ ଦେଇ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଭାରତ । ଏବେ ଶୃଙ୍ଖଳା କବ୍‌ଜା ଲକ୍ଷ୍ୟରେ ରବିବାର ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଯଦି ଭାରତୀୟ ଦଳ ଜିତିବାରେ ସକ୍ଷମ ହୁଏ, ତେବେ ଅଧିନାୟକ ରୋହିତ ଶର୍ମା ଏକ ବଡ଼ ରେକର୍ଡ କରିବେ । ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଜିତିବାରେ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡର ସମକକ୍ଷ ହେବେ ରୋହିତ ।

  • Most wins for India as T20I Captain -

    • MS Dhoni - 𝟰𝟭 (72 matches)
    • Rohit Sharma - 𝟰𝟬*(52 matches)
    • Virat Kohli - 𝟯𝟬 (50 matches)

    Hitman needs just 2 wins to become the most successful Indian captain. pic.twitter.com/cewt89183i

    — Vishal. (@SPORTYVISHAL) January 12, 2024 " class="align-text-top noRightClick twitterSection" data=" ">

ଧୋନୀଙ୍କ ଏହି ରେକର୍ଡର ସମକକ୍ଷ ହେବେ ରୋହିତ: ହେବେ ରୋହିତ ଶର୍ମା ଏବେ ପର୍ଯ୍ୟନ୍ତ ୫୨ ଟି୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକତ୍ବ କରିଛନ୍ତି । ସେଥି ମଧ୍ୟରୁ ଭାରତ ୪୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ସେହିପରି ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ ୭୨ ଟି୨୦ ମ୍ୟାଚ୍‌ରେ ଭାରତର ଅଧିନାୟକତ୍ବ କରିଥିଲେ । ଏଥିରୁ ଭାରତ ୪୧ ମ୍ୟାଚ୍‌ ଜିତିଛି । ଏହି କ୍ରମରେ ଇନ୍ଦୋରରେ ରବିବାର ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିଗଲେ ଅଧିନାୟକ ଭାବେ ଧୋନୀଙ୍କ ସର୍ବାଧିକ ଟି୨୦ ବିଜୟ ରେକର୍ଡର ସମକକ୍ଷ ହୋଇଯିବେ ରୋହିତ । ସର୍ବାଧିକ ଟି୨୦ ମ୍ୟାଚ୍‌ ଜିତିଥିବା ଭାରତୀୟ ଅଧିନାୟକଙ୍କ ତାଲିକା ଉପରେ ନଜର ପକାଇଲେ ୩ୟରେ ଥିବା ବିରାଟ କୋହଲି ୫୦ ଟି୨୦ ମ୍ୟାଚ୍‌ର ନେତୃତ୍ବ ନେଇ ଦଳକୁ ୩୦ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ

୧୫୦ ଟି୨୦ ମ୍ୟାଚ୍‌ ଖେଳିବାରେ ପ୍ରଥମ: ଦୀର୍ଘ ୧୪ ମାସ ପରେ ଭାରତୀୟ ଟି୨୦ ଦଳକୁ ଫେରିଛନ୍ତି ରୋହିତ ଶର୍ମା । ଟି୨୦ ବିଶ୍ବକପ୍‌ ୨୦୨୨ ସେମିଫାଇନାଲ୍‌ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍‌ରେ ଅପ୍ରତ୍ୟାଶିତ ପରାଜୟ ମିଳିବା ପରେ ରୋହିତ ଓ କୋହଲି ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରୁ ଦୂରେଇ ଯାଇଥିଲେ । ସେହିଭଳି ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ରୋହିତ ୧୫୦ତମ ଟି୨୦ ମ୍ୟାଚ୍‌ ଖେଳିବାରୁ ମାତ୍ର ଗୋଟିଏ ମ୍ୟାଚ୍‌ ପଛରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ହିଁ ସେ ୧୫୦ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିବାରେ ବିଶ୍ବରେ ପ୍ରଥମ ଖେଳାଳି ବନିଯିବେ । ତାଙ୍କ ପରେ ୨ୟେ ଆୟରଲାଣ୍ଡ ଅଧିନାୟକ ପଲ ଷ୍ଟର୍‌ଲିଙ୍ଗ୍‌ ଅଛନ୍ତି । ସେ ଏବେ ପର୍ଯ୍ୟନ୍ତ ୧୩୪ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.