ETV Bharat / sports

Pant Car Accident: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ

author img

By

Published : Jan 7, 2023, 3:56 PM IST

ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ଅସ୍ତ୍ରୋପଚାର ଶେଷ ହୋଇଛି । ଡ. ଦିନଶୋ ପାର୍ଦିୱାଲା ପନ୍ତଙ୍କ ଏହି ଲିଗାମେଣ୍ଟ ଅସ୍ତ୍ରୋପଚାର କରିଛନ୍ତି ।

ଋଷଭ ପନ୍ତ
ଋଷଭ ପନ୍ତ

ହାଇଦ୍ରାବାଦ: ସଫଳ ହେଲା ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର । ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ଅସ୍ତ୍ରୋପଚାର ଶେଷ ହୋଇଛି । ଡ. ଦିନଶୋ ପାର୍ଦିୱାଲା ପନ୍ତଙ୍କ ଏହି ଲିଗାମେଣ୍ଟ ଅସ୍ତ୍ରୋପଚାର କରିଛନ୍ତି । ମୁମ୍ବାଇ କୋକିଲାବେନ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ତାଙ୍କର ଚକିତ୍ସା ଜାରି ରହିଛି । ଅସ୍ତ୍ରୋପଚାର ପରେ ଏକ ରିପୋର୍ଟରେ କୁହାଯାଇଛି "ଶୁକ୍ରବାର ସକାଳ ୧୦.୩୦ ରେ ପନ୍ତଙ୍କ ଲିଗାମେଣ୍ଟ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ଦୁଇରୁ ତିନି ଘଣ୍ଟା ଧରି କରାଯାଇଥିଲା ।" ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା କି ହସ୍ପିଟାଲରେ ପନ୍ତଙ୍କ ବାବଦରେ ଅଧିକ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ।

ଜାନୁଆରୀ ୪ ତାରିଖରେ ଉତ୍ତରାଖଣ୍ଡରୁ ମୁମ୍ବାଇ ଏୟାରଲିଫ୍ଟ ହୋଇଥିଲେ ପନ୍ତ - କାର ଦୁର୍ଘଟଣା ପରେ ଋଷଭ ପନ୍ତ ପ୍ରଥମେ ଉତ୍ତରାଖଣ୍ଡ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ପରେ ଜାନୁଆରୀ ୪ ତାରିଖରେ ତାଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଥିଲା । କୋକିଲାବେନ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ପନ୍ତ । ତେବେ ଶୁକ୍ରବାର ତାଙ୍କର ଲିଗାମେଣ୍ଟ ଅସ୍ତ୍ରୋପଚାର କରାଯାଇଛି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ କେତେ ଦିନ ଲାଗିବ ତାହା ଡାକ୍ତରୀ ଦଳ ସଠିକ ସୂଚନା ଦେଇନାହାଁନ୍ତି ।

ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସିବା ସମୟରେ ହୋଇଥିଲେ ଦୁର୍ଘଟଣାର ଶିକାର - 30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷଭ ପନ୍ତଙ୍କର ଉତ୍ତରାଖଣ୍ଡ ରୁରକୀରେ କାର ଦୁର୍ଘଟଣା ହୋଇଛି । ପନ୍ତ ନିଜେ ଗାଡି ଉତ୍ତରାଖଣ୍ଡରୁ ଦିଲ୍ଲୀସ୍ଥିତ ଘରକୁ ଆସୁଥିଲେ । ନୂଆବର୍ଷରେ ମାଆଙ୍କୁ ଦେଖା କରିବାକୁ ଦିଲ୍ଲୀ ଆସୁଥିଲେ । ଉତ୍ତରାଖଣ୍ଡ ରୁରକୀଠାରେ ଏହି ଅଘଟଣ ଘଟିଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ ଡ୍ରାଇଭ କରିବା ସମୟରେ ଆଖି ଲାଗିଯିବାରୁ ପନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ପରବର୍ତ୍ତୀ ସମୟରେ ରାସ୍ତା ଉପରେ ଥିବା ଏକ ଖାଲରେ ଗାଡ଼ି ଚକା ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ପନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ କହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ରୋଡ ଡିଭାଇଡରରେ ପିଟି ହୋଇ ଗାଡିରେ ନିଆଁ ଲାଗିଯାଇଥିଲା । ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.